Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 5:9 - ପବିତ୍ର ବାଇବଲ (CL) NT (BSI)

9 ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକା; ବାସନା।

Gade chapit la Kopi

ଓଡିଆ ବାଇବେଲ

9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଣୁ ମଧ୍ୟ ନିବାସୀ ହେଉ ବା ପ୍ରବାସୀ ହେଉ, ତାହାଙ୍କ ନିକଟରେ ସନ୍ତୋଷପାତ୍ର ହେବା ଆମ୍ଭମାନଙ୍କର ଏକାନ୍ତ ବାସନା।

Gade chapit la Kopi

ପବିତ୍ର ବାଇବଲ

9 ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ।

Gade chapit la Kopi




୨ କରିନ୍ଥୀୟ 5:9
21 Referans Kwoze  

ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ଯେ କେହି ଏହିପରି ଭାବେ ଖ୍ରୀଷ୍ଟଙ୍କ ସେବା କରେ; ସେ ଈଶ୍ୱରଙ୍କୁ ପ୍ରୀତ କରିବ, ମନୁଷ୍ୟ ସମାଜରେ ମଧ୍ୟ ଆଦୃତ ହେବ।


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


ଯେଉଁ ମୁକ୍ତିଦାତାଙ୍କଠାରେ ବିଶ୍ୱାସ କଲେ ସମସ୍ତେ ପରିତ୍ରାଣ ଲାଭ କରିପାରିବେ, ସେହି ଜୀବନ୍ତ ଈଶ୍ୱରଙ୍କଠାରେ ଭରସା ରଖି, ଆମେ ଏତେ କଷ୍ଟ ସ୍ୱୀକାର କରି ଏହି କାର୍ଯ୍ୟ କରି ଯାଉଛୁ।


ଆଗରୁ ଯେପରି କହିଥିଲୁ, ଶାନ୍ତିରେ ଜୀବନ ଯାପନ କରିବା, ନିଜ କାର୍ଯ୍ୟରେ ମନୋନିବେଶ କରିବା ଓ ନିଜ ନିଜର ଜୀବିକା ଉପାର୍ଜନ କରିବା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଯେଉଁ ସ୍ଥାନମାନଙ୍କରେ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣି ନାହାନ୍ତି, ସେଠାରେ ତାଙ୍କ ବାର୍ତ୍ତା ପ୍ରଚାର କରିବା ମୋର ଲକ୍ଷ୍ୟ, କାରଣ ଅନ୍ୟମାନେ ପକାଇଥିବା ମୂଳଦୁଆ ଉପରେ ଗୃହ ନିର୍ମାଣ ମୁଁ ଚାହେଁ ନାହିଁ।


ପ୍ରଭୁଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମେ ବଞ୍ଚିଛୁ ଓ ମରିବୁ। ତେଣୁ ଜୀବନ ଓ ମରଣରେ ଆମେ ପ୍ରଭୁଙ୍କର।


ଯେ କୌଣସି ଜାତିର ଯେକୌଣସି ଲୋକ ପ୍ରଭୁଙ୍କର ଉପାସନା କଲେ ଓ ତାଙ୍କ ଦୃଷ୍ଟିରେ ସତ୍କର୍ମ କଲେ, ପ୍ରଭୁ ତାହାକୁ ଗ୍ରହଣ କରନ୍ତି।


ତେଣୁ ଆସ, ଆମେ କୃତଜ୍ଞା ହେବା, କାରଣ ଆମେ ଏକ ଅବିନଶ୍ୱର ରାଜ୍ୟ ପାଇବା। ଆସ, ଆମ କୃତଜ୍ଞତା ଜ୍ଞାପନ କରିବା ଏବଂ ଭକ୍ତି ଓ ଭୟର ସହିତ ଈଶ୍ୱରଙ୍କ ସନ୍ତୋଷଭାନ ହୋଇ ତାହାଙ୍କୁ ପୂଜା କରିବା।


ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।


ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।


ତେଣୁ ଆମେ ସାହସିକ, ପୁଣି ଏହି ଶରୀର ପରିତ୍ୟାଗ କରି ପ୍ରଭୁଙ୍କ ସହିତ ବାସ କରିବା ପାଇଁ ଆମେ ଅଧିକ ଉତ୍ସୁକ।


ସେଥିପାଇଁ ଆମେ ସବୁବେଳେ ସାହସ ଧରିଛୁ। ଆମେ ଜାଣୁ, ଯେତେ ଦିନ ଆମେ ଏହି ଦେହରେ ବାସ କରିଛୁ, ସେତେ ଦିନ ପ୍ରଭୁଙ୍କଠାରୁ ଦୂରରେ ବାସ କରିଛୁ, ସେତେ ଦିନ ପ୍ରଭୂଙ୍କଠାରୁ ଦୂରରେ ରହି ଜୀବନ ଦୃଶ୍ୟ ବିଷୟ ଛପରେ ନୁହେଁ- ମାତ୍ର ବିଶ୍ୱାସ ଛପରେ ପ୍ରତିଷ୍ଠିତ।


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ଈଶ୍ୱରଙ୍କ ଅପୂର୍ବ ଅନୁଗ୍ରହ ନିମନ୍ତେ ଓ ତାଙ୍କ ପ୍ରିୟ ପୁତ୍ରଙ୍କୁ ବିନା ମୂଲ୍ୟରେ ଦାନ ସ୍ୱରୂପେ ପାଇଥିବା ହେତୁ, ଆମେ ଈଶ୍ୱରଙ୍କ ଧନ୍ୟବାଦ କରୁଛୁ।


Swiv nou:

Piblisite


Piblisite