Biblia Todo Logo
Bib sou entènèt

- Piblisite -




୧ ତୀମଥି 5:20 - ପବିତ୍ର ବାଇବଲ (CL) NT (BSI)

20 କିନ୍ତୁ ଯେଉଁମାନେ ପ୍ରକୃତରେ ପାପ କାର୍ଯ୍ୟରେ ଲିପ୍ତ, ଅନ୍ୟମାନଙ୍କୁ ସତର୍କ କରିବା ପାଇଁ, ସେମାନଙ୍କୁ ପ୍ରକାଶ୍ୟରେ ଭର୍ତ୍ସନା କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି।

Gade chapit la Kopi

ଓଡିଆ ବାଇବେଲ

20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯେଉଁମାନେ ନିରନ୍ତର ପାପ କରିଥାଆନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟଭୀତ ହେବେ।

Gade chapit la Kopi

ପବିତ୍ର ବାଇବଲ

20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ।

Gade chapit la Kopi




୧ ତୀମଥି 5:20
15 Referans Kwoze  

ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।


ତାଙ୍କର ଏହି ମନ୍ତବ୍ୟ ବାସ୍ତବିକ୍ ଯଥାର୍ଥ। ଅତଏବ, ତୁମେ ସେଭଳି ଲୋକମାନଙ୍କୁ ତୀବ୍ର ଭର୍ତ୍ସନା କର। ହୁଏତ ତଦ୍ଦ୍ୱାରା ସେମାନେ ସରଳ ଧର୍ମବିଶ୍ୱାସ ପ୍ରତି ଫେରି ଆସିବେ।


ମଣ୍ଡଳୀର ସଦସ୍ୟମାନେ ଓ ଯେଉଁମାନେ ଏକଥା ଶୁଣିଲେ, ସମସ୍ତେ ଆତଙ୍କିତ ହେଲେ।


ଏମାନଙ୍କ ମଧ୍ୟରେ ହୁମନାୟ ଓ ଆଲେକ୍ଜାଣ୍ଡେର ଅନ୍ତର୍ଗତ। ଏ ଦୁହିଁଙ୍କୁ ମୁଁ ଶୟତାନ ହାତରେ ଛାଡ଼ିଦେଇ ଉପଯୁକ୍ତ ଦଣ୍ଡ ବିଧାନ କରିଛି - ହୁଏତ ଏଥିଦ୍ୱାରା ସେମାନେ ଈଶ୍ୱର ନିନ୍ଦାରୁ କ୍ଷାନ୍ତ ହେବା ପାଇଁ ଶିକ୍ଷା ପାଇବେ।


ହନନୀୟ ଏହି କଥା ଶୁଣିବାକ୍ଷଣି ତଳେ ପଡ଼ି ପ୍ରାଣ ହରାଇଲା; ଆଉ ଯେଉଁମାନେ ଏହି କଥା ଶୁଣିଲେ, ମୋନେ ସମସ୍ତେ ଭୟଭୀତ ହେଲେ।


ଏଫିସସ୍ ନିବାସୀ ଇହୁଦୀ ଓ ଅଣଇହୁଦୀମାନେ ଏ ବିଷୟ ଶୁଣି ଭୟଭୀତ ହେଲେ ଓ ସେଠାରେ ପ୍ରଭୁ ଯୀଶୁଙ୍କ ନାମ ଆହୁରି ଅଧିକଭାବେ ସମ୍ମାନିତ ହେଲା।


ଦେଖ, ଈଶ୍ୱରଙ୍କ ଅଭିପ୍ରେତ ଏହି ଦୁଃଖ ତୁମ୍ଭମାନଙ୍କ ମନରେ କେତେ ଆଗ୍ରହ, କେତେ ଭୟ, କେତେ ଉତ୍ତେଜନା, ଆତ୍ମସଂଶୋଧନ ପାଇଁ କେତେ ପ୍ରେରଣା, ଦୁଷ୍କର୍ମକାରୀମାନଙ୍କୁ ଶାସ୍ତି ଦେବାକୁ କେତେ ତତ୍ସରତା ସଂଚାରିତ କରିଛି। ଏସବୁ ବିଷୟରେ ତୁମ୍ଭେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛ।


ଲୋକମାନେ ଅନ୍ଧକାରରେ ଯେଉଁ ସବୁ ଅସାର କାର୍ଯ୍ୟ କରନ୍ତି, ସେ ସବୁଠାରୁ ଦୂରେଇ ରୁହ। ପୁଣି ସେମାନଙ୍କ କାର୍ଯ୍ୟକଳାପ ପ୍ରକାଶ୍ୟରେ ଦର୍ଶାଇ ଦିଅ।


ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।


Swiv nou:

Piblisite


Piblisite