Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:1 - ପବିତ୍ର ବାଇବଲ (CL) NT (BSI)

1 ଭାଇମାନେ, ମାସିଦୋନିଆର ମଣ୍ଡଳୀଗୁଡ଼ିକ କିପରି ଈଶ୍ପରଙ୍କ ଅନୁଗ୍ରହ ଲାଭ କରିଛନ୍ତି, ତାହା ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ଭାଇମାନେ, ମାକିଦନିଆର ମଣ୍ତଳୀସମୂହ ମଧ୍ୟରେ ଈଶ୍ଵରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;

Gade chapit la Kopi

ଓଡିଆ ବାଇବେଲ

1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀସମୂହ ମଧ୍ୟରେ ଈଶ୍ୱରଙ୍କ ଦିଆଯାଇଥବା ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ଭାଇମାନେ, ମାକିଦନିଆର ମଣ୍ଡଳୀ-ସମୂହ ମଧ୍ୟରେ ଈଶ୍ବରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ;

Gade chapit la Kopi

ପବିତ୍ର ବାଇବଲ

1 ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ।

Gade chapit la Kopi




୨ କରିନ୍ଥୀୟ 8:1
15 Referans Kwoze  

ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।


ବାସ୍ତବିକ, ସମଗ୍ର ମାସିଦୋନିଆର ଭାଇମାନଙ୍କ ପ୍ରତି ତୁମେ ସେହିପରି ଆଚରଣ କରିଛ। ତେଣୁ ଆହୁରି ଅଧିକ ମାତ୍ରାରେ ତାହା କର, ତୁମ୍ଭମାନଙ୍କୁ ଏତିକି କେବଳ ବିନୀତ ଅନୁରୋଧ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ସେହି ରାତିରେ ପାଉଲ ଗୋଟିଏ ଦର୍ଶନ ପାଇଲେ ଯେ, ମାସିଦୋନିଆର ଜଣେ ଲୋକ ବିନତି କରି କହୁଛି, “ମାସିଦୋନିଆକୁ ଆସି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ!”


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ମୁଁ ଜାଣେ, ତୁମ୍ଭେମାନେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଏବଂ ମାସିଦୋନିଆର ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଦର୍ପ କରିଛି। ମୁଁ କହିଥିଲି, “ଆଖାୟାର ଭାଇମାନେ ସାହାଯ୍ୟ କରିବା ପାଇଁ ଗତବର୍ଷରୁ ପ୍ରସ୍ତୁତ ହୋଇ ରହିଛନ୍ତି।” ତୁମ୍ଭମାନଙ୍କର ଆଗ୍ରହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜାଗ୍ରତ କରିଛି।


ଯିରୂଶାଲମରେ ଈଶ୍ୱରଙ୍କ ଯେଉଁ ଲୋକମାନେ ଅଭାବଗ୍ରସ୍ତ, ସେମାନଙ୍କ ପାଇଁ କିଛି ଅର୍ଥ ସାହାଯ୍ୟ ପଠାଇବାକୁ ମାସିଦୋନିଆ ଓ ଆଖାୟର ମଣ୍ଡଳୀମାନେ ସ୍ଥିର କରିଛନ୍ତି।


ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।


ତୁମ୍ଭମାନଙ୍କ ସହିତ ଥିଲାବେଳେ ମୋର ଅଭାବ ପୂରଣ ପାଇଁ ମୁଁ କାହାକୁ ଭାରଗ୍ରସ୍ତ କରି ନାହିଁ। କାରଣ ମାସିଦୋନିଆରୁ ଆସିଥିବା ଭାଇମାନେ ମୋର ସମସ୍ତ ଅଭାବ ମେଣ୍ଟାଇ ଦେଇଥିଲେ। ଅତୀତ ପରି ଭବିଷ୍ୟତରେ ମଧ୍ୟ ମୁଁ କେବେହେଳେ ତୁମ୍ଭମାନଙ୍କୁ ଭାରଗ୍ରସ୍ତ କରିବି ନାହିଁ।


ତୁମ୍ଭମାନଙ୍କର ଦାନଶୀଳତା ଦ୍ୱାରା କେବଳ ଯେ ଈଶ୍ୱରଙ୍କ ଲୋକମାନଙ୍କର ଅଭାବ ଦୂର ହେବ, ତା’ ନୁହେଁ, କିନ୍ତୁ ଏହା ଦ୍ୱାରା ଈଶ୍ୱରଙ୍କ ପ୍ରତି ଅନେକଙ୍କ ହୃଦୟର କୃତଜ୍ଞତା ଉଛୁଳି ଉଠିବ।


ମାସିଦୋନିଆର ଲୋକମାନେ ମୋ’ ଯାଇ ଯଦି ତୁମ୍ଭମାନଙ୍କୁ ଅପ୍ରସ୍ଥୁତ ଦେଖିବେ; ତେବେ ତୁମ୍ଭମାନଙ୍କ ଉପରେ ଦୃଢ଼ ଆସ୍ଥା ଥିବା ହେତୁ ଆମେ ଲଜ୍ଜାଜନକ ହେବ।


“ଅନେକ ବର୍ଷ ଧରି ଯିରୂଶାଲମରୁ ଦୂରରେ ରହିବା ପରେ, ମୋ’ ନିଜ ଲୋକମାନଙ୍କ ପାଇଁ କିଛି ଅର୍ଥ ନେବାକୁ ଓ ବଳିଦାନ ଉତ୍ସର୍ଗ କରିବା ପାଇଁ ମୁଁ ସେଠାକୁ ଯାଇଥିଲି।


“ଦୁଇ ହଜାର ମୁଦ୍ରା ନେଇଥିବା ଭୃତ୍ୟ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦୁଇ ହଜାର ଦେଇଥିଲେ, ମୁଁ ଆଉ ଦୁଇ ହଜାର ଲାଭ କରିଛି।’


Swiv nou:

Piblisite


Piblisite