Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:7 - ପବିତ୍ର ବାଇବଲ (CL) NT (BSI)

7 ତୁମ୍ଭେମାନେ ବିଶ୍ୱାସ, ବାକ୍ପଟୁତା, ଜ୍ଞାନ, ସାହାଯ୍ୟ କରିବାରେ ଆଗ୍ରହ ଓ ଆମ ପ୍ରତି ପ୍ରେମ ପ୍ରଦର୍ଶନରେ ପ୍ରାଚୁର୍ଯ୍ୟରେ ପରିଚୟ ଦେଇଛି। ତେଣୁ ଏହି ସେବା କାର୍ଯ୍ୟରେ ମଧ୍ୟ ଦାନଶୀଳ ହୋଇ ପ୍ରେମର ପରିଚୟ ଦିଅ, ଏହା ମୋର ଇଚ୍ଛା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ବିଶ୍ଵାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍ଯୋଗ, ପୁଣି ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହକାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।

Gade chapit la Kopi

ଓଡିଆ ବାଇବେଲ

7 ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବପ୍ରକାର ଉଦ୍‍ଯୋଗ, ପୁଣି, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ।

Gade chapit la Kopi

ପବିତ୍ର ବାଇବଲ

7 ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।

Gade chapit la Kopi




୨ କରିନ୍ଥୀୟ 8:7
25 Referans Kwoze  

ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


ସବୁ ପ୍ରକାର ଦାନରେ ତୁମ୍ଭମାନଙ୍କୁ ସମୃଦ୍ଧ କରିବା ପାଇଁ ଈଶ୍ୱର ସକ୍ଷମ; ଫଳରେ ତୁମ୍ଭମାନଙ୍କୁ ସର୍ବଦା ପ୍ରଚାର୍ଯ୍ୟ ମଧ୍ୟରେ ବାସ କରିପାରିବ ଏବଂ ସବୁ ପ୍ରକାର ସତ୍କର୍ମ ନିମନ୍ତେ ଯଥେଷ୍ଟ ଦାନ ଦେଇ ପାରିବ।


ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ


ତିତସଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଚଳେଇ ରଖିବା ପାଇଁ ଓ ଏହି ପ୍ରେମାପ୍ଳୁତ ସେବା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ତିତସଙ୍କୁ ଅନୁରୋଧ କରିଛୁ।


ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।


ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?


କାରଣ ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବାରୁ ତୁମ୍ଭେମାନେ ସବୁ ବିଷୟରେ ଏପରି କି ବାକ୍ଶକ୍ତି ଓ ଜ୍ଞାନରେ ମଧ୍ୟ ସମୃଦ୍ଧ ହୋଇଅଛି।


ପ୍ରେମ ଚିରସ୍ଥାୟୀ। ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କ୍ଷଣିକ। ଅଲୌକିକ ଭାଷାରେ କଥା କହିବା ଶକ୍ତି କ୍ଷୟ ପାଇବ, ମନୁଷ୍ୟ ଜ୍ଞାନର ବିଲୋପ ଘଟିବ।


ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।


ତୁମ ମୁଖରୁ କୁକଥା ନିର୍ଗତ ନ ହେଉ। ତୁମର କଥା ହିତକର, ଗଠନମୂଳକ ଓ କାର୍ଯ୍ୟୋପଯୋଗୀ ହେଉ। ତା’ହେଲେ ଯେଉଁମାନେ ତୁମର କଥା ଶୁଣିବେ, ସେମାନଙ୍କ ପ୍ରତି ତାହା ମଙ୍ଗଳଜନକ ହେବ।


ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ପ୍ରଚୁର ଅନୁଗ୍ରହ ପାଇଁ ସେମାନେ ଗଭୀର ଶ୍ରଦ୍ଧା ସହ ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରିବେ।


କେବଳ ତାଙ୍କ ଆଗମନ ଦ୍ୱାରା ନୁହେୁଁ, ମାତ୍ର ସେ ତୁମ୍ଭମାନଙ୍କ ନିକଟକୁ ଯାଇ ଯେଉଁ ଉତ୍ସାହ ପାଇଛନ୍ତି, ତଦ୍ଦ୍ୱାରା ଆମେ ଆନନ୍ଦିତ ହୋଇଛୁ। ମୋତେ ଦେଖିବାକୁ ତୁମ୍ଭମାନଙ୍କର କେତେ ଆଗ୍ରହ, ମୋ’ ପାଇଁ ତୁମର କେଡ଼େ ଉଦ୍ନଯୋଗୀ, ଏ ସମସ୍ତ ବିଷୟ ସେ ମୋତେ ଜଣାଇଛନ୍ତି। ଡଫଳରେ ମୁଁ ଅଧିକ ଉଲ୍ଲସିତ ହୋଇଛି।


ତୁମ୍ଭେମାନେ ବିଭିନ୍ନ ଆତ୍ମିକଦାନ ପାଇବାକୁ ଆଗ୍ରହାନ୍ୱିତ ଥିବାରୁ, ତନ୍ମଧ୍ୟରୁ ଯେଉଁସବୁ ମଣ୍ଡଳୀର ପୁଷ୍ଟି ସାଧନ କରିପାରେ, ସେଗୁଡ଼ିକର ବହୁଳ ବ୍ୟବହାର ପାଇଁ ଚେଷ୍ଟା କର।


ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।


“ଦୁଇ ହଜାର ମୁଦ୍ରା ନେଇଥିବା ଭୃତ୍ୟ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦୁଇ ହଜାର ଦେଇଥିଲେ, ମୁଁ ଆଉ ଦୁଇ ହଜାର ଲାଭ କରିଛି।’


Swiv nou:

Piblisite


Piblisite