Biblia Todo Logo
Bib sou entènèt

- Piblisite -




୨ ପିତର 1:3 - ପବିତ୍ର ବାଇବଲ (CL) NT (BSI)

3 ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯେ ଆପଣା ଗୌରବ ଓ ସଦ୍ଗୁଣରେ ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ଵାରା ତାହାଙ୍କ ଐଶ୍ଵରିକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।

Gade chapit la Kopi

ଓଡିଆ ବାଇବେଲ

3 ଯେ ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ୱରିକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଈଶ୍ବର ଆପଣା ଗୌରବ ଓ ସଦ୍‍ଗୁଣରେ ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ୱାରା ତାହାଙ୍କ ଐଶ୍ବରୀୟ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି।

Gade chapit la Kopi

ପବିତ୍ର ବାଇବଲ

3 ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି।

Gade chapit la Kopi




୨ ପିତର 1:3
39 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।


ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।


ତୁମ୍ଭମାନଙ୍କ ନିକଟରେ ଆମେ ଯେଉଁ ସୁସମାଚାର ପ୍ରଚାର କରିଛୁ, ତାହା ଦ୍ୱାରା ଈଶ୍ୱର ତୁମ୍ଭମାନଙ୍କୁ ଏଥିପାଇଁ ଆହ୍ୱାନ କରିଛନ୍ତି। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବରେ ଅଂଶୀ କରାଇବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ଈଶ୍ୱର ଆମ୍ଭମାନଙ୍କୁ ଅଶୁଚି ଜୀବନଯାପନ କରିବା ପାଇଁ ଆହ୍ୱାନ କରି ନାହାନ୍ତି - ପବିତ୍ର ହୋଇ ରହିବା ପାଇଁ ଆମେ ଆହୂତ।


କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।


ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।


ଯେଉଁ ଈଶ୍ୱର ତାଙ୍କ ପୁତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟ ପାଇବା ପାଇଁ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ସଦା ବିଶ୍ୱସ୍ତ।


ଈଶ୍ୱର ଓ ଆମ ପ୍ରଭୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ତୁମ୍ଭମାନଙ୍କର ଜ୍ଞାନ ଦ୍ୱାରା, ପୁର୍ଣ୍ଣମାତଆରେ ତୁମ୍ଭମାନଙ୍କର ଅନୁଗ୍ରହ ଓ ଶାନ୍ତି ହେଉ।


ଏଥିପାଇଁ ତୁମ ବିଶ୍ୱାସ ସହିତ ସଦଗୁଣ; ସଦ୍ଗୁଣ ସହିତ ଜ୍ଞାନ;


ଅନିଷ୍ଠ ବଦଳେ ଅନିଷ୍ଠ କର ନାହିଁ, ଅଭିଶାପ ବଦଳେ ଅଭିଶାପ ଦିଅ ନାହିଁ; ତା’ ପରିବର୍ତ୍ତେ ଆଶୀର୍ବାଦ କର, କାରଣ ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିତିଲେ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।


କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।


ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।


ଆମ୍ଭମାନଙ୍କ ଶରୀର ଏକ, ଆତ୍ମା ମଧ୍ୟ ଏକ। ପୁଣି ଏକ ଭରସା ଦେଇ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


ଶେଷ କାଳରେ ଯେଉଁ ପରିତ୍ରାଣ ପ୍ରକାଶିତ ହେବ, ତାହା ପାଇବା ପାଇଁ ତୁମ୍ଭମାନେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଶକ୍ତିରେ ସୁରକ୍ଷିତ ହୋଇଅଛି।


ଇହୁଦୀ ତଥା ଅଣଇହୁଦୀମାନଙ୍କ ମଧ୍ୟରୁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।


ଜ୍ଞାନ ସହିତ ଆତ୍ମସଂଯମ; ଆତ୍ମସଂଯମ ସହିତ ସହିଷ୍ଣୁତା; ସହିଷ୍ଣୁତା ସହିତ ଈଶ୍ୱରପରାୟଣତା;


ଏହି ସଦ୍ଗୁଣଗୁଡ଼ିକ ତୁମର ଆବଶ୍ୟକ; ଏହିସବୁରେ ତୁମ୍ଭେମାନେ ପରିପୂର୍ଣ୍ଣ ହେଲେ, ତୁମେ ପ୍ରାପ୍ତ ହୋଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ତୁମକୁ ସକ୍ରିୟ ଓ ଫଳପ୍ରଦ କରି ରଖିବ।


ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


Swiv nou:

Piblisite


Piblisite