Biblia Todo Logo
Bib sou entènèt

- Piblisite -




୧ ତୀମଥି 6:13 - ପବିତ୍ର ବାଇବଲ (CL) NT (BSI)

13 ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସମସ୍ତଙ୍କ ଜୀବନଦାତା ଈଶ୍ଵରଙ୍କ ସାକ୍ଷାତରେ, ପୁଣି ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ ମୁଁ ତୁମ୍ଭକୁ ଆଦେଶ ଦେଉଅଛି,

Gade chapit la Kopi

ଓଡିଆ ବାଇବେଲ

13 ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ, ପୁଣି, ପନ୍ତୀୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସମସ୍ତଙ୍କ ଜୀବନଦାତା ଈଶ୍ବରଙ୍କ ସାକ୍ଷାତରେ, ପୁଣି, ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,

Gade chapit la Kopi

ପବିତ୍ର ବାଇବଲ

13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି।

Gade chapit la Kopi




୧ ତୀମଥି 6:13
22 Referans Kwoze  

ଯୀଶୁଙ୍କୁ ସମ୍ମୁଖରେ ଦେଖି ରୋମୀୟ ଶାସକ ତାଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କ ରାଜା?” ଯୀଶୁ ତାଙ୍କୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”


ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ସ୍ୱୟଂ ଈଶ୍ୱରଙ୍କୁ ସାକ୍ଷୀ ରଖି, ଏହି ସବୁ ନିର୍ଦ୍ଦେଶ ପାଳନ କରିବାକୁ ମୁଁ ତୁମକୁ ଏକାନ୍ତ ଅନୁରୋଧ କରୁଛି। କାହା ବିରୁଦ୍ଧରେ ପକ୍ଷପାତିତା ବା ଆକ୍ରୋଶମୂଳକ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ କର ନାହିଁ।


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ, ତାକୁ ଜୀବନ ଦାନ କରିବେ।


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।


ଖ୍ରୀଷ୍ଟବିଶ୍ୱାସର ପୁଣ୍ୟ ରଣକ୍ଷେତ୍ରରେ ସଂଗ୍ରାମ କରି ଅନନ୍ତ ଜୀବନ ଲାଭ କର। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ତ ତୁମେ ଆହୂତ ହୋଇଅଛ ଏବଂ ଅନେକ ସାକ୍ଷୀଙ୍କ ମଧ୍ୟରେ ଏହା ସ୍ୱୀକାର କରିଛ।


ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି - ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।


ଆମ୍ଭେମାନ ତାଙ୍କ ପାଇଁ କାର୍ଯ୍ୟ କରି ତାଙ୍କୁ ଦେଇପାରିବା ଭଳି କୌଣସି ବିଷୟ ସେ ଚାହାନ୍ତି ନାହିଁ; କାରଣ ସେ ସମସ୍ତଙ୍କୁ ଜୀବନ, ପ୍ରାଣବାୟୁ ଓ ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି।


ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।


ସେମାନେ ତାଙ୍କୁ ଶିକୁଳିରେ ବାନ୍ଧି ରୋମ ସାମ୍ରାଜ୍ୟର ପ୍ରାଦେଶିକ ଶାସକ ପିଲାତଙ୍କ ନିକଟକୁ ନେଇଗଲେ।


ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


Swiv nou:

Piblisite


Piblisite