Biblia Todo Logo
Bib sou entènèt

- Piblisite -




୧ ତୀମଥି 5:6 - ପବିତ୍ର ବାଇବଲ (CL) NT (BSI)

6 କିନ୍ତୁ ଯିଏ ବିଧବା ହୋଇ ସୁଦ୍ଧା ଭୋଗବିଳାସରେ ଦିନାତିପାତ କରେ, ତାକୁ ଜୀବନ୍ମୃତ ବୋଲି ମନେ କରିବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଯେ ଭୋଗାଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ।

Gade chapit la Kopi

ପବିତ୍ର ବାଇବଲ

6 କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ।

Gade chapit la Kopi




୧ ତୀମଥି 5:6
29 Referans Kwoze  

ଏ ଜଗତରେ ତୁମ ଜୀବନ ଭୋଗ ବିଳାସରେ ପରିପୂର୍ଣ୍ଣ। ହାଣ ଖାଇବାକୁ ଥିବା ପଶୁ ପରି ତୁମେ ହୃଷ୍ଟପୁଷ୍ଟ ହୋଇଛ।


ସେ ନିଜକୁ ଯେତେ ଗୌରବାନ୍ୱିତ କରୁଥିଲା ଓ ବିଳାସ ବ୍ୟସନରେ ବୁଡ଼ି ରହିଥିଲା, ସେହି ପରିମାଣରେ ତାକୁ ଦୁଃଖକଷ୍ଟ ଦିଅ। କାରଣ ସେ ନିଜର ବଡ଼ାଇ କରି କହୁଛି, ‘ମୁଁ ଏଠାରେ ରାଣୀ ପରି ବସିଛି! ମୁଁ ବିଧବା ନୁହେଁ, ମୋର କେବେ ଦୁଃଖ ହେବ ନାହିଁ।’


“ସାର୍ଦ୍ଦିସ୍ରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ। “ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରିଥିବା ବ୍ୟକ୍ତିଙ୍କଠାରୁ ଏହି ବାର୍ତ୍ତା। ମୁଁ ତୁମର କାର୍ଯ୍ୟକଳାପ ଜାଣେ; ତୁମ୍ଭେମାନେ ମୃତ ହୋଇଥିଲେ ମଧ୍ୟ ଜୀବିତ ଅଛ ବୋଲି ଖ୍ୟାତି ଲାଭ କରିଛ।


କାରଣ ମୋର ଏହି ପୁଅଟି ମରିଯାଇ ଥିଲା, ଏବେ ବଞ୍ଚି ଉଠିଛି। ସେ ହଜି ଯାଇଥିଲା, ଏବେ ମିଳିଛି।’ ତାଙ୍କ କହିବା ଅନୁସାରେ ଆନନ୍ଦ ଉତ୍ସବ ଆରମ୍ଭ ହେଲା।


ତୋ’ ଭାଇଟି ମରି ଯାଇଥିଲା, କିନ୍ତୁ ଏବେ ବଞ୍ଚିଲା। ସେ ହଜି ଯାଇଥିଲା, ଏବେ ମିଳିଲା। ଏଥିପାଇଁ ଆମେ ଆନନ୍ଦ ଉତ୍ସବ କରୁଛୁ’।”


କାରଣ ଆଲୋକ ସମସ୍ତ ବିଷୟର ପ୍ରକାଶକ। ସେଥିପାଇଁ ଏହିପରି ଲେଖାଅଛି: “ହେ ନିଦ୍ରିତ, ଜାଗ୍ରତ ହୁଅ ଓ ମୃତମାନଙ୍କ ମଧ୍ୟରୁ ଉତ୍ôଥତ ହୁଅ! ଖ୍ରୀଷ୍ଟଙ୍କ ଆଲୋକରେ ଉଦ୍ଭାସିତ ହୁଅ।”


ତୁମ୍ଭମାନଙ୍କର ଅବାଧ୍ୟତା ଓ ପାପ ହେତୁ ଅତୀତରେ ଆଧ୍ୟାତ୍ମିକଭାବେ ମୃତ ଥିଲ।


କିଛି ଦିନ ପରେ ସାନ ପୁଅ ତା’ ସମ୍ପତ୍ତିର ଅଂଶ ବିକ୍ରୀ କଲା ଏବଂ ଟଙ୍କା ନେଇ ଘର ଛାଡ଼ି ଦୂର ଦେଶକୁ ଚାଲିଗଲା। ଭ୍ରଷ୍ଟାଚାରୀ ହୋଇ ଟଙ୍କା ଅପବ୍ୟୟ କଲା।


ଯୀଶୁ ତାକୁ କହିଲେ, “ମୋ ପଛେ ପଛେ ଆଦ, ମତୃ ଲୋକେ ମୃତମାନଙ୍କୁ କବର ଦିଅନ୍ତୁ।”


ତୁମ୍ଭମାନଙ୍କର ପାପ ହେତୁ ଏବଂ ତୁମ୍ଭେମାନେ ବ୍ୟବସ୍ଥାବିହୀନ ଅଣଇହୁଦୀ ଥିବାରୁ ଏକଦା ତୁମ୍ଭେମାନେ ଆଧ୍ୟାତ୍ମିକଭାବେ ମୃତ ଥିଲ; କିନ୍ତୁ ଈଶ୍ୱର ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କୁ ସଞ୍ଜୀବିତ କରାଇଛନ୍ତି। ଈଶ୍ୱର ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା କରିଛନ୍ତି।


ତା’ପରେ ମୁଁ ନିଜକୁ କହିବି, ହେ ଭାଗ୍ୟବାନ ମନୁଷ୍ୟ! ଅନେକ ବର୍ଷ ପାଇଁ ତୋର ସମସ୍ତ ଉତ୍ତମ ଦ୍ରବ୍ୟ ଗଚ୍ଛିତ ଅଛି। ଜୀବନକୁ ସହଜ ମଣି, ଖାଇ ପିଇ ତୁ ଉପଭୋଗ କର!’


କ’ଣ ଦେଖିବାକୁ ଯାଇଥିଲ? କ’ଣ ସୌଖୀନ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିକୁ? ସେହିପରି ପୋଷାକ ପରିଧାନ କରି ବିଳାସ ବ୍ୟସନରେ ମଜ୍ଜି ରହିଥିବା ଲୋକମାନେ ରାଜପ୍ରାସାଦରେ ବାସ କରନ୍ତି।


“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା।


ଏଭଳି ଲୋକମାନେ କେତେକଙ୍କ ଘରକୁ ଯାଇ ଦୁର୍ବଳମନା ସ୍ତ୍ରୀ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରନ୍ତି - ଯେଉଁ ସ୍ତ୍ରୀ ଲୋକମାନେ ନାନାବିଧ ଲାଳସାର ବଶବର୍ତ୍ତୀ ହୋଇ ନିଜ ପାପ ବୋଝରେ ଅବସନ୍ନ ହୋଇ ପଡ଼ିଥାନ୍ତି।


Swiv nou:

Piblisite


Piblisite