Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 3:7 - ପବିତ୍ର ବାଇବଲ (CL) NT (BSI)

7 ପାଷାଣ ଫଳକରେ ଖୋଦିତ ବ୍ୟବସ୍ଥାର ପ୍ରତିଷ୍ଠା ସମୟରେ ଈଶ୍ୱରଙ୍କ ଗୌରବ ପ୍ରକାଶିତ ହୋଇଥିଲେ ମଧ୍ୟ ମୋଶାଙ୍କ ଉଜ୍ଜ୍ୱଳ ମୁଖ ଆଡ଼କୁ ଇଶ୍ରାୟେଲ ଲୋକମାନେ ଚାହିଁପାରି ନ ଥିଲେ। ମୃତ୍ୟୁ ଘଟାଉଥିବା ବ୍ୟବସ୍ଥା ଯଦି ଏପରି ଗୌରବର ସହିତପ୍ରକାଶ ପାଇଲା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,

Gade chapit la Kopi

ଓଡିଆ ବାଇବେଲ

7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିିତ ହୋଇଥିଲା ଯେ, ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବାକାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ, ଇସ୍ରାଏଲ ଲୋକମାନେ ମୋଶାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ପାରିଲେ ନାହିଁ,

Gade chapit la Kopi

ପବିତ୍ର ବାଇବଲ

7 ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା।

Gade chapit la Kopi




୨ କରିନ୍ଥୀୟ 3:7
38 Referans Kwoze  

କିନ୍ତୁ ସମସ୍ତ ବିଷୟର ସମ୍ପୂର୍ଣ୍ଣତା ଉପସ୍ଥିତ ହେଲେ, ଏହି ଆଂଶିକ ବିଷୟସବୁ ଲୋପ ପାଇବ।


ଖ୍ରୀଷ୍ଟ ହିଁ ବ୍ୟବସ୍ଥାର ଚୂଡ଼ାନ୍ତ, କେବଳ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଏ।


ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।


ଏହି ପରିଚୟ ପତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ଓ ଆମ୍ଭମାନଙ୍କ ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ପଥର ଫଳକରେ ଲେଖାଯାଇ ନାହିଁ, କିନ୍ତୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ମଣିଷ ହୃଦୟରେ ଲେଖାଯାଇଛି।


ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।


ଓ ମୁଁ ମୃତ ହେଲି; ଯେଉଁ ବ୍ୟବସ୍ଥଶ ଜୀବନ ଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ମୋ’ ମୃତ୍ୟୁର କାରଣ ହେଲା।


ସେତେବେଳେ ସେଠାରେ ବସିଥିବା ସମସ୍ତେ ଏକ ଲୟରେ ସ୍ତିଫାନଙ୍କ ଆଡ଼େ ଚାହିଁ ଦେଖିଲେ ଯେ ତାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦିଶୁଥିଲା।


ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ମୋର ଆଗ୍ରହ,


ସେଠାରେ ଏକ ସୁବର୍ଣ୍ଣ ପାତ୍ର, ହାରୋଣଙ୍କ ପଲ୍ଲବିତ ଯଷ୍ଟି ଏବଂ ଈଶ୍ୱରଙ୍କ ଆଜ୍ଞାଖୋଦିତ ଦୂଇ ପ୍ରସ୍ତର ଫଳକ ଥିଲା।


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


ଯେତେ ଦିନ ପର୍ଯ୍ୟନ୍ତ ଆମେ ଶାରୀରିକ ଅଭିଳାଷର ବଶବର୍ତ୍ତୀ ଥିଲୁ, ବ୍ୟବସ୍ଥାର ନିଷେଧାଜ୍ଞା ଆମ୍ଭମାନଙ୍କର ପାପ ପ୍ରବୃତ୍ତିକୁ କେବଳ ଉତ୍ତେଜିତ କରୁଥିଲା ଏବଂ ଆମ୍ଭେମାନେ ମୃତ୍ୟୁର ସେବା ପାଇଁ ଉପଯୋଗୀ ଥିଲୁ।


ତେବେ ପବିତ୍ରାତ୍ମାଙ୍କ କାର୍ଯ୍ୟସମୂହ ତା’ଠାରୁ କେତେ ଅଧିକ ଗୌରବରେ ପ୍ରତିଷ୍ଠିତ ନ ହେବ!


ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ଏହାର ଅର୍ଥ କ’ଣ? ବ୍ୟବସ୍ଥା କ’ଣ ଈଶ୍ୱରଙ୍କ ପ୍ରତିଜ୍ଞାର ବିରୋଧ କରେ? ନା, କଦାପି ନୁହେଁ। କାରଣ ମନୁଷ୍ୟକୁ ଜୀବନ ଦେବା ଭଳି ଯଦି ଗୋଟିଏ ବ୍ୟବସ୍ଥା କରାଯାଇ ଥାଆନ୍ତା, ତେବେ ତାହା ପାଳନ କରିବା ଦ୍ୱାରା ହିଁ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହୋଇପାରି ଥାଆନ୍ତା।


ଗୃହ ଅପେକ୍ଷା ଗୃହନିର୍ମାତାକୁ ଅଧିକ ସମ୍ମାନ ଦିଆଯାଏ। ସେହିପରି ମୋଶାଙ୍କ ଅପେକ୍ଷା ଯୀଶୁ ଅଧିକ ସମ୍ମାନ ପାଇବାକୁ ଯୋଗ୍ୟ।


ଈଶ୍ରାଏଲୀୟମାନଙ୍କ ପରି ତୁମ୍ଭେମାନେ ସିନାଇ ପର୍ବତରେ ପ୍ରଜ୍ୱଳିତ ଅଗ୍ନି, ଘନ ଅନ୍ଧକାର, ଘୃର୍ଣ୍ଣିବାତ୍ୟା, ତୂରୀନାଦ ଏବଂ କଣ୍ଠ ସ୍ୱରର ରଅନୁଭୂତି ପାଇ ନାହିଁ। ଇଶ୍ରାଏଲୀୟମାନେ ସେହି ସ୍ୱର ଶୁଣି ଅନୁନୟ କରିଥିଲେ, ଯେପରି ସେମାନେ ସେଥିରୁ ଆଉ ପଦେ ହେଲେ ନ ଶୁଣିନ୍ତି,


Swiv nou:

Piblisite


Piblisite