Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 7:7 - ପବିତ୍ର ବାଇବଲ (CL) NT (BSI)

7 କେବଳ ତାଙ୍କ ଆଗମନ ଦ୍ୱାରା ନୁହେୁଁ, ମାତ୍ର ସେ ତୁମ୍ଭମାନଙ୍କ ନିକଟକୁ ଯାଇ ଯେଉଁ ଉତ୍ସାହ ପାଇଛନ୍ତି, ତଦ୍ଦ୍ୱାରା ଆମେ ଆନନ୍ଦିତ ହୋଇଛୁ। ମୋତେ ଦେଖିବାକୁ ତୁମ୍ଭମାନଙ୍କର କେତେ ଆଗ୍ରହ, ମୋ’ ପାଇଁ ତୁମର କେଡ଼େ ଉଦ୍ନଯୋଗୀ, ଏ ସମସ୍ତ ବିଷୟ ସେ ମୋତେ ଜଣାଇଛନ୍ତି। ଡଫଳରେ ମୁଁ ଅଧିକ ଉଲ୍ଲସିତ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, କେବଳ ତାଙ୍କ ଆଗମନ ଦ୍ଵାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ଵନା ଦ୍ଵାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ଵନା ପ୍ରାପ୍ତ ହୋଇଥିଲେ, ତାହା ଦ୍ଵାରା ମଧ୍ୟ ସାନ୍ତ୍ଵନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଆଗ୍ରହ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଉଦ୍ଯୋଗ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।

Gade chapit la Kopi

ଓଡିଆ ବାଇବେଲ

7 ଆଉ, କେବଳ ତାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋ' ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍‌ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।

Gade chapit la Kopi

ପବିତ୍ର ବାଇବଲ

7 ସେ ଆସିବା ଦ୍ୱାରା ଆମ୍ଭେ ସାନ୍ତ୍ୱନା ପାଇଲୁ। କିନ୍ତୁ ତୁମ୍ଭେମାନେ ଦେଇଥିବା ସୁଖ ଦ୍ୱାରା ଆମ୍ଭେ ଅଧିକ ଉତ୍ସାହ ଲାଭ କଲୁ। ତୀତସ କହିଲେ ଯେ ତୁମ୍ଭେମାନେ ମୋତେ ଦେଖିବା ପାଇଁ ବ୍ୟାକୁଳ। ତୁମ୍ଭେମାନେ ପୂର୍ବରୁ କରିଥିବା ବିଷୟ ପାଇଁ ଦୁଃଖିତ ଏବଂ ତୁମ୍ଭେମାନେ ମୋତେ ଅତି ମାତ୍ରାରେ ଗ୍ଭହୁଁଛ। ଏହା ଶୁଣିଲା ପରେ ମୁଁ ଅଧିକ ପ୍ରସନ୍ନ ହେଲି।

Gade chapit la Kopi




୨ କରିନ୍ଥୀୟ 7:7
34 Referans Kwoze  

ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


ଏହି ପାର୍ଥିବ ଆବାସରେ ରହି ଆମେ ସେହି ସ୍ୱର୍ଗୀୟ ଗୃହରୂପ ବସ୍ତ୍ର ପରିଧାନ କରିବାକୁ ଆର୍ତ୍ତାନାଦ କରୁଛୁ।


ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।


ଏଲିୟ ଆମ ପରି ମନୁଷ୍ୟ ଥିଲେ। ବର୍ଷା ନ ହେଉ ବୋଲି ସେ ଏକଗ୍ରା ଚିତ୍ତରେ ପ୍ରାର୍ଥନା କରିଥିଲେ, ସାଢ଼େ ତିନି ବର୍ଷ ଯାଏ ବର୍ଷା ହେଲା ନାହିଁ।


ଆମେ ଯେପରି ସତ୍ୟରୁ ବିଚ୍ୟୁତ ନ ହେଉ, ଏଥିପାଇଁ ଆମେ ଶୁଣିବା ସତ୍ୟବାଣୀରେ ଦୃଢ଼ ହୋଇ ରହିବା ଉଚିତ।


କାରଣ ଏବେ ଆମେ ଜାଣୁ ଯେ, ତୁମ୍ଭେମାନେ ଦୃଢ଼ଭାବେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କରୁଛ।


ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।


କାରଣ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ମୁଁ ତୁମ୍ଭମାନଙ୍କ ସହିତ ଅଛି। ଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ତୁମ୍ଭେମାନେ ଯେପରି ସୁଶୃଙ୍ଖଳିତ ହୋଇଛ, ତାହା ଦେଖି ମୁଁ ଆନନ୍ଦିତ। ଖ୍ରୀଷ୍ଟ ଓ ଜୀବନର ପୂର୍ଣ୍ଣତା


ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।


ଈଶ୍ୱରଙ୍କ ଧନ୍ୟବାଦ ହେଉ। କାରଣ ଆମ୍ଭମାନଙ୍କ ପରି ତିତସ ମଧ୍ୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହାନ୍ୱିତ।


ତୁମ୍ଭେମାନେ ସବୁବେଳେ ମୋର ନିର୍ଦ୍ଧେଶ ପାଳନ କରିବାକୁ ପ୍ରସ୍ତୁତ କି ନୁହଁ, ଜଣିବା ପାଇଁ ମୁଁ ଉପରୋକ୍ତ ସେହି ପତ୍ର ଲେଖିଥିଲି।


ମୁଁ ଆଶା କରୁଛି, ବର୍ତ୍ତମାନ ଯାହା ଆଂଶିକଭାବେ ବୁଝୁଛ, ତାହା ଯଥା ସମୟରେ ପ୍ରଭୁ ଯୀଶୁଙ୍କୁ ପୁନରାଗମନ ଦିନରେ ସମ୍ପୂର୍ଣ୍ଣରୁପେ ବୁଝି ପାରିବ। ତାହାହେଲେ, ତୁମ୍ଭମାନେ ଆମ ପାଇଁ ଗର୍ବ ଅନୁଭବ କରିବ ଓ ଆମେ ମଧ୍ୟ ତୁମ ପାଇଁ ଗର୍ବ କରିବୁ।


ଏହା ଦ୍ୱାରା ଆମେ ପରସ୍ପରର ବିଶ୍ୱାସକୁ ଦୃଢ଼ କରିପାରିବା।


ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।


ଯୀଶୁ ମର୍ମାନ୍ତିକ ଦୁଃଖରେ ଆକୁଳ ହୋଇ ପ୍ରାର୍ଥନା କଲେ; ତାଙ୍କର ସ୍ୱେଦ ବିନ୍ଦୁ ରକ୍ତ ଟୋପ ପରି ଭୂମିରେ ପଡ଼ିଲା।


ସେହିକ୍ଷଣି କୁକୁଡ଼ା ଡ଼ାକିଲା ଏବଂ ଯୀଶୁ କଅଣ କହିଥିଲେ, ପିତରଙ୍କ ମନେ ପଡ଼ିଲା: “କୁକୁଡ଼ା ଡ଼ାକିବା ପୂର୍ବରୁ ମୋତେ ଜାଣ ନାହିଁ ବୋଲି ତୁମେ ତିନିଥର କହିବ।” ସେ ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।


ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


ତଥାପି ତୁମ୍ଭେମାନେ କିପରି ନିଜ ବିଷୟରେ ଗର୍ବ କରି ପାରୁଛ? ପ୍ରକୃତ ପକ୍ଷରେ ତୁମ୍ଭେମାନେ ଲଜ୍ଜିତ ହୋଇ ସେହି ଭଳି ଲୋକକୁ ତୁମ ମଧ୍ୟରୁ ବହିଷ୍କାର କରିଦେବା ଉଚିତ୍।


ଆମ କ୍ଳେଶ ଭୋଗ ସମୟରେ ସେ ଆମକୁ ଯେଉଁ ସାନ୍ୱନା ଦ୍ୱାରା ଆମେ ଯେଉଁ ସାନ୍ତ୍ୱନା ଦେଇ ପାରିବା।


କିନ୍ତୁ ଅବହେଳିତମାନଙ୍କୁ ସାନ୍ତ୍ୱନା ଦେଇଥିବା ଈଶ୍ୱର ତିତମଙ୍କୁ ପଠାଇ ଆମକୁ ଉତ୍ସାହ ଦେଇଛନ୍ତି।


ମୋର ଚିଠି ପଢ଼ି ତୁମ୍ଭେମାନେ ମର୍ମାହତ ହୋଇଥିଲ ସୁଦ୍ଧା, ସେହି ଚତଠି ଲେଖି ଥିବାରୁ ମୋ’ ମନରେ କିଛି ଦୁଃଖ ନାହିଁ। ଚିଠିଟି ତୁମ୍ଭମାନଙ୍କୁ କ୍ଷଣକ ପାଇଁ ଶେକାର୍ତ୍ତ କରି ଥିବାରୁ ମୁଁ ଦୁଃଖିତ ହୋଇ ଥାଆନ୍ତି।


Swiv nou:

Piblisite


Piblisite