Biblia Todo Logo
Bib sou entènèt

- Piblisite -




୧ ତୀମଥି 6:9 - ପବିତ୍ର ବାଇବଲ (CL) NT (BSI)

9 ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ଵଂସ ଓ ବିନାଶରୂପ ସାଗରରେ ମଗ୍ନ କରେ।

Gade chapit la Kopi

ଓଡିଆ ବାଇବେଲ

9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହି ସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ।

Gade chapit la Kopi

ପବିତ୍ର ବାଇବଲ

9 ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।

Gade chapit la Kopi




୧ ତୀମଥି 6:9
42 Referans Kwoze  

ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।


କିନ୍ତୁ ପିତର ତାକୁ କହିଲେ, “ତୁମ ସହିତ ତୁମ ଟଙ୍କା ବି ଧ୍ୱଂସ ପାଉ, ଟଙ୍କା ଦ୍ୱାରା ତୁମେ ଈଶ୍ୱରଙ୍କ ଦାନ କିଣିବାକୁ ଭାବିଛ!


କଣ୍ଟା ବୁଦା ଯେପରି କେତେକ ବୀଜକୁ ଗ୍ରାସ କରିଦିଏ, ସେହିପରି ଏହି ଜଗତର ଜଞ୍ଜାଳ ଓ ଧନ ସମ୍ପତ୍ତିର ଲାଳା କେତେକ ଲୋକଙ୍କଠାରେ ପହଞ୍ଚି ଥିବା ବାର୍ତ୍ତାକୁ ନଷ୍ଟ କରିଦିଏ ଏବଂ ସେମାନେ କୌଣସି ସୁଫଳ ପାଆନ୍ତି ନାହିଁ।


ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।


ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


କିନ୍ତୁ ସାଂସାରିକ ଚିନ୍ତା, ଅର୍ଥଲୋଭ ଓ ନାନା ପ୍ରକାର ଲାଳସା ସେମାନଙ୍କ ମନକୁ ଘାରି ପକାଇବାରୁ ସେହି ବାର୍ତ୍ତା ଫଳପ୍ରଦ ହୁଏ ନାହିଁ।


“ଯୀଶୁଙ୍କୁ ଧରାଇ ଦେଲେ ମୋତେ କଅଣ ଦେବେ?” ସେମାନେ ତାଙ୍କୁ ତିରିଶଟି ରୌପ୍ୟମୁଦ୍ରା ଗଣିଦେଲେ।


ଯୁବକଟି ଏହା ଶୁଣି ବିଷଣ୍ଣ ହୋଇ ଚାଲିଗଲା, କାରଣ ସେ ବଡ଼ ଧନୀ ଥିଲା।


ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।


କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି;


ହଠାତ୍ ଅପ୍ରତ୍ୟାଶିତ ଭାବରେ ଆସିବ - ଏହି ବିଚାର ଦିନ ପୃଥିବୀବାସୀ ସମସ୍ତଙ୍କୁ ଫାନ୍ଦ ପରି ଆସି ଧରିବ।


“ଏହି ପୃଥିବୀରେ ନିଜ ପାଇଁ ଧନ ସଞ୍ଚୟ କର ନାହିଁ। ଏଠାରେ ଘୂଣ ଲାଗି, କଳଙ୍କ ଧରି ସଞ୍ଚିତ ଧନ ନଷ୍ଟ ହୁଏ, କିମ୍ବା ଚୋରମାନେ ସିନ୍ଧି କରି ଚୋରି କରନ୍ତି।


ପରିଶେଷରେ ଯୀଶୁ କହିଲେ, “ଯେଉଁମାନେ ନିଜ ପାଇଁ ଧନ ସଞ୍ଚୟ କରନ୍ତି, କିନ୍ତୁ ଐଶ୍ୱରିକ ବିଷୟରେ ଧନୀ ନୁହଁନ୍ତି, ସେମାନଙ୍କ ଦଶା ଏହିପରି ହେବ।”


ଅର୍ଥ ଲୋଭ ସମସ୍ତ ଅନର୍ଥର ମୂଳ। ଯେଉଁମାନେ ସବୁବେଳେ କେବଳ ଅର୍ଥାଗମର ପନ୍ଥା ଖୋଜୁ ଥାଆନ୍ତି, ସେମାନେ ଧର୍ମବିଶ୍ୱାସକୁ ହରାଇ ବସନ୍ତି - ପରିଣାମରେ କେବଳ ବିଡ଼ମ୍ବନା ଓ ଦୁଃଖଭୋଗରେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଥାଏ।


ଏହି ଜଗତର ବିଷୟବସ୍ତୁରେ ଯେଉଁମାନେ ଧନବାନ୍, ସେମାନଙ୍କୁ ଦର୍ପ ନ କରିବାକୁ ସତର୍କ କରିଦିଅ। ସେମାନଙ୍କୁ ଆଦେଶ ଦେଇ କୁହ, ଅନିଶ୍ଚିତ ଧନ ସମ୍ପତ୍ତିରେ ଭରସା ନ ରଖି, ସେମାନେ ସର୍ବଶୁଭଦାତା ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ;


ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,


Swiv nou:

Piblisite


Piblisite