Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 4:3 - ପବିତ୍ର ବାଇବଲ (CL) NT (BSI)

3 କାରଣ ଆମ ଦ୍ୱାରା ପ୍ରଚାରିତ ସୁସମାଚାର ଯଦି ରହସ୍ୟାବୃତ, ତେବେ କେବଳ ବିପଥଗାମୀମାନଙ୍କ ପାଇଁ ତାହା ରହସ୍ୟାବୃତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ;

Gade chapit la Kopi

ଓଡିଆ ବାଇବେଲ

3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିନ୍ତୁ ଯଦ୍ୟପି ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦିତ ଥାଏ, ତାହା ବିନାଶପ୍ରାପ୍ତମାନଙ୍କ ପକ୍ଷରେ ଆଚ୍ଛାଦିତ;

Gade chapit la Kopi

ପବିତ୍ର ବାଇବଲ

3 ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି।

Gade chapit la Kopi




୨ କରିନ୍ଥୀୟ 4:3
11 Referans Kwoze  

ପ୍ରକୃତରେ ସେମାନଙ୍କର ବୋଧଶକ୍ତି ଲୋପ ପାଇଥିଲା। ଏବେ ମଧ୍ୟ ପୁରାତନ ନିୟମ ପାଠ କରିବର ସମୟରେ ସେମାନଙ୍କର ସମ୍ମୁଖରେ ସେହି ଆବରଣ ରହୁଛି। ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା କେବଳ ସେହି ଆବରଣ ଉନ୍ମୋଚିତ ହୁଏ।


ବିନଷ୍ଟ ହେବାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ରୁଶର ବାର୍ତ୍ତା ନିର୍ବୋଧତା। କିନ୍ତୁ ଆମ୍ଭମାନଙ୍କ ପରି ପରିତ୍ରାଣପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଈଶ୍ୱରଙ୍କ ଶକ୍ତି।


ସେହି ସମୟରେ ଯୀଶୁ ପ୍ରାର୍ଥନା କରି କହିଲେ, “ହେ ପିତା, ସ୍ୱର୍ଗ ଓ ମର୍ତ୍ତ୍ୟର ପ୍ରଭୁ, ଏହି ସବୁ କଥା ତୁମେ ବୁଦ୍ଧିମାନ ଓ ଶିକ୍ଷିତ ଲୋକମାନଙ୍କଠରୁ ଗୁପ୍ତ ରଖି ଅଶିକ୍ଷିତ ଲୋକମାନଙ୍କଠାରୁ ପ୍ରକାଶ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଉଛି।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


ଯେଉଁ ଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଏ ସବୁ ଘଟିବ।


ମହାମହିମ ପରମଧନ୍ୟ ଈଶ୍ୱରଙ୍କ ଶୁଭ ବାର୍ତ୍ତାରେ ସମସ୍ତ ସତ୍ଶିକ୍ଷା ନିହିତ ଅଛି। ସେହି ଶୁଭ ବାର୍ତ୍ତା ପ୍ରଚାର କରିବା ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୋଇଛି।


କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।


ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।


ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।


Swiv nou:

Piblisite


Piblisite