Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 10:11 - ପବିତ୍ର ବାଇବଲ (CL) NT (BSI)

11 ସେହି ଲୋକମାନଙ୍କର ବୁଝିବା ଉଚିତ୍ ଯେ, ଆମେ ଦୁରରୁ ଚିଠିରେ ଯାହା ଲେଖୁ, ସାକ୍ଷାତରେ ତାକୁ କାର୍ଯ୍ୟରେ ପରିଣତ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ଵାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ଯେ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ।

Gade chapit la Kopi

ଓଡିଆ ବାଇବେଲ

11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ।

Gade chapit la Kopi

ପବିତ୍ର ବାଇବଲ

11 ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।

Gade chapit la Kopi




୨ କରିନ୍ଥୀୟ 10:11
6 Referans Kwoze  

ସେଥିପାଇଁ ଦୂରରେ ରହି ମୁଁ ତୁମ୍ଭମାନଙ୍କ ନିକଟକୁ ଏ ଚିଠି ଲେଖୁଛି, ଫଳରେ ତୁମ୍ଭମାନଙ୍କ ନିକଟରେ ଉସ୍ଥିତ ହେବା ସମୟରେ ଯେପରି କଠୋର ଭାବରେ ମୋତେ କ୍ଷମତା ପ୍ରୟୋଗ କରିବାକୁ ପଡ଼ିବ ନାହିଁ। କାରଣ ତୁମ୍ଭମାନଙ୍କୁ ଭାଙ୍ଗିବାକୁ ନୁହେଁ, ମାତ୍ର ଗଢ଼ିବାକୁ ପ୍ରଭୁ ମୋତେ କ୍ଷମତା ଦେଇଛନ୍ତି।


କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।


କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।


ଅବଶ୍ୟ ନିଜକୁ ଏପରି ବଫ ମନେ କରୁଥିବା ଲୋକମାନଙ୍କର ଶ୍ରେଣୀଭୂକ୍ତ ହେବା ପାଇଁ କିମ୍ବା ସେମାନଙ୍କ ସହିତ ନିଜକୁ ତୁଳନା କରିବାର ସାହସ ଆମର ନାହିଁ। ସେମାନେ କେଡ଼େ ନିର୍ବୋଧ, କାରଣ ସେମାନେ ନିଜକୁ ନିଜ ସହିତ ମାପନ୍ତି, ନିଜ ମାନଦଣ୍ଡ ପରସ୍ପରର ବିଚାର କରନ୍ତି।


Swiv nou:

Piblisite


Piblisite