Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 10:10 - ପବିତ୍ର ବାଇବଲ (CL) NT (BSI)

10 କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ସେମାନେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ସେମାନେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ କେତେକେ କହନ୍ତି, ତାହାର ପତ୍ରସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ।

Gade chapit la Kopi

ପବିତ୍ର ବାଇବଲ

10 କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।”

Gade chapit la Kopi




୨ କରିନ୍ଥୀୟ 10:10
13 Referans Kwoze  

ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।


ମୁଁ ସେମାନଙ୍କ ପରି ବାକ୍ପଟୁ ହୋଇ ନ ପାରେ , କିନ୍ତୁ ଜ୍ଞାନରେ ନିକୃଷ୍ଟ ନୁହେଁ। ତୁମମାନଙ୍କୁ ଏ କଥା ଆମେ ସବୁବେଳେ ଓ ସବୁ ପରିସ୍ଥିତିରେ କହି ଆସିଛୁ।


ମୁଁ ପାଉଲ- ତୁମ୍ଭମାନଙ୍କୁ ମୋର ଏହି ବ୍ୟକ୍ତିଗତ ନିବେଦନ- କେହି କେହି କହନ୍ତି, “ମୁଁ ତୁମ୍ଭମାନଙ୍କ ନିକଟରେ ଥଲାବେଳେ ଅତି ନମ୍ର ଓ ଶାନ୍ତି, କିନ୍ତୁ ଦୂରକୁ ଚାଲିଗଲେ ଅତି କଠୋର।” ଖ୍ରୀଷ୍ଟଙ୍କ ନମ୍ରତା ଓ ସୌଜନ୍ୟର ଦୁହାଇ ଦେଇ ମୁଁ ତୁମ୍ଭମାନଙ୍କୁ ଅନୁନୟ କରି କହୁଛି,


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


ମୋର ଚିଠି ଦ୍ୱାରା ତୁମ୍ଭମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିବା ମୋର ଅଭିପ୍ରୟ ନୁହେଁ।


ସେହି ଲୋକମାନଙ୍କର ବୁଝିବା ଉଚିତ୍ ଯେ, ଆମେ ଦୁରରୁ ଚିଠିରେ ଯାହା ଲେଖୁ, ସାକ୍ଷାତରେ ତାକୁ କାର୍ଯ୍ୟରେ ପରିଣତ କରୁ।


ମୁଁ ଲଜ୍ଜାର ସହ ସ୍ୱୀକାର କରୁଛି ଯେ, ଏସବୁ ବିଷୟରେ ମୁଁ ଅତି ଦୁର୍ବଳ। କିନ୍ତୁ ଅନ୍ୟ କୌଣସି ବିଷୟରେ କେହି ଯଦି ଦର୍ପ କରିବାକୁ ସାହସ କରେ, ତେବେ ନିର୍ବୋଧ ପରି ମୁଁ କହୁଛି-ମୋର ସେପରି ସାହସ ଅଛି।


ଖ୍ରୀଷ୍ଟ ଯେ ମୋ’ ଦେଇ କଥା କହୁଛନ୍ତି, ଏ ବିଷୟରେ ତୁମ୍ଭେମାନେ ଚାହିଁଥିବା ସମସ୍ତ ପ୍ରମାଣ ପାଇବ। ତୁମ୍ଭମାନଙ୍କ ପ୍ରତି ସେ କଦାପି ଦୁର୍ବଳ ନୁହଁନ୍ତି। ବରଂ ତୁମ୍ଭମାନଙ୍କ ନିକଟରେ ସେ ତାଙ୍କ ଶକ୍ତିର ପରିଚୟ ଦେଇଛନ୍ତି।


Swiv nou:

Piblisite


Piblisite