Biblia Todo Logo
Bib sou entènèt

- Piblisite -




୨ ପିତର 1:17 - ପବିତ୍ର ବାଇବଲ (CL) NT (BSI)

17 ପିତା ଈଶ୍ୱରଙ୍କ ଦ୍ୱାରା ସେ ସମ୍ମାନିତ ଓ ଗୌରବାନ୍ୱିତ ହେବା ସମୟରେ ଆମେ ଉପସ୍ଥିତ ଥିଲୁ। ମହାମହିମଙ୍କଠାରୁ ତାଙ୍କ ସମ୍ପର୍କରେ ଉଚ୍ଚାରିତ ଏହି ବାଣୀ ଆମେ ଶୁଣିଛୁ: “ଏହି ଆମ ପ୍ରିୟ ପୁତ୍ର, ଏହାଙ୍କ ପ୍ରତି ଆମେ ସନ୍ତୁଷ୍ଟ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ଵରଙ୍କଠାରୁ ସମ୍ଭ୍ରମ ଓ ଗୌରବ ପ୍ରାପ୍ତ ହେଲେ;

Gade chapit la Kopi

ଓଡିଆ ବାଇବେଲ

17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେଣୁ ଯେତେବେଳେ ମହା ଗୌରବ ମଧ୍ୟରୁ ତାହାଙ୍କ ପ୍ରତି ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ସେତେବେଳେ ସେ ପିତା ଈଶ୍ବରଙ୍କଠାରୁ ସମ୍ଭ୍ରମ ଓ ଗୌରବପ୍ରାପ୍ତ ହେଲେ;

Gade chapit la Kopi

ପବିତ୍ର ବାଇବଲ

17 ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।”

Gade chapit la Kopi




୨ ପିତର 1:17
36 Referans Kwoze  

ହଠାତ୍ ଆକାଶରେ ଗୋଟିଏ ମେଘ ଦେଖାଗଲା ଓ ତା’ର ଛାୟା ସେମାନଙ୍କୁ ଆଚ୍ଛାଦନ କଲା। ପୁଣି ସେହି ମେଘ ଭିତରୁ ଗୋଟିଏ ବାଣୀ ଶୁଣାଗଲା: “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣ।”


ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”


ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”


ଏବଂ ପବିତ୍ର ଆତ୍ମା ଏକ କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ସ୍ୱର୍ଗରୁ ଏହି ବାଣୀ ଉଚ୍ଚାରିତ ହେଲା, “ତୁମେ ମୋର ପ୍ରିୟ ପୁତ୍ର, ତୁମ ପ୍ରତି ମୁଁ ଅତୀବ ପ୍ରୀତ।”


ପୁଣି ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଲା; “ତୁମେ ମୋର ପ୍ରିୟ ପୁତ୍ର। ତୁମ ଉପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ।”


“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।


ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି।


ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।


ପିତା ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରି ସତ୍ୟ ଓ ପ୍ରେମରେ ଅନୁପ୍ରାଣିତ କରନ୍ତୁ।


“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”


ଆସନ୍ତୁ, ଆମ୍ଭମାନେଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା, କରୁଣାସାଗର ଓ ସମସ୍ତ ସାହାଯ୍ୟରେ ଉତ୍ସ, ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ଯେଉଁମାନଙ୍କୁ ସେ ମୋ’ ନିକଟକୁ ପଠାଇଛନ୍ତି, ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ହେଲେ ନ ହରାଇ ଶେଷ ଦିନରେ ସେହି ସମସ୍ତଙ୍କୁ ପୁନର୍ଜୀବିତ କରିବି, ଏହା ତାଙ୍କର ଇଚ୍ଛା।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ?


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।


ମୋଶା ଓ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିବା ଶିଷ୍ୟମାନେ ଦେଖିଲେ।


ମୁଁ ଯେ ପିତାଙ୍କଠାରେ ଓ ପିତା ମୋ’ଠାରେ ବିଦ୍ୟମାନ, ମୋର ଏ କଥାରେ ବିଶ୍ୱାସ କର। ମୋର ଏ କଥାରେ ଯଦି ବିଶ୍ୱାସ କରିବ ନାହିଁ, ମୋର କାର୍ଯ୍ୟ ଦେଖି ବିଶ୍ୱାସ କର।


ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।


ସମସ୍ତେ ମିଳିତ ଭାବରେ ଏକ ସ୍ୱରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତା ଈଶ୍ୱରଙ୍କ ପ୍ରଶଂସା କର।


ସବୁ ଦେଶର ସମସ୍ତ ଜାତିର ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ମୋର ଶିଷ୍ୟ କର। ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ଜଳଦୀକ୍ଷା ଦିଅ


କାରଣ ପୁତ୍ରବତ୍ସଳ ପିତା ନିଜର ସକଳ କାର୍ଯ୍ୟ ପୁତ୍ରଙ୍କୁ ଦେଖାନ୍ତି। ଏବେ ଯାହା ଘଟିଛି, ତା’ଠାରୁ ଆହୁରି ମହତ୍ତର କାର୍ଯ୍ୟ କରିବା ପାଇଁ ପିତା ପୁତ୍ରଙ୍କୁ ଶିଖାଇବେ- ତାହା ସବୁ ଦେଖି ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ।


ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


Swiv nou:

Piblisite


Piblisite