Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 3:5 - ପବିତ୍ର ବାଇବଲ (CL) NT (BSI)

5 କାରଣ ଆମର କୃତିତ୍ୱ ଦାବୀ କରିବା ପାଇଁ କୌଣସି ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ମଧ୍ୟ ନାହିଁ। ଆମର ଯୋଗ୍ୟତା ଈଶ୍ୱରଙ୍କଠାରୁ ଆସେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ଵରଙ୍କଠାରୁ;

Gade chapit la Kopi

ଓଡିଆ ବାଇବେଲ

5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ୱରଙ୍କଠାରୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆମ୍ଭେମାନେ ଯେ ନିଜଠାରୁ କିଛି ଉଦ୍ଭାବନ କରିବାକୁ ସମର୍ଥ, ଏପରି ନୁହେଁ, ମାତ୍ର ଆମ୍ଭମାନଙ୍କର ସାମର୍ଥ୍ୟ ଈଶ୍ବରଙ୍କଠାରୁ;

Gade chapit la Kopi

ପବିତ୍ର ବାଇବଲ

5 ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି।

Gade chapit la Kopi




୨ କରିନ୍ଥୀୟ 3:5
19 Referans Kwoze  

କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।


ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


“ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ।


ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


ମୁଁ ରୋପଣ କରିଛି ଓ ଆପୋଲୋ ସେଥିରେ ଜଳସେଚନ କରିଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରାଇଛନ୍ତି।


କାରଣ ମୁଁ ତୁମକୁ ଏପରି ବାକ୍ଶକ୍ତି ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କ କଥାକୁ ତୁମ ଶତ୍ରୁମାନେ ମିଥ୍ୟା ପ୍ରମାଣିତ କରି ଖଣ୍ଡନ କରି ପାରିବେ ନାହିଁ।


କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।


ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,


ମୃତତ୍ୟୁଦାୟକ, ଅଥଚ ଯେଉଁମାନେ ପରିତ୍ରାଣ ପାଇଛନ୍ତି, ସେମାନଙ୍କ ନିକଟରେ ଏହା ଜୀବନଦାୟକ। କିନ୍ତୁ ଏହି କାର୍ଯ୍ୟ କରିବା ପାଇଁ କିଏ ସକ୍ଷମ?


ଆଉ ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି, ମୁଁ ନିଜେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇବି, କିନ୍ତୁ ଉଦ୍ଧ୍ୱର୍ରୁ ସେହି ଶକ୍ତି ଆସିବା ପର୍ଯ୍ୟନ୍ତ ଏହି ନଗରରେ ତୁମ୍ଭେମାନେ ଅପେକ୍ଷା କରି ରୁହ।”


ଅଣଇହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ କରାଇବା ନିମନ୍ତେ ଖ୍ରୀଷ୍ଟ ମୋ’ ଦ୍ୱାରା କଅଣ ସାଧନ କରିଛନ୍ତି, କେବଳ ଏ କଥା କହିବାକୁ ମୁଁ ସାହସୀ ହୋଇଛି।


ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।


Swiv nou:

Piblisite


Piblisite