Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 11:7 - ପବିତ୍ର ବାଇବଲ (CL) NT (BSI)

7 ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲାବେଳେ ମୁଁ ତୁମ୍ଭମାନଙ୍କଠାରୁ ଏହାର ମୂଲ୍ୟ ଦାବୀ କରି ନାହିଁ। ତୁମ୍ଭମାନଙ୍କର ଉନ୍ନତି ପାଇଁ ମୁଁ ନିଜକୁ ଅବନତ କରିଛି। ଏହା କ’ଣ ମୋର ଭୁଲ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ଵରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କଅଣ ପାପ କଲି?

Gade chapit la Kopi

ଓଡିଆ ବାଇବେଲ

7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥି ନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କ'ଣ ପାପ କଲି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥିନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଈଶ୍ବରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କଅଣ ପାପ କଲି?

Gade chapit la Kopi

ପବିତ୍ର ବାଇବଲ

7 ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି?

Gade chapit la Kopi




୨ କରିନ୍ଥୀୟ 11:7
14 Referans Kwoze  

କେବଳ ଗୋଟିଏ ବିଷୟରେ ଅନ୍ୟାନ୍ୟ ମଣ୍ଡଳୀଠାରୁ ତୁମ୍ଭମାନଙ୍କ ସହିତ ମୋର ବ୍ୟବହାର ଭିନ୍ନ ହୋଇଛି। ଯଦି ଏହା ତୁମ୍ଭମାନଙ୍କ ପ୍ରତି ମୋର ପାତର ଅନ୍ତର ବ୍ୟବହାର, ତେବେ ଏଥିପାଇଁ ମୋତେ ଦୟା କରି କ୍ଷମା କର।


ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ।


ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,


ଜୀବିକା ନିର୍ବାହ ନିମନ୍ତେ କେବଳ ମୋତେ ଓ ବର୍ଣ୍ଣବାଙ୍କୁ କ’ଣ ପରିଶ୍ରମ କରିବାକୁ ହେବ?


ବିନାମୂଲ୍ୟରେ ଆମେ କାହାଠାରୁ ଅନ୍ନ ଗ୍ରହଣ କରି ନ ଥିଲୁ। ବରଂ କାହାରି ଉପରେ ବୋଝ ନ ହେବା ପାଇଁ ଆମେ କଷ୍ଟ ସ୍ୱୀକାର କରି ଦିନ ରାତି ପରିଶ୍ରମ କରିଥିଲୁ।


ତୁମ୍ଭେମାନେ ଜାଣ, ମୁଁ ମୋର ଏହି ଦୁଇ ହାତରେ ପରିଶ୍ରମ କରି ନିଜର ଓ ମୋ’ ସହକର୍ମୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଛି।


ତୁମ୍ଭମାନଙ୍କଠାରୁ ଏପରି ଆଶା କରିବା ପାଇଁ ଅନ୍ୟମାନଙ୍କର ଅଧିକାର ଅଛି। ତେବେ ଆମ ଅଧିକାର କ’ଣ ସେମାନଙ୍କଠାରୁ ଅଧିକ ନୁହେଁ? ଆମେ ଏହି ଅଧିକାରକୁ ପ୍ରୟୋଗ କରି ନାହୁଁ। କିନ୍ତୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ଆମେ ସବୁ ସହ୍ୟ କରି ଯାଉଛୁ।


ମୁଁ କାହାରି ରୂପା, ସୁନା କିମ୍ବା ବସ୍ତ୍ର ପାଇବାକୁ ଆଶା କରି ନାହିଁ।


ଖ୍ରୀଷ୍ଟଯୀଶୁଙ୍କ ଦାସ ଓ ଈଶ୍ୱରପ୍ରଦତ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରେରିତ ଶିଷ୍ୟରୂପେ ଆହୂତ ପାଉଲଙ୍କ ପତ୍ର:


ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବାକୁ ତ୍ରୋୟା ଦ୍ୱୀପରେ ପହଞ୍ଚି ମୁଁ ଦେଖିଲି, ଏ କାର୍ଯ୍ୟ ପାଇଁ ପ୍ରଭୁ ବାଟ ଖୋଲି ଦେଇଛନ୍ତି।


ତା’ହେଲେ, ଅନ୍ୟର କାର୍ଯ୍ୟ କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ପାଇଁ ଦର୍ପ ନ କରି ତୁମମାନଙ୍କ ସୀମା ବାହାରେ ଅନ୍ୟ ଦେଶରେ ମଧ୍ୟ ଆମେ ସୁସମାଚାର ପ୍ରଚାର କରି ପାରିବା।


Swiv nou:

Piblisite


Piblisite