Biblia Todo Logo
Bib sou entènèt

- Piblisite -




୨ ଯୋହନ 1:9 - ପବିତ୍ର ବାଇବଲ (CL) NT (BSI)

9 ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ଵରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।

Gade chapit la Kopi

ଓଡିଆ ବାଇବେଲ

9 ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ୱରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେକେହି ଖ୍ରୀଷ୍ଟଙ୍କ ଶିକ୍ଷାର ସୀମା ମଧ୍ୟରେ ନ ରହି ତାହା ଅତିକ୍ରମ କରେ, ସେ ଈଶ୍ବରଙ୍କୁ ପାଇ ନାହିଁ; ଯେ ଶିକ୍ଷାର ସୀମା ମଧ୍ୟରେ ରହେ, ସେ ପିତା ଓ ପୁତ୍ର ଉଭୟଙ୍କୁ ପାଇଅଛି।

Gade chapit la Kopi

ପବିତ୍ର ବାଇବଲ

9 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କର ଶିକ୍ଷାକୁ କେବଳ ଅନୁସରଣ କରିବା ଉଚିତ୍। ଯଦି କେହି ଖ୍ରୀଷ୍ଟଙ୍କ ଶିକ୍ଷାକୁ ପରିବର୍ତ୍ତନ କରେ, ତେବେ ସେହି ଲୋକ ପାଖରେ ପରମେଶ୍ୱର ନାହାନ୍ତି। ଯଦି କୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରେ, ତେବେ ସେହି ଲୋକ ପାଖରେ ଉଭୟ ପରମପିତା ଏବଂ ପୁତ୍ର ଅଛନ୍ତି।

Gade chapit la Kopi




୨ ଯୋହନ 1:9
15 Referans Kwoze  

ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ଯାହା ଆମେ ବାସ୍ତବରେ ଦେଖଛୁ ଓ ଶୁଣିଛୁ, କେବଳ ସେହି କଥା ତୁମ୍ଭମାନଙ୍କ ନିକଟରେ ଘୋଷଣା କରି କହୁଛୁ। ଏହି ଶୁଣି ପିତା ଈଶ୍ୱର ସ ତାଙ୍କ ପୁତ୍ର ଯୀଶୁ ଖ୍ର୍ରୀଷ୍ଟଙ୍କ ସହିତ ଆମର ଯେଉଁ ସାହାଚର୍ଯ୍ୟ ଅଛି, ସେଥିରେ ତୁମ୍ଭେମାନେ ଭାଗୀ ହେବ


ସେହିଦିନଠାରୁ ଶିଷ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କଲେ। ପୁଣି ସେମାନେ ଏକତ୍ର ପାନ ଭୋଜନ ଓ ପ୍ରାର୍ଥନା ଉପାସନା କରିବା ଦ୍ୱାରା ପରସ୍ପରର ସାହାଚର୍ଯ୍ୟ ଉପଭୋଗ କଲେ।


ସେମାନେ ଚୋରି ନ କରି, ସବୁବେଳେ ନିଜର ସାଧୁତା ଓ ବିଶ୍ୱସ୍ତତାର ପରିଚୟ ଦିଅନ୍ତୁ। ତାହାହେଲେ, ସେମାନଙ୍କ ସମସ୍ତ କାର୍ଯ୍ୟକଳାପରେ ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ବିଷୟରେ ଆମ ଧର୍ମଶିକ୍ଷାକୁ ଗୌରବାନ୍ୱିତ କରିବେ।


ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”


ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।


ମୁଁ ତୁମ ମଣ୍ଡଳୀକି ଗୋଟିଏ ଛୋଟ ପତ୍ର ଲେଖିଥିଲି, କିନ୍ତୁ ମଣ୍ଡଳୀର ନେତା ହେବାକୁ ଇଚ୍ଛା କରୁଥିବା ଡାୟୋଟ୍ରେଫିସ୍ ମୋର କଥାକୁ ଭ୍ରୂକ୍ଷେପ କରି ନାହାଁନ୍ତି।


Swiv nou:

Piblisite


Piblisite