Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 1:12 - ପବିତ୍ର ବାଇବଲ (CL) NT (BSI)

12 ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ଵରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବ ଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।

Gade chapit la Kopi

ଓଡିଆ ବାଇବେଲ

12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ୱରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ବରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବାନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ।

Gade chapit la Kopi

ପବିତ୍ର ବାଇବଲ

12 ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ।

Gade chapit la Kopi




୨ କରିନ୍ଥୀୟ 1:12
40 Referans Kwoze  

ତେଣୁ ଆଧ୍ୟାତ୍ମିକମନା ଲୋକମାନଙ୍କ ନିକଟରେ ଆଧ୍ୟାତ୍ମିକ ସତ୍ୟ ପ୍ରକାଶ କଲାବେଳେ ଆମେ ଜାଗତିକ ଜ୍ଞାନରେ କଥା କହି ନ ଥାଉ; ପବିତ୍ରଆତ୍ମାଙ୍କ ଶିକ୍ଷାନୁଯାୟୀ ସେହି ସତ୍ୟସବୁ ବ୍ୟାଖ୍ୟା କରିଥାଉ।


ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।


ତୁମ୍ଭେମାନେ ଓ ସ୍ୱୟଂ ଈଶ୍ୱର ଆମର ସାକ୍ଷୀ - ତୁମ ପରି ବିଶ୍ୱାସୀମାନଙ୍କ ନିକଟରେ ଆମର ଆଚରଣ ନିର୍ମଳ, ନ୍ୟାୟସଙ୍ଗତ ଦୋଷଶୂନ୍ୟ ଥିଲା।


ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।


ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।


ଏ ସମ୍ପର୍କରେ ତୁମ୍ଭମାନେ ପ୍ରତି ମୁ କୌଣସି ନୀତି ନିର୍ଦ୍ଧାରଣ କରୁ ନାହିଁ। କେବଳ ସେବା କାର୍ଯ୍ୟରେ ଅନ୍ୟମାନଙ୍କ ଆଗ୍ରହର ଦୃଷ୍ଟାନ୍ତ ଦେଇ ତୁମ ପ୍ରେମରେ ବାସ୍ତବତା ଜାଣିବାଂ ପାଇଁ ମୁଁ ଚେଷ୍ଟା କରୁଛି।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”


କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ


ତେଣୁ ସତ୍ୟରୂପ କଟିବନ୍ଧ, ଧାର୍ମିକତାର ଉରସ୍ତ୍ରାଣ ଓ


ପ୍ରତ୍ୟେକେ ନିଜ ନିଜର ଆଚରଣକୁ ବିଚାର କରି ଦେଖିବା ଉଚିତ। ଯଦି ତାହା ଉକ୍ରୃଷ୍ଟ ହୋଇଥାଏ, ସେଥିପାଇଁ ସେ ନିଜକୁ କୃତାର୍ଥ ମନେକରୁ ଏବଂ ଅନ୍ୟର କାର୍ଯ୍ୟକଳାପ ସହିତ ନିଜର କୃତିତ୍ୱକୁ ତୁଳନା କରି ସେ ଗର୍ବ ନ କରୁ।


ମୋତେ ଭୟ ଲାଗୁଛି, ସପର ଧୂର୍ତ୍ତତା ଦ୍ୱାରା ହବା ପ୍ରତାରିତ ହେଲା ପରି ତୁମ୍ଭେମାନେ କାଳେ ଖ୍ରୀଷ୍ଟଙ୍କ ପ୍ରତି ତୁମର ପୂର୍ଣ୍ଣ ଓ ସରଳ ବିଶ୍ୱସ୍ତତାରୁ ବିବ୍ୟୁତ ହେବ।


ମୁଁକଣ ଅନିଶ୍ଚିତ ଭାବରେ ଏହି କାର୍ଯ୍ୟସୂଚୀ ପ୍ରସ୍ଥତ କରିଥିଲି? ଯେଉଁମାନେ ଏକ ସଙ୍ଗରେ “ହଁ, ହଁ” ଓ “ନା, ନା” କରନ୍ତି, ସେମାନଙ୍କ ପରି କଅଣ ମୁଁ ନିଜର ସ୍ୱାର୍ଥସିଦ୍ଧି ପାଇଁ ମୋର କାର୍ଯ୍ୟକ୍ରମ କରିଥ।।ଏ?


ତେଣୁ ଆସ, ଆମେ ପାପ ଓ ଦୁଷ୍ଟତାରୂପ ପୁରୁଣା ଖମୀର ପରିତ୍ୟାଗ କରିବା ଏବଂ ଖମୀର ଶୂନ୍ୟ ରୋଟୀ ଦ୍ୱାରା ଅର୍ଥାତ୍ ସତ୍ୟତା ଓ ସରଳତାରୂପ ରୋଟୀ ଦ୍ୱାରା ଏହି ଉତ୍ସବ ପାଳନ କରିବା।


ମୋ’ ବିରୁଦ୍ଧରେ କୌଣସି ବିଷୟ ଥିବା କଥା ମୁଁ ଜାଣେ ନାହିଁ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କିନ୍ତୁ ପ୍ରଭୁ ନିଜେ ମୋର ବିଚାରକର୍ତ୍ତା।


ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।


କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”


ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।


ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।


ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।


Swiv nou:

Piblisite


Piblisite