Biblia Todo Logo
Bib sou entènèt

- Piblisite -




୧ ତୀମଥି 6:18 - ପବିତ୍ର ବାଇବଲ (CL) NT (BSI)

18 ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି; ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି,ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;

Gade chapit la Kopi

ଓଡିଆ ବାଇବେଲ

18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥି ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;

Gade chapit la Kopi

ପବିତ୍ର ବାଇବଲ

18 ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ।

Gade chapit la Kopi




୧ ତୀମଥି 6:18
38 Referans Kwoze  

ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।


ଯଦି ଜଣେ ଧନୀ ବ୍ୟକ୍ତି ଭାଇର ଅଭାବ ଦେଖି ସୁଦ୍ଧା ତା’ପ୍ରତି ଦୟାର୍ଦ୍ର ଚିତ୍ତ ହୁଏ ନାହିଁ, ତା’ ହୃଦୟରେ ଈଶ୍ୱରଙ୍କ ପ୍ରେମ ଅଛି ବୋଲି ସେ କିପରି କହି ପାରିବ?


ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଶକ୍ତି ପାଇଥିଲେ, ତାହା କରିବାକୁ ହେବ। ଦାନ କରିବାକୁ ଶକ୍ତି ପାଇଥିବା ବ୍ୟକ୍ତି ଉଦାର ଭାବରେ ଦାନ କରୁ। ଅନ୍ୟମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାନ କରିବାକୁ ଅଧିକାର ପାଇଥିଲେ, ନିଜେ କିଂନ ପରଶ୍ରମ କରିବାକୁ ହେବ। ଦୟା କରିବା ବ୍ୟକ୍ତି ପ୍ରଫୁଲ୍ଲ ଚିତ୍ତରେ ଦୟା କରୁ।


ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


ପରିଶେଷରେ ଯୀଶୁ କହିଲେ, “ଯେଉଁମାନେ ନିଜ ପାଇଁ ଧନ ସଞ୍ଚୟ କରନ୍ତି, କିନ୍ତୁ ଐଶ୍ୱରିକ ବିଷୟରେ ଧନୀ ନୁହଁନ୍ତି, ସେମାନଙ୍କ ଦଶା ଏହିପରି ହେବ।”


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


ଖ୍ରୀଷ୍ଟବିଶ୍ୱାସୀମାନଙ୍କର ଅଭାବ ମୋଚନ କର। ଆତିଥ୍ୟପରାୟଣ ହୁଅ।


ପିଲାମାନଙ୍କର ଉଚିତ୍ ଯତ୍ନ ନେବା, ଅଭ୍ୟାଗତମାନଙ୍କୁ ଆତିଥ୍ୟ କରିବା, ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କ ପ୍ରତି ନମ୍ର ଆଚରଣ କରିବା, ଦୁର୍ଦ୍ଦଶାପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ଇତ୍ୟାଦି ସତ୍କାର୍ଯ୍ୟ ଲାଗି ଯେଉଁମାନେ ସମାଜରେ ଖ୍ୟାତି ଲାଭ କରିଥିବେ।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।


କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ , ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।


ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।


ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।


ଶିଷ୍ୟମାନେ ଯିହୁଦାରେ ବାସ କରୁଥିବା ବିଶ୍ୱାସୀ ଭାଇମାନଙ୍କ ପାଖକୁ ସେମାନଙ୍କ ସାଧ୍ୟାନୁଯାୟୀ ସାହାଯ୍ୟ ପଠାଇବେ ବୋଲି ସ୍ଥିର କଲେ।


ତୁମ୍ଭେମାନେ ନାଜରିତର ଯୀଶୁଙ୍କ ବିଷୟରେ ଓ ଈଶ୍ୱର କିପରି ତାଙ୍କ ଉପରେ ପବିତ୍ର ଆତ୍ମା ଓ ଶକ୍ତି ଢାଳି ଦେଇଥିଲେ, ତାହା ଜାଣ। ସେ ସବୁଆଡ଼େ ଯାଇ ମହତ୍ କାର୍ଯ୍ୟ ସାଧନ କଲେ। ଶୟତାନର କବଳରେ ଥିବା ଲୋକଙ୍କୁ ସୁସ୍ଥ କଲେ, କାରଣ ଈଶ୍ୱର ତାଙ୍କ ସହିତ ଥିଲେ।


“କେହି ଯଦି ତୁମକୁ କିଛି ଜିନିଷ ମାଗେ, ମନା ନ କରି ତାକୁ ଦିଅ। କେହି କିଛି ଧାର ମାଗିଲେ, ତାକୁ ତାହା ଦିଅ।


ସେ ଉତ୍ତର ଦେଲେ, “ଯାହାର ଦୁଇଟି ଜାମା ଅଛି, ସେ ଯାହାର କିଛି ନାହିଁ, ତାକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।”


ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।


Swiv nou:

Piblisite


Piblisite