Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 7:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ତୁମ ମନରେ ଦୁଃଫଖ ଦେଇ ଥିବାରୁ ନୁହେଁ, ମାତ୍ର ଏହି ଦୁଃଖ ତୁମ୍ଭମାନଙ୍କ ଜୀବନରେ ଗତିପଥ ବଦଳାଇ ଦେଇ ଥିବାରୁ ଏବେ ମୁଁ ଆନନ୍ଦ ପାଉଛି। ଈଶ୍ୱରଙ୍କ ଅଭିପ୍ରାୟ ଅନୁସାରେ ତୁମ୍ଭମାନେ ଏହି ଦୁଃଖ ସହ୍ୟ କରିଛି। ତେଣୁ ଆମ ଦ୍ୱାରା ତୁମ୍ଭେମାନେ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ଵାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ଵରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।

Gade chapit la Kopi

ଓଡିଆ ବାଇବେଲ

9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ, ସେଥିପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କର ଦୁଃଖ ଯେ ତୁମ୍ଭମାନଙ୍କ ମନ-ପରିବର୍ତ୍ତନର କାରଣ ହେଲା, ଏଥିପାଇଁ; ଯେଣୁ ଆମ୍ଭମାନଙ୍କର ଦ୍ୱାରା ତୁମ୍ଭମାନଙ୍କର ଯେପରି କୌଣସି କ୍ଷତି ନ ହୁଏ, ସେଥିପାଇଁ ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ।

Gade chapit la Kopi

ପବିତ୍ର ବାଇବଲ

9 ଏବେ ମୁଁ ଖୁସୀ ଅଛି। ତୁମ୍ଭେମାନେ ଦୁଃଖୀ ହୋଇଥିବା କାରଣରୁ ନୁହେଁ, ବରଂ ତୁମ୍ଭମାନଙ୍କର ଦୁଃଖ ତୁମ୍ଭମାନଙ୍କ ହୃଦୟକୁ ପରିବର୍ତ୍ତନ କରିଥିବାରୁ ମୁଁ ଖୁସୀ। ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତୁମ୍ଭେମାନେ ଦୁଃଖୀ ହେଲ। ଅତଏବ ତୁମ୍ଭେମାନେ ଆମ୍ଭ ଦ୍ୱାରା କୌଣସି ପ୍ରକାରେ ଆଘାତ ପାଇ ନାହଁ।

Gade chapit la Kopi




୨ କରିନ୍ଥୀୟ 7:9
18 Referans Kwoze  

ମୁଁ ତୁମ୍ଭମାନଙ୍କୁ କହୁଛି, ସେହିପରି ଅନୁତାପ ଆବଶ୍ୟକ କରୁ ନ ଥିବା ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଜଣେ ପାପୀ ମନ ଫେରାଇଲେ, ଈଶ୍ୱର ଅଧିକ ଆନନ୍ଦିତ ହେବେ।


ଇହୁଦୀ ଓ ଅଣଇହୁଦୀ ସମସ୍ତଙ୍କୁ ମୁଁ ଦୃଢ଼ ସତର୍କ ବାଣୀ ଶୁଣାଇଥିଲି ଯେ, ସେମାନେ ପାପରୁ ବିମୁଖ ହୋଇ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ଏବଂ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିବେ।


ମୃତତ୍ୟୁଦାୟକ, ଅଥଚ ଯେଉଁମାନେ ପରିତ୍ରାଣ ପାଇଛନ୍ତି, ସେମାନଙ୍କ ନିକଟରେ ଏହା ଜୀବନଦାୟକ। କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ କିଏ ସକ୍ଷମ?


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”


ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”


ଯଦି ପ୍ରକୃତରେ ସବୁ ପାପ କର୍ମରୁ ନିବୃତ୍ତ ହୋଇଛ, ଏହା ତୁମର କାର୍ଯ୍ୟକଳାପରେ ଦେଖାଅ।


ମୋର ଚିଠି ପଢ଼ି ତୁମ୍ଭେମାନେ ମର୍ମାହତ ହୋଇଥିଲ ସୁଦ୍ଧା, ସେହି ଚତଠି ଲେଖି ଥିବାରୁ ମୋ’ ମନରେ କିଛି ଦୁଃଖ ନାହିଁ। ଚିଠିଟି ତୁମ୍ଭମାନଙ୍କୁ କ୍ଷଣକ ପାଇଁ ଶେକାର୍ତ୍ତ କରି ଥିବାରୁ ମୁଁ ଦୁଃଖିତ ହୋଇ ଥାଆନ୍ତି।


Swiv nou:

Piblisite


Piblisite