Biblia Todo Logo
Bib sou entènèt

- Piblisite -




୧ ତୀମଥି 5:11 - ପବିତ୍ର ବାଇବଲ (CL) NT (BSI)

11-12 ଅଳ୍ପବୟସ୍କା ବିଧବାମାନଙ୍କୁ ଏହି ତାଲିକାରେ ରଖ ନାହିଁ। ସେମାନେ ପୁନର୍ବିବାହର ଲାଳସା ପୋଷଣ କରିବା ଦ୍ୱାରା ପ୍ରଭୁ ଯୀଶୁଙ୍କଠାରେ ରଖିଥିବା ପ୍ରତିଜ୍ଞା ଭଙ୍ଗ କରି ତାଙ୍କଠାରୁ ଦୂରେଇ ଯିବାର ଆଶଙ୍କା ରହିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଅଗ୍ରାହ୍ୟ କର, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଗ୍ରହଣ କର ନାହିଁ, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;

Gade chapit la Kopi

ପବିତ୍ର ବାଇବଲ

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା'ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି।

Gade chapit la Kopi




୧ ତୀମଥି 5:11
13 Referans Kwoze  

ସୁତରାଂ ମୋର ମତ ହେଉଛି, ଅଳ୍ପବୟସ୍କା ବିଧବାମାନେ ପୁନର୍ବିବାହ କରି ପୁତ୍ର କନ୍ୟାର ଜନନୀ ହୋଇ ଗୋଟିଏ ଗୋଟିଏ ସୁନ୍ଦର ନୂଆ ସଂସାର ଗଢ଼ନ୍ତୁ। ତାହାହେଲେ, ଆମ ବିପକ୍ଷରେ ଥିବା ଲୋକମାନେ ଏମାନଙ୍କୁ ନେଇ ସମ୍ପ୍ରଦାୟର କୁତ୍ସାରଟନା କରିବାକୁ ଅବକାଶ ପାଇବେ ନାହିଁ।


ଏ ଜଗତରେ ତୁମ ଜୀବନ ଭୋଗ ବିଳାସରେ ପରିପୂର୍ଣ୍ଣ। ହାଣ ଖାଇବାକୁ ଥିବା ପଶୁ ପରି ତୁମେ ହୃଷ୍ଟପୁଷ୍ଟ ହୋଇଛ।


ସେ ନିଜକୁ ଯେତେ ଗୌରବାନ୍ୱିତ କରୁଥିଲା ଓ ବିଳାସ ବ୍ୟସନରେ ବୁଡ଼ି ରହିଥିଲା, ସେହି ପରିମାଣରେ ତାକୁ ଦୁଃଖକଷ୍ଟ ଦିଅ। କାରଣ ସେ ନିଜର ବଡ଼ାଇ କରି କହୁଛି, ‘ମୁଁ ଏଠାରେ ରାଣୀ ପରି ବସିଛି! ମୁଁ ବିଧବା ନୁହେଁ, ମୋର କେବେ ଦୁଃଖ ହେବ ନାହିଁ।’


ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।


ନିମ୍ନଲିଖିତ ଯୋଗ୍ୟତା ଥିବା ବିଧବାମାନଙ୍କୁ ଏକ ତାଲିକାଭୁକ୍ତ କର - ଯେଉଁମାନଙ୍କ ବୟସ ଷାଠିଏ ବର୍ଷରୁ ଉଦ୍ଧ୍ୱର୍, ଯେଉଁମାନେ ଥରେ ମାତ୍ର ବିବାହ କରିଥିବେ,


ବିବାହ କରିବା ଏବଂ କୌଣସି କୌଣସି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ବୋଲି ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଖ୍ରୀଷ୍ଟବିଶ୍ୱାସୀମାନେ ସତ୍ୟ ଉପଲବ୍ଧି କରିଛନ୍ତି, ସେମାନେ ଈଶ୍ୱର ସୃଷ୍ଟି କରିଥିବା ସକଳ ଖାଦ୍ୟ ପଦାର୍ଥ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ତାହା ନିଶ୍ଚିନ୍ତ ମନରେ ଭୋଜନ କରିପାରିବେ।


କାରଣ ସେ ସମଗ୍ର ମାନବ ଜାତିକୁ ତା’ର ତୀବ୍ର କାମୋଦ୍ଦୀପକ ସୁରା ପାନ କରାଇଛି, ପୃଥିବୀର ରାଜାମାନଙ୍କୁ ତା’ ସହିତ ବ୍ୟଭିଚାର ପାପରେ ଲିପ୍ତ କରାଇଛି, ଜଗତର ବ୍ୟବସାୟୀମାନେ ତାହାର ବିଳାସବ୍ୟସନ ହେତୁ ଧନବାନ ହୋଇଛନ୍ତି।”


ପୃଥିବୀର ଯେଉଁ ରାଜାମହାରାଜାମାନେ ତା’ ସହିତ ବ୍ୟଭିଚାର ଓ ପାପାଚରଣ କରିଥିଲେ, ସେମାନେ ତା’ର ଦଗ୍ଧ ହେଉଥିବା ଶରୀରରୁ ଉତ୍ଥିତ ଧୂମ ଦେଖି କ୍ରନ୍ଦନ କରିବେ।


Swiv nou:

Piblisite


Piblisite