Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 7:1 - ପବିତ୍ର ବାଇବଲ (CL) NT (BSI)

1 ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି ଈଶ୍ଵରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।

Gade chapit la Kopi

ଓଡିଆ ବାଇବେଲ

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ବରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ।

Gade chapit la Kopi

ପବିତ୍ର ବାଇବଲ

1 ଅତଏବ, ଆସ ପରମେଶ୍ୱରଙ୍କ ପ୍ରତି ଭକ୍ତି ଥିବାରୁ ଆମ୍ଭ ଜୀବନଯାପନ ପ୍ରଣାଳୀରେ ନିଜକୁ ପବିତ୍ର କରିବା ଏବଂ ଆମ୍ଭ ଶରୀର ଓ ଆତ୍ମାକୁ ଅପବିତ୍ର କରୁଥିବା ପ୍ରତ୍ୟେକ ବିଷୟକୁ ଦୂର କରିବା।

Gade chapit la Kopi




୨ କରିନ୍ଥୀୟ 7:1
48 Referans Kwoze  

ଈଶ୍ୱର ଆମ୍ଭମାନଙ୍କୁ ଅଶୁଚି ଜୀବନଯାପନ କରିବା ପାଇଁ ଆହ୍ୱାନ କରି ନାହାନ୍ତି - ପବିତ୍ର ହୋଇ ରହିବା ପାଇଁ ଆମେ ଆହୂତ।


ବନ୍ଧୁଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ତୁଲ୍ୟ। ତେଣୁ ଅନୁରୋଧ କରୁଛୁ, ତୁମ୍ଭେମାନେ ସର୍ବଦା ଆତ୍ମା ବିରୁଦ୍ଧରେ ଯୁଦ୍ଧ କରୁଥିବା ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ ଓ ସେ ତୁମର ନିକଟବର୍ତ୍ତୀ ହେବେ। ହେ ପାପିଷ୍ଠ, ତୁମ ହସ୍ତ ଶୁଚି କର। ହେ ଦ୍ୱିମନା, ହୃଦୟ ନିର୍ମଳ କର, ଅନୁତପ୍ତ ହୁଅ, କଦ୍ରନ ଓ ବିଳାପ କର;


ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଏହି ଆଶା ପୋଷଣ କରିଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ପରି ନିଜକୁ ପବିତ୍ର କରି ରଖିବେ।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।


କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।


ଆମ୍ଭମାନଙ୍କୁ ଯେଉଁ ବିଶ୍ରାମ ଦେବେ ବୋଲି ଈଶ୍ୱର କହିଥିଲେ, ତାହା ଆମେ ପାଇ ପାରିବୁ ବୋଲି କେହି ଯେପରି ବଞ୍ଚିତ ନ ହୁଅ, ଏଥିପାଇଁ ସଜାଗ ରୁହ।


ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।


ଯେଉଁମାନଙ୍କ ହୃଦୟ ନିର୍ମଳ ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ।


କିନ୍ତୁ ଈଶ୍ୱରଙ୍କ ନିକଟରେ ଯଦି ଆମର ପାପ ସ୍ୱୀକାରୀ କରୁ, ଈଶ୍ୱର ତାଙ୍କ ପତିଜ୍ଞାନୁଯାୟୀ ଆମ ପ୍ରତି ନ୍ୟାୟୋଚିତ ବ୍ୟବହାର କରିବେ- ସେ ଆମ ପାପ କ୍ଷମା କରି ସମସ୍ତ ଅଧାର୍ମିକତାରୁ ଆମକୁ ପରିଷ୍କାର କରିବେ।


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।


ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


ଈଶ୍ୱରଙ୍କ ସମସ୍ତ ପ୍ରତିଶ୍ରୁତି ତାଙ୍କଠାରେ ସଫଳ ହୋଇଛି। ସେଥପାଇଁ ଯୀଶୁ ଖ୍ରୀଶ୍ଟଙ୍କ ହେତୁ ଆମର “ଆମେନ୍” ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ।


ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।


“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।


ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।


କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।


ଈଶ୍ୱର ପ୍ରତ୍ୟେକର କାର୍ଯ୍ୟାକଳାପ ଅନୁସାରେ ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି। ତୁମ୍ଭେମାନେ ତାଙ୍କ ନକଟରେ ପ୍ରାର୍ଥନା କଲାବେଳେ ତାଙ୍କୁ ପିତା ବୋଲି ସମ୍ବୋଧନ କରିଥାଅ। ଅତଏବ, ଏହି ଜଗତରେ ତୁମ୍ଭମାନଙ୍କ ଜୀବନର ଅବଶିଷ୍ଟ ସମୟ ତାଙ୍କୁ ଭୟଭକ୍ତି କରି ଅତିବାହିତ କର।


Swiv nou:

Piblisite


Piblisite