Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 12:1 - ପବିତ୍ର ବାଇବଲ (CL) NT (BSI)

1 କିଛି ଲାଭ ନ ହେଲେ ମଧ୍ୟ ମୋତେ ଅବଶ୍ୟ ଦର୍ପ କରିବାକୁ ହେବ। କିନ୍ତୁ ପ୍ରଭୁ ମୋତେ ଯେଉଁ ସବୁ ଦିବ୍ୟ ଦର୍ଶନ ଓ ପ୍ରତ୍ୟାଦେଶ ଦେଇଛନ୍ତି, ସେଗୁଡ଼ିକ ବର୍ତ୍ତମାନ ମୁଁ ଉଲ୍ଲେଖ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।

Gade chapit la Kopi

ଓଡିଆ ବାଇବେଲ

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି।

Gade chapit la Kopi

ପବିତ୍ର ବାଇବଲ

1 ମୁଁ ଗର୍ବ କରି ଗ୍ଭଲି ଥିବି। ଏହା ଦ୍ୱାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ ‘ଦର୍ଶନ’ ଓ ‘ପ୍ରତ୍ୟାଦେଶ’ ବିଷୟରେ କହିବି।

Gade chapit la Kopi




୨ କରିନ୍ଥୀୟ 12:1
26 Referans Kwoze  

ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଏହି ଅନନ୍ୟ ସାଧାରଣ ପ୍ରତ୍ୟାଦେଶ ଲାଭ କରି ମୁଁ ଯେପରି ଅହଂକାରୀ ହୋଇ ନ ପଡ଼େ, ଏଥିପାଇଁ ମୋ’ ଶରୀରରେ ଏକ ଯନ୍ତ୍ରଣାଦାୟକ ବ୍ୟାଧି ଦିଅ।।ଯାଇଛି, ଏହା ମୋତେ ଗର୍ବିତ ନ ହେବା ପାଇଁ ଶୟତାନର ଦୂତ ଭଳି କାର୍ଯ୍ୟ କରିଥାଏ।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


ମିଁ ନିର୍ବୋଧ ପରି ଆଚରଣ କରିଛି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ ବଧ୍ୟ କରିଛ, କାରଣ ତୁମ୍ଭମାନଙ୍କର ଉଚିତ୍ ଥିଲା। ମୁଁ କିଛି ନ ହେଲେ ମଧ୍ୟ ତୁମ୍ଭମାନଙ୍କର ସେହି ବିଶିଷ୍ଟ ପ୍ରେରିତ ଶିଷ୍ୟମାନଙ୍କଠାରୁ କୌଣସି ଗୁଣରେ ନିକୃଷ୍ୟ ନୁହେଁ।


ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।


ସେମାନେ କହୁଛନ୍ତି, “ସବୁ କରିବା ପାଇଁ ଆମର ସ୍ୱାଧୀନତା ଅଛି।” ସତ କଥା, କିନ୍ତୁ ସବୁ ବିଷୟ ବିହିତ ନୁହେଁ। ଆମେ ସବୁ କରିପାରୁ, କିନ୍ତୁ ସବୁ ବିଷୟ ହିତଜନକ ନୁହେଁ।


ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”


ଗୋଟିଏ ରାତିରେ ପାଉଲ ଏକ ଦର୍ଶନ ପାଇଲେ, ଦର୍ଶନରେ ପ୍ରଭୁ ତାଙ୍କୁ କହିଲେ, “ଭୟ କର ନାହିଁ, ପ୍ରଚାର କରୁଥାଅ, ସେଥିରୁ ବିରତ ହୁଅ ନାହିଁ,


କିନ୍ତୁ ମୁଁ ସତ୍ୟ କହୁଛି, ମୋର ଚାଲିଯିବା ତୁମ ପକ୍ଷରେ ମଙ୍ଗଳଜନକ, କାରଣ ମୁଁ ନ ଗଲେ, ସେହି ‘ସହାୟକ’ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ମୁଁ ଗଲେ, ତାଙ୍କୁ ତୁମ ନିକଟକୁ ପଠାଇ ଦେବି।


କେହି କହିପାରେ, “ମୋତେ ସବୁ କିଛି କରିବା ପାଇଁ ଅନୁମତି ଦିଆଯାଇଛି।” ସତ କଥା, କିନ୍ତୁ ସବୁ କିଛି ତୁମ ପାଇଁ ହିତଜନକ ନୁହେଁ। ଯେ କୌଣସି ବିଷୟ କରିବାର ସ୍ୱାଧୀନତା ମୋର ଅଛି ବୋଲି ମୋତେ ବଶୀଭୂତ କରିବା ପାଇଁ ମୁଁ କାହାରିକୁ କେବେ ସୁଯୋଗ ଦେବି ନାହିଁ।


ଏହି କୟାଫା ଏଥିପୂର୍ବରୁ ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ସମସ୍ତଙ୍କ ହିତ ଦୃଷ୍ଟିରୁ ଜଣେ ମରିବା ଶ୍ରେୟସ୍କର।


ଈଶ୍ୱର ତାଙ୍କର ଗୁପ୍ତ ଯୋଜନା ପ୍ରକାଶ କରି ମୋତେ ଜଣାଇଛନ୍ତି। (ଏ ବିଷୟରେ ମୁଁ ସଂକ୍ଷିପ୍ତଭାବେ ଲେଖୁଛି।


ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଆସି ଅଲୌକିକ ଭାଷାରେ କଥା କହେ, ଅଥଚ ଈଶ୍ୱରଙ୍କଠାରୁ କୌଣସି ପ୍ରତ୍ୟାଦେଶ କିମ୍ବା ବାର୍ତ୍ତା କିମ୍ବା କୌଣସି ଶିକ୍ଷଣୀୟ ବିଷୟ ପ୍ରକାଶ ନ କରେ, ତେବେ ତୁମ୍ଭମାନଙ୍କର କି ଉପକାର ହେବ?


ଏହି ବ୍ୟକ୍ତିଙ୍କ ପାଇଁ ମୁଁ ଦର୍ପ କରିବି। କିନ୍ତୁ ନିଜର ଦୁର୍ବଳତା ବ୍ୟତୀତ ଅନ୍ୟ କୌଣସି ବିଷୟରେ ମୁଁ ଦର୍ପ କରିବି ନାହିଁ।


କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।


ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।


Swiv nou:

Piblisite


Piblisite