Biblia Todo Logo
Bib sou entènèt

- Piblisite -




୧ ତୀମଥି 6:12 - ପବିତ୍ର ବାଇବଲ (CL) NT (BSI)

12 ଖ୍ରୀଷ୍ଟବିଶ୍ୱାସର ପୁଣ୍ୟ ରଣକ୍ଷେତ୍ରରେ ସଂଗ୍ରାମ କରି ଅନନ୍ତ ଜୀବନ ଲାଭ କର। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ତ ତୁମେ ଆହୂତ ହୋଇଅଛ ଏବଂ ଅନେକ ସାକ୍ଷୀଙ୍କ ମଧ୍ୟରେ ଏହା ସ୍ୱୀକାର କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ବିଶ୍ଵାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନ; ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ।

Gade chapit la Kopi

ଓଡିଆ ବାଇବେଲ

12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୂତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ।

Gade chapit la Kopi

ପବିତ୍ର ବାଇବଲ

12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ।

Gade chapit la Kopi




୧ ତୀମଥି 6:12
39 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ବତ୍ସ ତୀମଥି, ତୁମ ବିଷୟରେ ପୂର୍ବରୁ ପ୍ରକାଶ ପାଇଥିବା ଐଶ୍ୱରିକ ବାଣୀ ଅନୁଯାୟୀ ମୁଁ ତୁମକୁ ଏହି ଆଜ୍ଞା ଦେଉଛି। ସେହି ଐଶ୍ୱରିକ ବାଣୀକୁ ଆମୋଘ ଅସ୍ତ୍ର ରୂପେ ବ୍ୟବହାର କରି ତୁମେ ଜୀବନ ସଂଗ୍ରାମରେ କୃତିତ୍ୱ ଲାଭ କର।


ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।


ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।


ସମସ୍ତ ପ୍ରାଣୀଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ ଓ ପନ୍ତିଅସ୍ ପୀଲାତଙ୍କ ସମ୍ମୁଖରେ ଦୃଢ଼ ବିଶ୍ୱାସର ପରିଚୟ ଦେଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମକୁ ଆଦେଶ ଦେଇ କହୁଛି:


ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ତାଙ୍କର ପ୍ରତିଜ୍ଞା ଓ ଶପଥ ଅପରିବର୍ତ୍ତନୀୟ, ତାହା ଭଙ୍ଗ କରି ଈଶ୍ୱର ମିଥ୍ୟାବାଦୀ ହେବେ ନାହିଁ। ଅତଏବ ତାଙ୍କର ଆଶ୍ରିତ ଆମ୍ଭେମାନେ, ସମ୍ମୁଖରେ ଥିବା ଭରସାକୁ ଦୃଢ଼ ରୂପେ ଧରି ରଖିବା ନିମନ୍ତେ ବିଶେଷ ଉତ୍ସାହ ଲାଭ କରୁଛୁ।


ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।


ତାହାହେଲେ, ଏହି ଅବିନଶ୍ୱର ଧନଭଣ୍ଡାର ସୃଷ୍ଟି କରି ନିଜର ଭବିଷ୍ୟତ ସଦ୍ଗତି ପାଇଁ ସେମାନେ ଦୃଢ଼ଭିତ୍ତି ସ୍ଥାପନ କରିବେ ଏବଂ ପରିଶେଷରେ ସେମାନେ ପ୍ରକୃତ ଜୀବନ ଲାଭ କରିବେ।


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ଅନିଷ୍ଠ ବଦଳେ ଅନିଷ୍ଠ କର ନାହିଁ, ଅଭିଶାପ ବଦଳେ ଅଭିଶାପ ଦିଅ ନାହିଁ; ତା’ ପରିବର୍ତ୍ତେ ଆଶୀର୍ବାଦ କର, କାରଣ ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିତିଲେ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।


ତୁମ୍ଭମାନଙ୍କ ନିକଟରେ ଆମେ ଯେଉଁ ସୁସମାଚାର ପ୍ରଚାର କରିଛୁ, ତାହା ଦ୍ୱାରା ଈଶ୍ୱର ତୁମ୍ଭମାନଙ୍କୁ ଏଥିପାଇଁ ଆହ୍ୱାନ କରିଛନ୍ତି। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବରେ ଅଂଶୀ କରାଇବା ନିମନ୍ତେ ସେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।


ଆମ ଭାଇ ତୀମଥି କାରାଗାରରୁ ମୁକ୍ତି ପାଇଛନ୍ତି ବୋଲି ଜାଣିବ। ସେ ଯଦି ଶୀଘ୍ର ଆସନ୍ତି, ତେବେ ମୁଁ ତାଙ୍କୁ ସଙ୍ଗରେ ନେଇ ତୁମ୍ଭମାନଙ୍କ ନିକଟକୁ ଯିବି।


ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।


ବର୍ତ୍ତମାନ ଏହି ସଂଗ୍ରାମରେ ତୁମ୍ଭେମାନେ ମୋର ଅଂଶ ଗ୍ରହଣ କରିପାର। ଅତୀତରେ ତୁମ୍ଭେମାନେ ମୋତେ ଯେଉଁ ଯୁଦ୍ଧ କରିବାର ଦେଖିଥିଲ, ଏବେ ସୁଦ୍ଧା ମୁଁ ସେହି ଯୁଦ୍ଧରେ ପ୍ରବୃତ୍ତ ରହିଛି ବୋଲି ତୁମ୍ଭେମାନେ ଶୁଣିଥିବ।


ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।


ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ତୁମକୁ ଈଶ୍ୱରଙ୍କ ବାଣୀ ଶୁଣାଇ ତୁମ ଉପରେ ହସ୍ତାର୍ପଣ କରିବା ବେଳେ ତୁମେ ଯେଉଁ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲ, ତାହାକୁ ଅବହେଳା କର ନାହିଁ।


ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।


ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।


Swiv nou:

Piblisite


Piblisite