Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 2:7 - ପବିତ୍ର ବାଇବଲ (CL) NT (BSI)

7 ସେ ଯେପରି ଅଧିକ ଦୁଃଖରେ ଅଭିଭୂତ ନ ହୁଏ, ସେଥିପାଇଁ ବର୍ତ୍ତମାନ ତାକୁ କ୍ଷମା ଓ ସାନ୍ତ୍ୱନାଦେବା ତୁମ୍ଭମାନଙ୍କର କର୍ତ୍ତବ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏଣୁ କାଳେ ଏପରି ଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ଵନା ଦିଅ।

Gade chapit la Kopi

ଓଡିଆ ବାଇବେଲ

7 ଏଣୁ କାଳେ ଏପରିଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଣୁ କାଳେ ଏପରି ଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ।

Gade chapit la Kopi

ପବିତ୍ର ବାଇବଲ

7 କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ।

Gade chapit la Kopi




୨ କରିନ୍ଥୀୟ 2:7
20 Referans Kwoze  

କିନ୍ତୁ ପରସ୍ପର ପ୍ରତି ସଦୟ ଓ କୋମଳଚିତ୍ତ ହୁଅ ଓ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱର ଯେପରି ତୁମ୍ଭମାନଙ୍କୁ କ୍ଷମା କରିଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।


ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ ଯଦି କାହାର ଅନ୍ୟ ବିରୁଦ୍ଧରେ ଅଭିଯୋଗ ଥାଏ, ତେବେ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।


ପ୍ରକୃତରେ ସେ ଅସୁସ୍ଥ ହୋଇ ମୃତପ୍ରାୟ ହୋଇଥିଲେ। କିନ୍ତୁ ତାଙ୍କୁ ଈଶ୍ୱର କୃପା କରିଛନ୍ତି। କେବଳ ତାଙ୍କ ପ୍ରତି ନୁହେଁ, ମୋ’ ପ୍ରତି ମଧ୍ୟ ତାଙ୍କର ଅନୁକମ୍ପା ଥିବାରୁ ମୋତେ ଦୁଃଖ ଉପରେ ଦୁଃଖ ଭୋଗିବାକୁ ଦେଇ ନାହାନ୍ତି।


କାରଣ ଏହି ଭଳି ଦୁଃଖ ଈଶ୍ବରଙ୍କ ଦ୍ୱାରା ବ୍ୟବହୃତ ହୋଇ ତଦ୍ଦ୍ୱାରା ହୃଦୟ ପରିବର୍ତ୍ତନ ହେଲେ ପରିତ୍ରାଣ ମିଳିଥାଏ। ଏଥିରେ ଅନୁଶୋଚନାର ଅପକାଶ ନାହିଁ। କିନ୍ତୁ କେବଳ ଜାଗତିକ ଦୁଃଖ ମୃତ୍ୟ ଘଟାଏ।


ଆମେ ଏହି ପାର୍ଥିବ ତମ୍ବୁରେ ରହିଥିଲାବେଳେ ଭାରାକ୍ରାନ୍ତ ହୃଦୟରେ ଅର୍ତ୍ତାନାଦ କରୁଛୁଁ। ପାର୍ଥିବ ଶରୀର ପରିତ୍ୟାଗ କରିବା ଆମର ଅଭିପ୍ରାୟ ନୁହେଁ, ମାତ୍ର ଆମେ ଚାହୁଁ, ସ୍ୱର୍ଗୀୟ ବସ୍ତ୍ର ପରିଧାନ କରିବା ସ୍ୱରା ଆମର ଏହି ମର ଶରୀର ଯେପରି ଅମରତ୍ୱରେ ଆଚ୍ଛାଦିତ ହେବ।


ତାହାହେଲେ ଏବଂ ଏହି ମର ଶରୀର ଅମରତ୍ୱ ଲାଭ କଲେ, ଧର୍ମଶାସ୍ତ୍ରର ଏହି ବାଣୀ ସଫଳ ହେବ:


ତୁମମାନଙ୍କୁ ମୋର ଅନୁରୋଧ, ତୁମ୍ଭମାନେ ତାକୁ ସ୍ନେହ ଓ ଶ୍ରଦ୍ଧା କରୁଛ ବୋଲି ଜଣାଇ ଦିଅ।


Swiv nou:

Piblisite


Piblisite