Biblia Todo Logo
Bib sou entènèt

- Piblisite -




୧ ତୀମଥି 5:25 - ପବିତ୍ର ବାଇବଲ (CL) NT (BSI)

25 ସେହିପରି କେତେକଙ୍କ ଧର୍ମକର୍ମ ସହଜରେ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ ଆଉ କେତେକଙ୍କ ସତ୍କର୍ମ ସେହିପରି ପ୍ରକାଶ ନ ପାଇଲେ ସୁଦ୍ଧା, ଚିରଦିନ ଲୁକ୍କାୟିତ ହୋଇ ରହି ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସେହି ପ୍ରକାରେ ମଧ୍ୟ ସତ୍କର୍ମ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇପାରେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

25 ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ। ଲୋକଙ୍କ ଭଲ କାମ ସହଜରେ ଦେଖାଯାଏ। କିନ୍ତୁ ଯେତେବେଳେ ସେହି ଭଲ କାମଗୁଡ଼ିକ ଦେଖାଯାଏ ନାହିଁ, ସେଗୁଡ଼ିକ ଲୁଚି ରହେ ନାହିଁ।

Gade chapit la Kopi




୧ ତୀମଥି 5:25
13 Referans Kwoze  

“କେହି ଦୀପ ଜାଳି ତାକୁ ଲୁଚାଏ ନାହିଁ କିମ୍ବା ଗୋଟିଏ ପାତ୍ର ତଳେ ଘୋଡ଼ାଇ ରଖେ ନାହିଁ; ବରଂ ସେ ତାକୁ ଦୀପରୁଖା ଉପରେ ରଖେ, ଯେପରି ଘର ଭିତରକୁ ଆସିବା ଲୋକେ ଆଲୋକ ଦେଖି ପାରିବେ।


ମଣ୍ଡଳୀ ବାହାରେ ସର୍ବସାଧାରଣରେ ମଧ୍ୟ ସେ ଜଣେ ସମ୍ମାନିତ ବ୍ୟକ୍ତି ଥିବେ, ସହଜରେ ଶୟତାନର ଫାନ୍ଦରେ ପଡ଼ି ସେ ଯେପରି ଅପମାନିତ ନ ହୁଅନ୍ତୁ।


“ସେହି ନଗରରେ ହନନିୟ ନାମକ ଜଣେ ଧାର୍ମିକ ଲୋକ ଥିଲେ। ସେ ଆମର ବ୍ୟବସ୍ଥା ପାଳନ କରୁଥିଲେ ଏବଂ ସେଠାରେ ବାସ କରୁଥିବା ଇହୁଦୀମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରୁଥିଲେ।


ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


ଯୋପ୍ପାରେ ଟାବିଥା ନାମ୍ନୀ ଜଣେ ବିଶ୍ୱାସିନୀ ମହିଳା ବାସ କରୁଥିଲେ। (ତାଙ୍କର ଗ୍ରୀକ୍ ନାମ ଦର୍କାସ୍ ଅର୍ଥାତ୍ “ହରିଣୀ” ଥିଲା।) ସେ ତାଙ୍କର ସମସ୍ତ ସମୟ ସତ୍ କାର୍ଯ୍ୟରେ ଏବଂ ଦରିଦ୍ର ସେବାରେ ଅତିବାହିତ କରୁଥିଲେ।


ସେହିପରି ତୁମ ଆଲୋକ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉ। ତାହାହେଲେ ତୁମର ସତ୍କର୍ମ ସବୁ ଦେଖି ସେମାନେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ପ୍ରଶଂସା କରିବେ।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”


Swiv nou:

Piblisite


Piblisite