Biblia Todo Logo
Bib sou entènèt

- Piblisite -




୨ ପିତର 2:21 - ପବିତ୍ର ବାଇବଲ (CL) NT (BSI)

21 ଧର୍ମପଥ ଜ୍ଞାତ ହୋଇ ସେଥିରେ ପ୍ରଦତ୍ତ ପବିତ୍ର ପବିତ୍ର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା, ବରଂ ତା’କେବେ ନ ଜାଣିବା ଅଧିକ ଭଲ ହୋଇଥାଆନ୍ତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।

Gade chapit la Kopi

ଓଡିଆ ବାଇବେଲ

21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା।

Gade chapit la Kopi

ପବିତ୍ର ବାଇବଲ

21 ଯଦି ସେମାନେ ମୂଳରୁ ଠିକ୍ ରାସ୍ତା ଜାଣି ନ ଥା’ନ୍ତେ, ସେମାନଙ୍କ ପକ୍ଷେ ଭଲ ହୋଇଥା’ନ୍ତା। ଉତ୍ତମ ମାର୍ଗ ଜାଣି, ପବିତ୍ର ଶାସ୍ତ୍ରର ଶିକ୍ଷାରୁ ବିମୁଖ ହେବା ଅପେକ୍ଷା ତାହା ନ ଜାଣିଥିଲେ, ଅଧିକ ଭଲ ହୋଇଥା’ନ୍ତା।

Gade chapit la Kopi




୨ ପିତର 2:21
24 Referans Kwoze  

ଅତଏବ, ଯେଉଁ ବ୍ୟକ୍ତି କୌଣସି ସତ୍କର୍ମ କରିବା ଉଚିତ ବୋଲି ଜାଣି ସୁଦ୍ଧା ତାହା କରେ ନାହିଁ, ସେ ପାପ କରେ।


“ଯେଉଁ ଦାସ ନିଜ ମାଲିକଙ୍କ ଇଚ୍ଛା ଜାରି ପ୍ରସ୍ତୁତ ହୋଇ ନ ଥାଏ ଓ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ନ ଥାଏ, ସେ ଶାସ୍ତି ସ୍ୱରୂପେ କଠୋରଭାବେ ପ୍ରହାରିତ ହେବ।


ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ।


କାରଣ ପ୍ରଭୁ ଯୀଶୁଙ୍କଠାରୁ କ୍ଷମତାପ୍ରାପ୍ତ ହୋଇ ତୁମ୍ଭମାନଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲୁ, ତାହା ତୁମ୍ଭେମାନେ ଜାଣ।


ଯୀଶୁ ଉତ୍ତର ଦେଲେ, “ଅନ୍ଧ ହୋଇଥିଲେ ତୁମ୍ଭେମାନେ ନିର୍ଦ୍ଦୋଷ ହୋଇଥାନ୍ତ। କିନ୍ତୁ ଦେଖିପାରୁଛ ବୋଲି କହୁଥିବାର ତୁମେ ଅଧିକ ଦୋଷୀ।”


“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।


ବ୍ୟବସ୍ଥା ପବିତ୍ର; ତାହାର ଆଜ୍ଞା ସବୁ ପବିତ୍ର, ଯଥାର୍ଥ ଓ ମଙ୍ଗଳଜନକ।


ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।


ପ୍ରଭୁ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ତୁମକୁ ଦିଆଯାଇଥିବା ଆଜ୍ଞାଗୁଡ଼ିକୁ ବିଶ୍ୱସ୍ତଭାବେ ପାଳନ କର।


ଆମ୍ଭମାନଙ୍କ ନିକଟରେ ସତ୍ୟ ପ୍ରକାଶିତ ହେବା ପରେ ଆମେ ଯଦି ଜାଣି ଶୁଣି ପାପରେ ଲିପ୍ତ ରହୁ, ତେବେ ଆଉ କୌଣସି ବଳିଦାନ ଆମକୁ ପାପରୁ ମୁକ୍ତ କରି ପାରିବ ନାହିଁ।


ବହୁ ପୂର୍ବେ ପବିତ୍ର ଭାବବାଦୀମାନେ ଯେଉଁସବୁ ଭାବବାଣୀ ପ୍ରକାଶ କରିଥିଲେ ଏବଂ ତ୍ରାଣକର୍ତ୍ତା ପ୍ରଭୁଙ୍କର ଯେଉଁସବୁ ଆଜ୍ଞା ତୁମ୍ଭମାନଙ୍କୁ ପ୍ରେତରିତ ଶିଷ୍ୟମାନେ ପ୍ରଦାନ କରିଛନ୍ତି, ତାହା ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ମୁଁ ଚାହେଁ।


ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


Swiv nou:

Piblisite


Piblisite