Biblia Todo Logo
Bib sou entènèt

- Piblisite -




୧ ତୀମଥି 6:5 - ପବିତ୍ର ବାଇବଲ (CL) NT (BSI)

5 ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ଯେଉଁମାନେ ଈଶ୍ଵରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ଯେଉଁମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ।

Gade chapit la Kopi

ପବିତ୍ର ବାଇବଲ

5 ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।

Gade chapit la Kopi




୧ ତୀମଥି 6:5
34 Referans Kwoze  

ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।


ଏହି ଶଠ ଶିକ୍ଷକଗଣ ଧନଲୋଭରେ ମନଗଢ଼ା ଗଳ୍ପ କହି ଲାଭ ଉଠାଇବେ। କିନ୍ତୁ ଅନେକ ଦିନରୁ ଏମାନେ ବିଚାରିତ ହୋଇ ଆସିଛନ୍ତି ଓ ଏମାନଙ୍କ ବିନାଶର ଦିନ ଘନେଇ ଆସୁଛି।


ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।


ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।


ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ଧନୀ, କାରଣ ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ।


ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ, ତୁମର ଶେଷ ଦଶା କେଡ଼େ ଭୟଙ୍କର! ଆରେ ଛଳ ଧାର୍ମିକଦଳ, ସ୍ୱର୍ଗରାଜ୍ୟର ପ୍ରବେଶ ଦ୍ୱାର ବନ୍ଦ କରି ରଖିଛ। ନିଜେ ସେଥିରେ ପ୍ରବେଶ କରୁ ନାହଁ ଏବଂ ଯେଉଁମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ବାଟ ଛାଡ଼ୁ ନାହଁ।”


“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।


କେତେକ ଏହି ମୁଖ୍ୟ ବିଷୟଗୁଡ଼ିକୁ ଭୁଲିଯାଇ ବୃଥା ଯୁକ୍ତି ତର୍କରେ ପଥଚ୍ୟୁତ ହୋଇଛନ୍ତି।


କାରଣ ସେ ସମଗ୍ର ମାନବ ଜାତିକୁ ତା’ର ତୀବ୍ର କାମୋଦ୍ଦୀପକ ସୁରା ପାନ କରାଇଛି, ପୃଥିବୀର ରାଜାମାନଙ୍କୁ ତା’ ସହିତ ବ୍ୟଭିଚାର ପାପରେ ଲିପ୍ତ କରାଇଛି, ଜଗତର ବ୍ୟବସାୟୀମାନେ ତାହାର ବିଳାସବ୍ୟସନ ହେତୁ ଧନବାନ ହୋଇଛନ୍ତି।”


ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।


ସେମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇ ଅଛନ୍ତି। ବିଓରର ପୁତ୍ର ବାଲାମର ପଥ ସେମାନେ ଅନୁସରଣ କରିଛନ୍ତି। ସେ ଅନ୍ୟାୟ କାର୍ଯ୍ୟ କରି ଅର୍ଥ ଲାଭ କରିବାକୁ ଲାଳାୟିତ ହେବାରୁ,


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ହେ ଭାଇମାନେ, ଯେଉଁମାନେ ଅଳସ ଜୀବନ ଯାପନ କରନ୍ତି ଏବଂ ଆମଠାରୁ ପ୍ରାପ୍ତ ଶିକ୍ଷା ଅନୁସାରେ ଆଚରଣ କରନ୍ତି ନାହିଁ; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭମାନଙ୍କୁ ଆଜ୍ଞା ଦେଉଛୁ, ସେହି ଭାଇମାନଙ୍କଠାରୁ ଦୂରେଇ ରୁହ।


ସେମାନଙ୍କୁ ସେ କହିଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମୋର ମନ୍ଦିର ପ୍ରାର୍ଥନା ଗୃହ ବୋଲି ଆଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କ ଆଡ଼୍ଡ଼ାସ୍ଥଳୀରେ ପରିଣତ କରିଛ’।”


ଯଦି ଏହି ବିଷୟରେ କେହି ଯୁକ୍ତିତର୍କ କରିବାକୁ ଇଚ୍ଛା କରେ, ତେବେ ତାକୁ ମୋର ଏତିକି ବକ୍ତବ୍ୟ, ଆମ ମଧ୍ୟରେ କିମ୍ବା ଈଶ୍ୱରଙ୍କ ଉପାସନା ମଣ୍ଡଳୀମାନଙ୍କରେ ଉପାସନା ସମ୍ପର୍କରେ ଅନ୍ୟ କୌଣସି ପ୍ରଥା ନାହିଁ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।


Swiv nou:

Piblisite


Piblisite