Biblia Todo Logo
Bib sou entènèt

- Piblisite -




୧ ତୀମଥି 6:17 - ପବିତ୍ର ବାଇବଲ (CL) NT (BSI)

17 ଏହି ଜଗତର ବିଷୟବସ୍ତୁରେ ଯେଉଁମାନେ ଧନବାନ୍, ସେମାନଙ୍କୁ ଦର୍ପ ନ କରିବାକୁ ସତର୍କ କରିଦିଅ। ସେମାନଙ୍କୁ ଆଦେଶ ଦେଇ କୁହ, ଅନିଶ୍ଚିତ ଧନ ସମ୍ପତ୍ତିରେ ଭରସା ନ ରଖି, ସେମାନେ ସର୍ବଶୁଭଦାତା ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଯେଉଁମାନେ ଇହକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଞ୍ଚ ଭୋଗ ନିମନ୍ତେ ସକଳ ବିଷୟ ପ୍ରଚୁର ରୂପେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ଵର,, ତାହାଙ୍କ ଉପରେ ନିର୍ଭର କରନ୍ତି,

Gade chapit la Kopi

ଓଡିଆ ବାଇବେଲ

17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁରଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି,

Gade chapit la Kopi

ପବିତ୍ର ବାଇବଲ

17 ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି।

Gade chapit la Kopi




୧ ତୀମଥି 6:17
62 Referans Kwoze  

କିନ୍ତୁ ତାଙ୍କର ସକଳ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ସର୍ବଦା ତାଙ୍କର ଅସ୍ତିତ୍ୱର ସୂଚନା ଦେଇଛନ୍ତି; ସେ ଆକାଶରୁ ବୃଷ୍ଟି ଓ ଉପଯୁକ୍ତ ସମୟରେ ଫସଲ ଦିଅନ୍ତି, ଖାଦ୍ୟ ଯୋଗାନ୍ତି ଓ ଆନନ୍ଦରେ ତୁମ ହୃଦୟ ପୂର୍ଣ୍ଣ କରନ୍ତି।”


ଯେଉଁ ମୁକ୍ତିଦାତାଙ୍କଠାରେ ବିଶ୍ୱାସ କଲେ ସମସ୍ତେ ପରିତ୍ରାଣ ଲାଭ କରିପାରିବେ, ସେହି ଜୀବନ୍ତ ଈଶ୍ୱରଙ୍କଠାରେ ଭରସା ରଖି, ଆମେ ଏତେ କଷ୍ଟ ସ୍ୱୀକାର କରି ଏହି କାର୍ଯ୍ୟ କରି ଯାଉଛୁ।


ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ଧନୀ ଲୋକମାନଙ୍କ ପକ୍ଷରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ବଡ଼ କଷ୍ଟକର।


ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,


ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ସେଠାରେ ଜଖିୟ ନାମରେ ଜଣେ ପ୍ରଧାନ କରଆଦାୟକାରୀ ଧନୀ ଲୋକ ଥିଲା।


ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।


ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।


ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:


ମୁଁ ମାସିଦୋନିଆକୁ ଯିବାବେଳେ ତୁମକୁ କହିଥିବା ଅନୁଯାୟୀ ତୁମେ ଏଫିସୀରେ ଅବସ୍ଥାନ କର। ସେଠାରେ ଯେଉଁମାନେ ଭୁଲ ଶିକ୍ଷା ସବୁ ଦେଉଛନ୍ତି, ସେମାନଙ୍କୁ ସେଥିରୁ ନିବୃତ୍ତ ହେବା ପାଇଁ ଆଦେଶ ଦିଅ।


ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;


ଏହା ନିଶ୍ଚିତ ବୋଲି ଜାଣି ରଖ, ଯେଉଁ ଲୋକ ନୀତିହୀନ, ଅଶିଷ୍ଟ ଓ ଅତି ଲୋଭୀ (ଅତି ଲୋଭ ପ୍ରତିମା ପୂଜା ସ୍ୱରୂପ), ସେ କେବେହେଲେ ଖ୍ରୀଷ୍ଟଙ୍କର ଓ ଈଶ୍ୱରଙ୍କ ରାଜ୍ୟର ଅଂଶୀ ହେବ ନାହିଁ।


ଆମ୍ଭେମାନ ତାଙ୍କ ପାଇଁ କାର୍ଯ୍ୟ କରି ତାଙ୍କୁ ଦେଇପାରିବା ଭଳି କୌଣସି ବିଷୟ ସେ ଚାହାନ୍ତି ନାହିଁ; କାରଣ ସେ ସମସ୍ତଙ୍କୁ ଜୀବନ, ପ୍ରାଣବାୟୁ ଓ ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି।


ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


ଏହା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ। କିନ୍ତୁ ଯୀଶୁ ପୁଣି କହିଲେ, “ବତ୍ସଗଣ, ବାସ୍ତବିକ୍ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟସାଧ୍ୟ।


ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ନାମକ ଜଣେ ଧନୀ ଲୋକ ଆସି ପହଞ୍ôଚଲେ। ସେ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।


(ସତ୍ୟ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକେ ଏହି ସବୁରେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି) ଏସବୁ ବିଷୟ ତୁମର ଆବଶ୍ୟକ ବୋଲି ତୁମ ପିତା ଈଶ୍ୱର ଜାଣନ୍ତି।


ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏସବୁ ସମ୍ଭବ ହୋଇଛି। ତାଙ୍କ ଲାଗି ଈଶ୍ୱର ଆମ୍ଭମାନଙ୍କୁ ପ୍ରଚୁର ପରିମାଣରେ ପବିତ୍ର ଆତ୍ମାଙ୍କର ଶକ୍ତିଦାନ କରିଛନ୍ତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।


କିନ୍ତୁ ଯଦି ମୋର ଆସିବା ବିଳମ୍ବ ହେବ, ଜୀବନ୍ତ ଈଶ୍ୱରଙ୍କ ପରିବାର ସ୍ୱରୂପେ ଏହି ଉପାସକ ମଣ୍ଡଳୀରେ ଆମକୁ କିପରି ଆଚରଣ କରିବାକୁ ହେବ, ଏହି ପତ୍ରରୁ ତାହା ତୁମେ ଜାଣି ପାରିବ। ଏହି ମଣ୍ଡଳୀ ହିଁ ସନାତନ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।


କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।


ସେ ଉତ୍ତର ଦେଲେ, “ଯାହାର ଦୁଇଟି ଜାମା ଅଛି, ସେ ଯାହାର କିଛି ନାହିଁ, ତାକୁ ଗୋଟିଏ ଦେଉ ଓ ଯାହାର ଖାଦ୍ୟ ଅଛି, ସେ ଅନ୍ୟକୁ ସେଥିରେ ଅଂଶୀ କରାଉ।”


ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।


ଏହି ଉପାୟରେ ଆମ ପ୍ରଭୁ ଓ ତଆଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ତ୍ନ୍ ରାଜ୍ୟରେ ପ୍ରବେଶ କରିବାକୁ ତୁମେ ପୂର୍ଣ୍ଣ ଅଧିକାର ପାଇବ।


ପାଞ୍ଚ ହଜାର ମୁଦ୍ରା ପାଇଥିବା ଭୃତ୍ୟଟି ସେହି ଧନକୁ ବ୍ୟବସାୟରେ ଖଟାଇ ଆଉ ପାଞ୍ଚ ହଜାର ଲାଭ କଲା।


Swiv nou:

Piblisite


Piblisite