Biblia Todo Logo
Bib sou entènèt

- Piblisite -




୨ ପିତର 1:8 - ପବିତ୍ର ବାଇବଲ (CL) NT (BSI)

8 ଏହି ସଦ୍ଗୁଣଗୁଡ଼ିକ ତୁମର ଆବଶ୍ୟକ; ଏହିସବୁରେ ତୁମ୍ଭେମାନେ ପରିପୂର୍ଣ୍ଣ ହେଲେ, ତୁମେ ପ୍ରାପ୍ତ ହୋଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ତୁମକୁ ସକ୍ରିୟ ଓ ଫଳପ୍ରଦ କରି ରଖିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

8 ଏହି ସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏହିସବୁ ତୁମ୍ଭମାନଙ୍କଠାରେ ବୃଦ୍ଧି ପାଇଲେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ଲାଭ କରିବା ନିମନ୍ତେ ତୁମ୍ଭମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା'ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ।

Gade chapit la Kopi




୨ ପିତର 1:8
33 Referans Kwoze  

ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।


ଆମେ ଚାହୁଁ, ତୁମ୍ଭେମାନେ କେବେ ଶିଥିଳ ନ ହୋଇ ଦୃଢ଼ ବିଶ୍ୱାସୀ ଓ ଧୈର୍ଯ୍ୟଶାଳୀ ବ୍ୟକ୍ତିମାନଙ୍କୁ ଅନୁସରଣ କର ଏବଂ ଈଶ୍ୱର ପ୍ରତିଜ୍ଞା କରିଥିବା ସମସ୍ତ ବିଷୟ ପ୍ରାପ୍ତ ହୁଅ।


ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଈଶ୍ୱର ଓ ଆମ ପ୍ରଭୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ତୁମ୍ଭମାନଙ୍କର ଜ୍ଞାନ ଦ୍ୱାରା, ପୁର୍ଣ୍ଣମାତଆରେ ତୁମ୍ଭମାନଙ୍କର ଅନୁଗ୍ରହ ଓ ଶାନ୍ତି ହେଉ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତହେବା ଦ୍ୱାରା ଆମେ ଜୀବନରେ ଯେଉଁ ସମସ୍ତ ଆଶୀର୍ବାଦ ପାଇଛୁ, ଖ୍ରୀଷ୍ଟବିଶ୍ୱାସୀ ଭାବରେ ତୁମ ସହିତ ଆମର ସାହସଚର୍ଯ୍ୟ ସେ ସବୁର ଗଭୀର ତାତ୍ପର୍ଯ୍ୟ ବୁଝିବା ପାଇଁ ତୁମକୁ ସାହାଯ୍ୟ କରୁ ଏହା ମୋର ପ୍ରାର୍ଥନା।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ ଯେପରି ଥିଲା, ତୁମ୍ଭମାନଙ୍କର ସେପରି ହେଉ:


ତୁମେ ବିଶ୍ୱାସରେ ଦୃଢ଼ ଅଛ କି ନାହିଁ ଆତ୍ମପରୀକ୍ଷା କରି ଦେଖ। ତୁମ ଅନ୍ତରରେ ଖ୍ରୀଷ୍ଟ ବାସ କରୁଛନ୍ତି, ଏ କଥା କ’ଣ ଜାଣ ନାହିଁ-ନା, ଏଥିରେ ତୁମ୍ଭେମାନେ ଏକାବେଳକେ ବିଫଳ ହୋଇଛ?


ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।


ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ପ୍ରଚୁର ଅନୁଗ୍ରହ ପାଇଁ ସେମାନେ ଗଭୀର ଶ୍ରଦ୍ଧା ସହ ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରିବେ।


ସେମାନେ ଉତ୍କଟ କ୍ଳେଶ ମଧ୍ୟଦେଇ ପରୀକ୍ଷିତ ହୋଇଛନ୍ତି ଏବଂ ସେମାନେ ଅତିଶୟ ଦରିଦ୍ର ହେଲେ ସୁଦ୍ଧା, ଚରମ ବଦାନ୍ୟତା ଦ୍ୱାରା ନିଜ ମନର ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କରିଛନ୍ତି।


ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।


ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ।


ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।


ଉତ୍ସାହରେ ଶିଥିଳ ହୁଅ ନାହିଁ, ଆତ୍ମିକ ପ୍ରଜ୍ଜ୍ୱଳନ ଅନୁଭବ କର। ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଭୁଙ୍କ ସେବା କର।


ମୁଁ ଜାଣେ, ତୁମ୍ଭେମାନେ କି ପ୍ରକାର ଲୋକ- ତୁମ ଅନ୍ତରରେ ଈଶ୍ୱରଙ୍କ ପ୍ରତି ପ୍ରେମ ନାହିଁ।


“ମାଲିକ କହିଲେ, ‘ଆରେ ଅଯୋଗ୍ୟ, ଅଳସୁଆ! ତୁ ପରା ଜାଣିଥିଲୁ, ମୁଁ ଯେଉଁଠି ବୁଣି ନ ଥାଏ, ସେଇଠି ଅମଳ କରେ।


ଉପରଓଳି ପାଞ୍ଚଟାବେଳେ ଆଉ ଥରେ ବଜାରକୁ ଯାଇ ଦେଖିଲା, ଆଉ କେତେଜଣ ଠିଆ ହୋଇଛନ୍ତି। ସେମାନଙ୍କୁ ପଚାରିଲା, ‘ଦିନସାରା କାମ ନ କରି କାହିଁକି ଏଠାରେ ସମୟ ନଷ୍ଟ କରୁଛ?’


ତା’ପରେ ଦିନ ନଅଟାବେଳେ ବଜାରକୁ ଯାଇ ଦେଖିଲା, ଦଳେ ଲୋକ ନିଷ୍କର୍ମା ହୋଇ ଠିଆ ହୋଇଛନ୍ତି।


କଣ୍ଟା ବୁଦା ଯେପରି କେତେକ ବୀଜକୁ ଗ୍ରାସ କରିଦିଏ, ସେହିପରି ଏହି ଜଗତର ଜଞ୍ଜାଳ ଓ ଧନ ସମ୍ପତ୍ତିର ଲାଳା କେତେକ ଲୋକଙ୍କଠାରେ ପହଞ୍ଚି ଥିବା ବାର୍ତ୍ତାକୁ ନଷ୍ଟ କରିଦିଏ ଏବଂ ସେମାନେ କୌଣସି ସୁଫଳ ପାଆନ୍ତି ନାହିଁ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


Swiv nou:

Piblisite


Piblisite