Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 9:8 - ପବିତ୍ର ବାଇବଲ (CL) NT (BSI)

8 ସବୁ ପ୍ରକାର ଦାନରେ ତୁମ୍ଭମାନଙ୍କୁ ସମୃଦ୍ଧ କରିବା ପାଇଁ ଈଶ୍ୱର ସକ୍ଷମ; ଫଳରେ ତୁମ୍ଭମାନଙ୍କୁ ସର୍ବଦା ପ୍ରଚାର୍ଯ୍ୟ ମଧ୍ୟରେ ବାସ କରିପାରିବ ଏବଂ ସବୁ ପ୍ରକାର ସତ୍କର୍ମ ନିମନ୍ତେ ଯଥେଷ୍ଟ ଦାନ ଦେଇ ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥିନିମନ୍ତେ ଈଶ୍ଵର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,

Gade chapit la Kopi

ଓଡିଆ ବାଇବେଲ

8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରି ପାର, ଏଥି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥିନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି,

Gade chapit la Kopi

ପବିତ୍ର ବାଇବଲ

8 ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ।

Gade chapit la Kopi




୨ କରିନ୍ଥୀୟ 9:8
28 Referans Kwoze  

ଯେଉଁ ଈଶ୍ୱର ଆମ୍ଭମାନଙ୍କ ମଧ୍ୟରେ ତାଙ୍କର ସକ୍ରିୟ ଶକ୍ତି ଦ୍ୱାରା ଆମର ମାଗିବାଠାରୁ ଅଧିକ ଏପରି କି ଆମର କଳ୍ପନାତୀତ ବିଷୟ ଦେବା ପାଇଁ ସମର୍ଥ,


ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ତୁମ୍ଭେମାନେ ସର୍ବଦା ଯେପରି ଉଦାର ଭାବରେ ଦାନ କରିପାର, ଏଥିପାଇଁ ଈଶ୍ୱର ତୁମ୍ଭମାନଙ୍କୁ ସବୁ ବିଷୟରେ ସମୃଦ୍ଧ କରିବେ ଏବଂ ଆମ୍ଭମାନଙ୍କ ସ୍ୱାରା ତୁମେ ପଠାଇଥିବା ଦାନ ପାଇଁ ଅନେକେ ଈଶ୍ୱରଙ୍କନିକଟରେ କୃତଜ୍ଞ ହୋଇ ଧନ୍ୟବାଦ ଦେବେ।


ସେମାନେ ଉତ୍କଟ କ୍ଳେଶ ମଧ୍ୟଦେଇ ପରୀକ୍ଷିତ ହୋଇଛନ୍ତି ଏବଂ ସେମାନେ ଅତିଶୟ ଦରିଦ୍ର ହେଲେ ସୁଦ୍ଧା, ଚରମ ବଦାନ୍ୟତା ଦ୍ୱାରା ନିଜ ମନର ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କରିଛନ୍ତି।


ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।


ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।


ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


କେବଳ ସେତିକି ନୁହେଁ, ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଶୁଭେଚ୍ଛା ପ୍ରକାଶ କରିବା ପାଇଁ ଯେଉଁ ଅନୁଗ୍ରହର କାର୍ଯ୍ୟ ଆମେ ଗ୍ରହଣ କରିଛୁ, ସେଥିରେ ଆମର ସହଯାତ୍ରୀ ହେବା ପାଇଁ ବିଭିନ୍ନ ମଣ୍ଡଳୀ ତାଙ୍କୁ ମନୋନୀତ କରିଛି।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।


ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।


ଏହି ଧର୍ମଶାସ୍ତ୍ର ସାହାଯ୍ୟରେ ଈଶ୍ୱରଙ୍କ ସେବକ ସବୁ ପ୍ରକାର ସତ୍କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଶକ୍ତି ଓ ଯୋଗ୍ୟତା ଲାଭ କରିପାରିବ।


ଖ୍ରୀଷ୍ଟ ଯେ ମୋ’ ଦେଇ କଥା କହୁଛନ୍ତି, ଏ ବିଷୟରେ ତୁମ୍ଭେମାନେ ଚାହିଁଥିବା ସମସ୍ତ ପ୍ରମାଣ ପାଇବ। ତୁମ୍ଭମାନଙ୍କ ପ୍ରତି ସେ କଦାପି ଦୁର୍ବଳ ନୁହଁନ୍ତି। ବରଂ ତୁମ୍ଭମାନଙ୍କ ନିକଟରେ ସେ ତାଙ୍କ ଶକ୍ତିର ପରିଚୟ ଦେଇଛନ୍ତି।


ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।


ଯେ କେହି ସବୁ ପାପ ମନ୍ଦରୁ ନିଜକୁ ଶୁଚି ରଖେ, ସେ ପ୍ରଭୁଙ୍କ ବିଶେଷ କାର୍ଯ୍ୟରେ ବ୍ୟବହୃତ ହେବ, କାରଣ ସେ ପ୍ରଭୁଙ୍କଠାରେ ଅନୁରକ୍ତ, ତାଙ୍କ ପାଇଁ ସେ ଆବଶ୍ୟକ। ଯେ କୌଣସି ମହତ୍ କାର୍ଯ୍ୟରେ ବିନିଯୁକ୍ତ ହେବା ପାଇଁ ସେ ପ୍ରସ୍ତୁତ।


Swiv nou:

Piblisite


Piblisite