Biblia Todo Logo
Bib sou entènèt

- Piblisite -




୨ ପିତର 1:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ଏହିସବୁ ଗୁଣ ଯାହାଠାରେ ନାହିଁ, ସେ ଅନ୍ଧ ଓ ଅଦୂରଦର୍ଶୀ; ତାହାର ପୂର୍ବକୃତ ସମସ୍ତ ପାପରୁ ପରିଷ୍କୃତ ହୋଇଛି ବୋଲି ସେ ଭୁଲି ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାଶୋରି ଯାଇଅଛି।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ଏହି ସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ଏହିସବୁ ଯାହାଠାରେ ନାହିଁ, ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି, ପୁଣି, ଆପଣା ପୂର୍ବକୃତ ପାପରୁ ପରିଷ୍କୃତ ହେବା ବିଷୟ ପାସୋରି ଯାଇଅଛି।

Gade chapit la Kopi

ପବିତ୍ର ବାଇବଲ

9 ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା'ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।

Gade chapit la Kopi




୨ ପିତର 1:9
19 Referans Kwoze  

କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ଖ୍ରୀଷ୍ଟ ମଣ୍ଡଳୀକୁ ଜଳରେ ପରିଷ୍କୃତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ,


ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।


ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।


ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ଯୀଶୁ ଏହା ଶୁଣି କହିଲେ, “ତଥାପି ତୁମକୁ ଆଉ ଗୋଟିଏ ବିଷୟ କରିବାକୁ ହେବ। ତୁମର ଯାହା କିଛି ଅଛି, ସେସବୁ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତେବେ ସ୍ୱର୍ଗରେ ତୁମେ ଧନ ପାଇବ; ତା’ପରେ ଆସି ମୋର ଅନୁଗମନ କର।”


ଯୀଶୁ ତା’ ଆଡ଼କୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, “ଗୋଟିଏ ବିଷୟ କେବଳ ତୁମର ଅଭାବ ରହିଛି। ଯାଅ, ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେହି ଧନ, ଗରିବମାନଙ୍କୁ ଦାନ କର, ତା’ହେଲେ ତୁମେ ସ୍ୱର୍ଗରେ ଧନ ପାଇବ। ଏହାପରେ ଆସି ମୋର ଅନୁଗମନ କର।”


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


Swiv nou:

Piblisite


Piblisite