Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 9:5 - ପବିତ୍ର ବାଇବଲ (CL) NT (BSI)

5 ତୁମେ ପ୍ରତିଶ୍ରୁତି ଦେଇଥିବା ଦାନ ସଂଗ୍ରହ କରିବା ପାଇଁ ଏହି ଭାଇମାନଙ୍କୁ ମୋ’ ଯିବା ଆଗରୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେକଲଇ। ତାହାହେଲେ, ମୁଁ ତୁମ୍ଭମାନଙ୍କ ନିକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବା। ଏହାଦ୍ୱାରା ତୁମ୍ଭେମାନେ ନିପକଟରେ ପହଞ୍ଚିବା ବେଳକୁ ଏହି ଦାନ ସଂଗ୍ରହ ହୋଇ ରଖାଯାଇଥିବ। ଏହାଦ୍ୱାରା ତୁମ୍ଭେମାନେ ବାଧ୍ୟତାମୂଳକଭାବେ ନ ଦେଇ ସ୍ୱତଃପ୍ରବୃତ୍ତ ହୋଇ ଦେଉଛ ବୋଲଇ ପ୍ରକାଶ ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଣୁ ତୁମ୍ଭମାନଙ୍କର ପୂର୍ବପ୍ରତିଜ୍ଞାତ ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ଵଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।

Gade chapit la Kopi

ଓଡିଆ ବାଇବେଲ

5 ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ, ଏଥିନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି।

Gade chapit la Kopi

ପବିତ୍ର ବାଇବଲ

5 ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭେମାନେ ଆସିବା ପୂର୍ବରୁ ମୁଁ ସେହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ କହିବି। ତାହାହେଲେ ତୁମ୍ଭେମାନେ ଯେଉଁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲ, ତାହା ସେମାନେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସେହି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ୱଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।

Gade chapit la Kopi




୨ କରିନ୍ଥୀୟ 9:5
11 Referans Kwoze  

କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।


ତିତସଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଚଳେଇ ରଖିବା ପାଇଁ ଓ ଏହି ପ୍ରେମାପ୍ଳୁତ ସେବା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ତିତସଙ୍କୁ ଅନୁରୋଧ କରିଛୁ।


ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


ବର୍ତ୍ତମାନ ମୁଁ ଏହି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି। ଦେଖ, ଏହି ସମୟରେ ଯେପରି ତୁମ୍ଭମାନଙ୍କ ସମ୍ପର୍କରେ ଆମର ଦର୍ପ ବୃଥା ନ ହୁଏ। ମୋ’ କହିବା ଅନପୁସାରେ ତୁମ୍ଭମାନଙ୍କ ଦାନ ସହ ପ୍ରସ୍ତୁତ ହୋଇ ରୁହ।


ମନେରଖ, ଯେ ଅଳ୍ପ ବିହନ ବୁଣେ, ସେ ଅଳ୍ପ ଫଦଲ ଅମଳ କରିବ; ଯେ ବେଶୀ ବିହନ ବୁଣେ, ସେ ବେଶୀ ଫସଲ ଅମଳ କରିବ।


Swiv nou:

Piblisite


Piblisite