Biblia Todo Logo
Bib sou entènèt

- Piblisite -




୨ ପିତର 2:19 - ପବିତ୍ର ବାଇବଲ (CL) NT (BSI)

19 ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେମାନେ ସେମାନଙ୍କୁ ସ୍ଵାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ଵାରା ପରାସ୍ତ ହୁଏ, ସେ ସେଥିର ଦାସ।

Gade chapit la Kopi

ଓଡିଆ ବାଇବେଲ

19 ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ।

Gade chapit la Kopi

ପବିତ୍ର ବାଇବଲ

19 ଏହି ଭଣ୍ଡ ଶିକ୍ଷକମାନେ ସେହି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାନ୍ତି। ସେମାନେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ୟକ୍ତି ଯାହାଦ୍ୱାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।

Gade chapit la Kopi




୨ ପିତର 2:19
14 Referans Kwoze  

ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁମାନେ ପାପ କରନ୍ତି, ସେମାନେ ସମସ୍ତେ ପାପର ଦାସ।


ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।


ସ୍ୱାଧୀନ ଲୋକଙ୍କ ପରି ଜୀବନ ଯାପନ କର। କିନ୍ତୁ ସ୍ୱାଧୀନତାର ଅପବ୍ୟବହାର କରି ଗର୍ହିତ କର୍ମ କର ନାହିଁ। ବରଂ ଈଶ୍ୱରଙ୍କ କ୍ରୀତଦାସ ରୂପେ ଜୀବନ ଯାପନ କର।


ଆମେ ସ୍ୱାଧୀନ। ଖ୍ରୀଷ୍ଟ ଆମକୁ ସ୍ୱାଧୀନ କରି ଅଛନ୍ତି। ତେଣୁ ତୁମ୍ଭେମାନେ ସ୍ୱାଧୀନତାରେ ଅଟଳ ରୁହ। ପୁନର୍ବାର ଦାସତ୍ୱ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


ପ୍ରେତାତ୍ମା ଲାଗିଥିବା ବ୍ୟକ୍ତି ସେମାନଙ୍କୁ ପ୍ରଚଣ୍ଡ ଭାବରେ ଆକ୍ରମଣ କରି କାବୁ କରିଦେଲା। ସେମାନଙ୍କ ଲୁଗାପଟା ଚିରିଗଲା, ସେମାନେ କ୍ଷତବିକ୍ଷତ ହୋଇ ତା’ ଘରୁ ଦୌଡ଼ି ପଳାଇଲେ।


ଏହିପରି ସେ ଆମକୁ ତାଙ୍କ ପ୍ରତିଜ୍ଞାନୁସାରେ ଅତି ଶ୍ରେଷ୍ଠ ଓ ମୂଲ୍ୟବାନ ଦାନ ଦେଇଛନ୍ତି। ଏହିସବୁ ଦାନ ସାହାଯ୍ୟରେ ତୁମ୍ଭେମାନେ ଏହି ଜଗତର ଧ୍ୱଂସକାରୀ କାମନାରୁ ଉଦ୍ଧାର ପାଇ ଐଶ୍ୱରିକ ସ୍ୱଭାବର ଅଂଶୀ ହୋଇ ପାରିବ।


Swiv nou:

Piblisite


Piblisite