Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 3:3 - ପବିତ୍ର ବାଇବଲ (CL) NT (BSI)

3 ଏହି ପରିଚୟ ପତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଲିଖିତ ଓ ଆମ୍ଭମାନଙ୍କ ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ତାହାର ବିତରଣ କରାଯାଉଛି। ଏହା କାଳି ଦ୍ୱାରା ପଥର ଫଳକରେ ଲେଖାଯାଇ ନାହିଁ, କିନ୍ତୁ ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ମଣିଷ ହୃଦୟରେ ଲେଖାଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ଵରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ଵରଙ୍କ ଆତ୍ମାଙ୍କ ଦ୍ଵାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ରସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ,ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ତୁମ୍ଭେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର-ସ୍ୱରୂପ, ଏହା ପ୍ରକାଶ ପାଉଅଛି; ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତରଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟରୂପ ଫଳକରେ।

Gade chapit la Kopi

ପବିତ୍ର ବାଇବଲ

3 ଏହା ସ୍ପଷ୍ଟ ଯେ, ତୁମ୍ଭେମାନେ ଆମ୍ଭ ମାଧ୍ୟମରେ ଖ୍ରୀଷ୍ଟଙ୍କ ପ୍ରେରିତ ଏକ ପତ୍ର ସ୍ୱରୂପ। ଏହି ଚିଠିଟି କାଳିରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଲେଖା ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖୋଦିତ ନୁହେଁ ବରଂ ମନୁଷ୍ୟର ହୃଦୟରେ ଲିଖିତ।

Gade chapit la Kopi




୨ କରିନ୍ଥୀୟ 3:3
35 Referans Kwoze  

ପ୍ରଭୁ କହନ୍ତି, ମୁଁ ଭବିଷ୍ୟତରେ ଈଶ୍ରାଲଲର ଲୋକଙ୍କ ସଙ୍ଗରେ ଲହି ନିୟମ କରିବି: ମୁଁ ମୋର ବ୍ୟବସ୍ଥା ସେମାନଙ୍କ ମାନସପଟରେ ଓ ହୃଦୟ ଫଳକରେ ଲେଖିବି। ମୁଁ ସେମାନଙ୍କର ଈଶ୍ୱର ହେବି, ସେମାନେ ମୋର ଲୋକ ହେବେ।


“ପ୍ରଭୁ କହନ୍ତି, ଭବିଷ୍ୟତରେ ମୁଁ ସେମାନଙ୍କ ସହିତ ଏହି ଚୁକ୍ତି କରିବି। ମୁଁ ମୋର ବ୍ୟବସ୍ଥା ସେମାନଙ୍କ ହୃଦୟରେ ସ୍ଥାପନ କରିବି ଓ ସେମାନଙ୍କ ମାନସପଟରେ ଲେଖିବି।”


ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;


ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”


“ଶୁଣିବାକୁ ଶକ୍ତି ଥିଲେ, ଈଶ୍ୱରଙ୍କ ଆତ୍ମା ମଣ୍ଡଳୀମାନଙ୍କୁ କ’ଣ କହୁଛନ୍ତି, ଶୁଣ।”


“ଥିଆଟିରାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଏହି ବାର୍ତ୍ତା ଈଶ୍ୱରଙ୍କ ପୁତ୍ରଙ୍କ ନିକଟରୁ ଆସିଅଛି। ତାଙ୍କ ଚକ୍ଷୁ ପ୍ରଜ୍ଜ୍ୱଳିତ ଅଗ୍ନି ପରି ଓ ତାଙ୍କ ପଦଦ୍ୱୟ ଚିକ୍କଣ ପିତ୍ତଳ ପରି ଉଜ୍ଜ୍ୱଳ।


“ସୁର୍ଣ୍ଣାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯେ ଆଦି ଓ ଅନ୍ତ ଏବଂ ଯେ ମୃତ୍ୟୁ ବରଣ କରି ପୁଣି ଜୀବିତ ହେଲେ, ତାହାଙ୍କ ନିକଟରୁ ଏହି ବାର୍ତ୍ତା:


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯାହାଙ୍କ ନିକଟରେ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ତାଙ୍କର ଏହି ବାର୍ତ୍ତା।


“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।


“ସାର୍ଦ୍ଦିସ୍ରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। “ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଥିବା ବ୍ୟକ୍ତିଙ୍କଠାରୁ ଏହି ବାର୍ତ୍ତା। ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମ୍ଭେମାନେ ମୃତ ହୋଇଥିଲେ ମଧ୍ୟ ଜୀବିତ ଅଛ ବୋଲି ଖ୍ୟାତି ଲାଭ କରିଛ।


ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ।


ନୂତନ ନିୟମକୁ ପାଳକ କରିବା ନିମନ୍ତେ ଈଶ୍ୱର ଅମ୍ଭମାନଙ୍କୁ ଯୋଗ୍ୟ କରିଛନ୍ତି। ଏହି ନିୟମ ଲିଖିତ ନୁହେଁ, ମାତ୍ର ଆତ୍ମାଙ୍କ ନିୟମ ଜୀବନ ସଞ୍ଚାର କରେ।


ପାଷାଣ ଫଳକରେ ଖୋଦିତ ବ୍ୟବସ୍ଥାର ପ୍ରତିଷ୍ଠା ସମୟରେ ଈଶ୍ୱରଙ୍କ ଗୌରବ ପ୍ରକାଶିତ ହୋଇଥିଲେ ମଧ୍ୟ ମୋଶାଙ୍କ ଉଜ୍ଜ୍ୱଳ ମୁଖ ଆଡ଼କୁ ଇଶ୍ରାୟେଲ ଲୋକମାନେ ଚାହିଁପାରି ନ ଥିଲେ। ମୃତ୍ୟୁ ଘଟାଉଥିବା ବ୍ୟବସ୍ଥା ଯଦି ଏପରି ଗୌରବର ସହିତପ୍ରକାଶ ପାଇଲା,


Swiv nou:

Piblisite


Piblisite