Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 3:9 - ପବିତ୍ର ବାଇବଲ (CL) NT (BSI)

9 ଦଣ୍ଡ ବିଧାୟକ ବ୍ୟବସ୍ଥାର ପ୍ରତିଷ୍ଠା ଯଦି ଏତେ ଗୌରବଯୁକ୍ତ, ତା’ହେଲ ପରିତ୍ରାଣକାରୀ ନିୟମର ପ୍ରତିଷ୍ଠା ଆହୁରି କେତେ ଅଧିକ ଗୌରବମଣ୍ଡିତ ନ ହେବ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କାରଣ ଯଦି ଦଣ୍ତାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ।

Gade chapit la Kopi

ଓଡିଆ ବାଇବେଲ

9 କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ,ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କାରଣ ଯଦି ଦଣ୍ଡାଜ୍ଞାର ସେବାକାର୍ଯ୍ୟ ଗୌରବଯୁକ୍ତ, ତେବେ ଧାର୍ମିକତାର ସେବାକାର୍ଯ୍ୟ ବରଂ ଆହୁରି ଅଧିକ ଗୌରବଯୁକ୍ତ।

Gade chapit la Kopi

ପବିତ୍ର ବାଇବଲ

9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସେଭଳି ସେବାରେ ଯଦି ପ୍ରଭୁଙ୍କ ମହିମା ଅଛି; ତା'ହେଲେ ଯେଉଁ ସେବା ଲୋକମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହେବ।

Gade chapit la Kopi




୨ କରିନ୍ଥୀୟ 3:9
23 Referans Kwoze  

କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ଯେଉଁମାନେ ଆମ ଈଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ଯୋଗୁଁ ଆମ ପରି ବିଶ୍ୱାସରୂପ ବହୁମୂଲ୍ୟ ଦାନ ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ ଶିଷ୍ୟ ଶିମୋନ ପିତରଙ୍କ ପତ୍ର:-


ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ସୂର୍ଯ୍ୟର ସୌନ୍ଦର୍ଯ୍ୟ ଏକ ପ୍ରକାର, ଚନ୍ଦ୍ରର ଭିନ୍ନ ପ୍ରକାର ଏବଂ ନକ୍ଷତ୍ରମାନଙ୍କ ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାରର। ଏପରି କି ଗୋଟିଏ ନକ୍ଷତ୍ରର ସୌନ୍ଦର୍ଯ୍ୟ, ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।


ତେବେ ପବିତ୍ରାତ୍ମାଙ୍କ କାର୍ଯ୍ୟସମୂହ ତା’ଠାରୁ କେତେ ଅଧିକ ଗୌରବରେ ପ୍ରତିଷ୍ଠିତ ନ ହେବ!


Swiv nou:

Piblisite


Piblisite