Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 1:18 - ପବିତ୍ର ବାଇବଲ (CL) NT (BSI)

18 ସତ୍ୟ ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ କଥା ଦେବାବେଳେ ଆମେ କଦାପି ଅସ୍ଥିରମନା ନ ଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କିନ୍ତୁ ଈଶ୍ବର ବିଶ୍ୱସ୍ତ, ଏଣୁ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ।

Gade chapit la Kopi

ପବିତ୍ର ବାଇବଲ

18 କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ।

Gade chapit la Kopi




୨ କରିନ୍ଥୀୟ 1:18
10 Referans Kwoze  

ଯେଉଁ ଈଶ୍ୱର ତାଙ୍କ ପୁତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟ ପାଇବା ପାଇଁ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ସଦା ବିଶ୍ୱସ୍ତ।


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।


ଈଶ୍ୱର ମୋର ସାକ୍ଷୀ। ସେ ମୋ’ ହୃଦୟ ଜାଣନ୍ତି। ତୁମ୍ଭମାନଙ୍କୁ ମୁଁ ଯେପରି ଆଉ ଆଘାତ ନ ଦିଏ, ସେଥିପାଇଁ ମୋର କରିନ୍ଥ ଯାତ୍ରା ସ୍ଥଗିତ ରଖିଲି।


ତୁମ୍ଭମାନଙ୍କ ବିଷୟରେ କହିବା ପାଇଁ ଏବଂ ତୁମ୍ଭମାନଙ୍କୁ ଦୋଷୀ କରିବା ପାଇଁ ମୋର ଅନେକ କଥା ଅଛି। କିନ୍ତୁ ଯେ ମୋତେ ପ୍ରେରଣ କରିଛନ୍ତି, ସେ ସତ୍ୟ। ତାଙ୍କଠାରୁ ମୁଁ ଯାହା ଶୁଣିଛି; କେବଳ ତାହା ହିଁ ଜଣାଉଛି।”


ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ: “ମୁଁ କିଏ ଓ କେଉଁଠାରୁ ଆସିଛି, ତୁମ୍ଭେମାନେ କଅଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ। ମୋତେ ଯେ ପ୍ରେରଣ କରିଛନ୍ତି, ସେ ସତ୍। ତୁମେ ତାଙ୍କୁ ଜାଣ ନାହିଁ।


ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ।


Swiv nou:

Piblisite


Piblisite