Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 5:1 - ପବିତ୍ର ବାଇବଲ (CL) NT (BSI)

1 ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ଵୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ଵରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ଵର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ।

Gade chapit la Kopi

ଓଡିଆ ବାଇବେଲ

1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 କାରଣ ଯଦି ଆମ୍ଭମାନଙ୍କର ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ବରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି, ଏହା ଆମ୍ଭେମାନେ ଜାଣୁ।

Gade chapit la Kopi

ପବିତ୍ର ବାଇବଲ

1 ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ।

Gade chapit la Kopi




୨ କରିନ୍ଥୀୟ 5:1
25 Referans Kwoze  

ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ଯାହା ମନୁଷ୍ୟ ହସ୍ତକୃତ ନୁହେଁ, ଏପରି ଏକ ପବିତ୍ର ସ୍ଥାନକୁ ଖୀଷ୍ଟ ଯାଇଛନ୍ତି। ତାହା କୌଣସି ମୂଳ ବିଷୟରେ ଅନୁରୂପ ନୁହେଁ। ସେ ସ୍ୱର୍ଗକୁ ହିଁ ଯାଇଛନ୍ତି। ସେଠାରେ ସେ ଆମ୍ଭମାନଙ୍କ ସପକ୍ଷେ ବର୍ତ୍ତମାନ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି।


କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।


କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଆମ୍ଭେମାନେ ପାଇଛୁ, ସେ ସବୁରୁ ମହାଯାଜକ ରୂପେ ଖ୍ରୀଷ୍ଟ ଆସିଛନ୍ତି। ସେ ଯେଉଁ ଉପାସନା ତମ୍ୱୁରେ କାର୍ଯ୍ୟ କରୁଛନ୍ତି, ତାହା ଶ୍ରେଷ୍ଠ ଓ ଅଧିକ ପୂର୍ଣ୍ଣାଙ୍ଗ। ତାହା ମନୁଷ୍ୟନିର୍ମିତ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ।


ତେଣୁ ଈଶ୍ୱର ତାଙ୍କ ଲୋକମାନଙ୍କ ନିମନ୍ତେ ଯେଉଁ ବହୁମୂଲ୍ୟ ଆଶୀର୍ବାଦ ରଖିଛନ୍ତି, ତାହା ପାଇବା ପାଇଁ ଆମ୍ଭେମାନେ ପ୍ରତୀକ୍ଷାରେ ଅଛୁ। ତାହା ସେ ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ଗଚ୍ଛିତ କରି ରଖିଛନ୍ତି। ସେଠାରେ ତାହା କ୍ଷୟ ପାଏ ନାହିଁ, ନଷ୍ଟ ବା ମ୍ଳାନ ହୁଏ ନାହିଁ।


ଆମେ ଏହି ପାର୍ଥିବ ତମ୍ବୁରେ ରହିଥିଲାବେଳେ ଭାରାକ୍ରାନ୍ତ ହୃଦୟରେ ଅର୍ତ୍ତାନାଦ କରୁଛୁଁ। ପାର୍ଥିବ ଶରୀର ପରିତ୍ୟାଗ କରିବା ଆମର ଅଭିପ୍ରାୟ ନୁହେଁ, ମାତ୍ର ଆମେ ଚାହୁଁ, ସ୍ୱର୍ଗୀୟ ବସ୍ତ୍ର ପରିଧାନ କରିବା ସ୍ୱରା ଆମର ଏହି ମର ଶରୀର ଯେପରି ଅମରତ୍ୱରେ ଆଚ୍ଛାଦିତ ହେବ।


ସେମାନେ କହିଲେ, “ଆମେ ଶୁଣିଛୁ, ସେ କହୁଥିଲା, ‘ମନୁଷ୍ୟ ହସ୍ତନିର୍ମିତ ଏହି ମନ୍ଦିରକୁ ମୁଁ ଭୂମିସାତ୍ କରି, ତିନିଦିନ ଭିତରେ ମନୁଷ୍ୟ ତିଆରି କରି ନ ଥିବା ଆଉ ଗୋଟିଏ ମନ୍ଦିର ତୋଳି ଦେବି’।”


ଯଦି ଏହିପରି ସବୁ ବିଷୟ ବିଲୁପ୍ତ ହେବ, ତେବେ ଭାବି ଦେଖ, ତୁମ୍ଭମାନଙ୍କର କି ପ୍ରକାର ଜୀବନ ହେବା ଉଚିତ। ତାହା ପବିତ୍ର ଓ ଈଶ୍ୱରଙ୍କଠାରେ ଉତ୍ସର୍ଗିତ ହେବା ଏକାନ୍ତ ଆବଶ୍ୟକ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।


ତାହେଲେ, ଆମେ ଜାଣି ପାିବା ଯେ, “ସତ୍ୟ”ରେ ଆମ୍ଭମାନଙ୍କର ସ୍ଥିତି ଏବଂ ଆମେ ଅବିଚଳିତ ମନରେ ଈଶ୍ୱରଙ୍କ ନିକଟରେ ଉପସ୍ଥିତ ହୋଇ ପାରିବା।


ଆମେ ଜାଣୁ ଯେ, ଏବେ ଆମେ ମୃତ୍ୟକୁ ଅତିକ୍ରମ କରି ଜୀବନ ଲାଭ କରିଛୁ। ଏହା ନିଶ୍ଚିତ ଭାବରେ ଜାଣୁ, କାରଣ ଏବେ ଆମେ ଭାଇମାନଙ୍କୁ ପ୍ରେମ କରୁଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟର ଅଧୀନ।


ଯେଉଁ ଚିରସ୍ଥାୟୀ ନଗର ଈଶ୍ୱରଙ୍କ ଦ୍ୱାରା ପରିକଳ୍ପିତ ଓ ନିମର୍ତତ ଅବ୍ରାହାମ ସେହି ନଗରର ଅପେକ୍ଷାରେ ଥିଲେ।


ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


“ତଥାପି ସର୍ବୋପରିସ୍ଥ ଈଶ୍ୱର ଲୋକମାନଙ୍କ ଦ୍ୱାରା ନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଏ ସମ୍ପର୍କରେ ଭାବବାଦୀ ଲେଖିଛନ୍ତି;


Swiv nou:

Piblisite


Piblisite