Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 11:2 - ପବିତ୍ର ବାଇବଲ (CL) NT (BSI)

2 ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଈଶ୍ଵରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ଵାମୀଠାରେ, ଅର୍ଥାତ୍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍ଦାନ କରିଅଛି।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଈଶ୍ୱରଙ୍କ ବିଷୟକ ଉଦ୍‍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଈଶ୍ବରଙ୍କ ବିଷୟକ ଉଦ୍‌ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି।

Gade chapit la Kopi

ପବିତ୍ର ବାଇବଲ

2 ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି।

Gade chapit la Kopi




୨ କରିନ୍ଥୀୟ 11:2
19 Referans Kwoze  

ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି।


ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।


ତୁମ ସମସ୍ତଙ୍କ ପ୍ରତି ମୋର ଗଭୀର ସେନ୍ନହ ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମୁଁ ପାଇଛି ବୋଲି ଯେତେବେଳେ ମୁଁ କହେ, ଏହା ନିରାଟ ସତ୍ୟ। ଈଶ୍ୱର ଏହାର ସାକ୍ଷୀ ଅଟନ୍ତି।


ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।


ଆମେ ଜାଣୁ, ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ଜୀବତ କରି ଅଛନ୍ତି। ସେହି ଈଶ୍ୱର, ଯୀଶୁଙ୍କ ସହିତ ଆମକୁ ମଧ୍ୟ ଜୀବିତ କରିବେ ଓ ତୁମ୍ଭମାନଙ୍କ ସହିତ ଆମକୁ ତାଙ୍କ ସମୀପକୁ ନେଇ ଯିବେ।


ଖ୍ରୀଷ୍ଟୀୟ ଜୀବନରେ ତୁମର ଅନେକ ଧର୍ମଗୁରୁ ଥାଉ ପାରନ୍ତି। କିନ୍ତୁ ତୁମର ପିତା ଏକ। ତୁମ ନିକଟରେ ସୁସମାଚାର ପ୍ରଚାର କରିବା ଦ୍ୱାରା ଖ୍ରୀଷ୍ଟୀୟ ଜୀବନରେ ମୁଁ ତୁମର ପିତା ସ୍ୱରୂପ ହୋଇଛି।


ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?


ତୁମ୍ଭେମାନେ ଜାଣ, ପିତା ଯେପରି ନିଜ ସନ୍ତାନମାନଙ୍କ ପ୍ରତି ବ୍ୟବହାର କରି ଥାଆନ୍ତା, ଆମେ ତୁମ୍ଭମାନଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିଥିଲୁ।


ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।


Swiv nou:

Piblisite


Piblisite