Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:8 - ପବିତ୍ର ବାଇବଲ (CL) NT (BSI)

8 ଏ ସମ୍ପର୍କରେ ତୁମ୍ଭମାନେ ପ୍ରତି ମୁ କୌଣସି ନୀତି ନିର୍ଦ୍ଧାରଣ କରୁ ନାହିଁ। କେବଳ ସେବା କାର୍ଯ୍ୟରେ ଅନ୍ୟମାନଙ୍କ ଆଗ୍ରହର ଦୃଷ୍ଟାନ୍ତ ଦେଇ ତୁମ ପ୍ରେମରେ ବାସ୍ତବତା ଜାଣିବାଂ ପାଇଁ ମୁଁ ଚେଷ୍ଟା କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି।

Gade chapit la Kopi

ଓଡିଆ ବାଇବେଲ

8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମୁଁ ଆଦେଶ ଦେଲା ପରି କହୁ ନାହିଁ, ମାତ୍ର ଅନ୍ୟମାନଙ୍କ ଉଦ୍‍ଯୋଗ ଉଲ୍ଲେଖ କରି ତୁମ୍ଭମାନଙ୍କ ପ୍ରେମର ସରଳତା ମଧ୍ୟ ସପ୍ରମାଣ କରିବା ନିମନ୍ତେ କହୁଅଛି।

Gade chapit la Kopi

ପବିତ୍ର ବାଇବଲ

8 ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ।

Gade chapit la Kopi




୨ କରିନ୍ଥୀୟ 8:8
19 Referans Kwoze  

ଏ ବିଷୟରେ ମୁଁ ଯାହା ସବୁ କହୁଛି, ତାହା ମୋର ଆଦେଶ ନୁହେଁ; କେବଳ ତୁମ୍ଭମାନଙ୍କର ସୁବିଧା ପାଇଁ ଏହା ମୋର ପରାମର୍ଶ।


ଆସ, ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୋଇ ସେମାନଙ୍କ ଉପକାର କରିବା; ଏହିପରି ଭାବରେ ପ୍ରେମର ନିଦର୍ଶନ ଦେଇ ସତ୍କାର୍ଯ୍ୟ କରିବା।


ଅତଏବ, ଯେ ଯେପରି ସଙ୍କଳ୍ପ କରିଛି, ସେ ସେହିପରି ଦାନ କରୁ ଏବଂ ସେହି ଦାନ କୁଣ୍ଠିତ ହୋଇ କିମ୍ବା କେବଳ କର୍ତ୍ତବ୍ୟ ବୋଧରୁ ନ ହେଉ। କାରଣ ପ୍ରଫୁଲ୍ଲଚିତ୍ତ ଦାତାକୁ ଈଶ୍ୱର ପସନ୍ଦ କରିନ୍ତି।


ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ,


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଯେଉଁମାନଙ୍କ ପ୍ରେମ ଅବିନଶ୍ୱର, ସେ ସେମାନଙ୍କୁ ଅନୁଗ୍ରହ କରନ୍ତୁ।


ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।


ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।


ସେମାନଙ୍କୁ ତୁମ୍ଭମାନଙ୍କର ପ୍ରେମ ଦେଖାଅ। ତା’ହେଲେ ସମସ୍ତ ମଣ୍ଡଳୀ ଏ ବିଷୟରେ ନିଶ୍ଚିତ ହେବ ଏବଂ ତୁମ୍ଭମାନଙ୍କ ପାଇଁ ଆମେ କରୁଥିବା ଦର୍ପ ଯଥାର୍ଥ ବୋଲି ଉପଲବ୍ଧି କରିପାରିବେ।


ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।


ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।


ଅନ୍ୟମାନଙ୍କ ପ୍ରତି ଏହା ମୋର ପରାମର୍ଶ (ଈଶ୍ୱରଙ୍କର ନୁହେଁ।); ଯଦି ଆମ ମଧ୍ୟରୁ କାହାର ସ୍ତ୍ରୀ, ଖ୍ରୀଷ୍ଟବିଶ୍ୱାସୀ ନ ହୋଇ ମଧ୍ୟ ସ୍ୱାମୀ ସହିତ ବାସ କରିବାକୁ ଇଚ୍ଛା କରେ, ତେବେ ସେହି ଭାଇ ତାକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।


ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।


Swiv nou:

Piblisite


Piblisite