Biblia Todo Logo
Bib sou entènèt

- Piblisite -




୨ ପିତର 1:10 - ପବିତ୍ର ବାଇବଲ (CL) NT (BSI)

10 ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ଵାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯନିଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେହେଁ ଝୁଣ୍ଟିପଡ଼ିବ ନାହିଁ,

Gade chapit la Kopi

ଓଡିଆ ବାଇବେଲ

10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଅତଏବ, ହେ ଭାଇମାନେ, ତୁମ୍ଭେମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନଶୀଳ ହୁଅ; ଯେଣୁ ଏପରି କଲେ ତୁମ୍ଭେମାନେ କେବେ ହେଁ ଝୁଣ୍ଟିପଡ଼ିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ।

Gade chapit la Kopi




୨ ପିତର 1:10
31 Referans Kwoze  

କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।


ଆମର ଏକାନ୍ତ ଇଚ୍ଛା, ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଆଗହ ଅକ୍ଷୁଣ୍ଠ ରହୁ। ତାହାହେଲେ, ତୁମ୍ଭମାନଙ୍କର ପ୍ରତ୍ୟାଶିତ ସମସ୍ତ ବିଷୟ ସଫଳ ହେବ।


ଏଥିପାଇଁ ତୁମ ବିଶ୍ୱାସ ସହିତ ସଦଗୁଣ; ସଦ୍ଗୁଣ ସହିତ ଜ୍ଞାନ;


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।


ଶେଷ କାଳରେ ଯେଉଁ ପରିତ୍ରାଣ ପ୍ରକାଶିତ ହେବ, ତାହା ପାଇବା ପାଇଁ ତୁମ୍ଭମାନେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଶକ୍ତିରେ ସୁରକ୍ଷିତ ହୋଇଅଛି।


ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।


ଏହି ଭରସା ଆମ୍ଭମାନଙ୍କ ଜୀବନର ଲଙ୍ଗର ସ୍ୱରୂପ। ଏହା ନିର୍ଭରଯୋଗ୍ୟ ଓ ନିରାପଦ ଏବଂ ସ୍ୱଗୀୟ ମନ୍ଦିରର ପର୍ଦ୍ଦ। ଭେଦ କରି ମହାବବିତ୍ର ସ୍ଥାନରେ ପହଞ୍ଚି ପାରିଛି।


ଗଳ୍ପ ଶେଷ କରି ଯୀଶୁ କହିଲେ, “ଅନେକେ ନିମନ୍ତ୍ରିତ, କିନ୍ତୁ ଅଳ୍ପ କେତେକ ମନୋନୀତ।”


ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।


ଯେ ଗୋଟିଏ ଆଜ୍ଞା ଲଘଂନ କର, ସେ ସମସ୍ତ ଆଜ୍ଞ ଲଘଂନ ଅପରାଧରେେ ଦୋଷୀ ହୁଏ।


ଯଥାର୍ଥଭାବେ ଧାର୍ମିକ ଜୀବନ କାଟିବା ପାଇଁ ଆମର ଯାହା କିଛି ଆବଶ୍ୟକ, ତାହା ଈଶ୍ୱର ନିଜ ଐଶ୍ୱରିକ ଶକ୍ତିରେ ଆମକୁ ଦାନ କରିଛନ୍ତି। ଯେ ନିଜ ମମହିମା ଓ ଧାର୍ମିକତାରେ ଅଂଶୀ ହେବା ପାଇଁ ଆମକୁ ଆହ୍ୱାନ କରିଛନ୍ତି, ତାଙ୍କୁ ଜାଣିବା ଦ୍ୱରା ଆମେ ଏହି ଦାନ ପାଇଛୁ।


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


Swiv nou:

Piblisite


Piblisite