Biblia Todo Logo
Bib sou entènèt

- Piblisite -




୧ ତୀମଥି 4:8 - ପବିତ୍ର ବାଇବଲ (CL) NT (BSI)

8 ଶାରୀରିକ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଆଧ୍ୟାତ୍ମିକ ସାଧନା ସର୍ବତୋଭାବେ ଉପାଦେୟ, କାରଣ ଏଥିଦ୍ୱାରା ମନୁଷ୍ୟ ଉଭୟ ଇହଲୋକ ଓ ପରଲୋକରେ ଜୀବନ୍ତ ହୋଇ ରହିବ ବୋଲି ପ୍ରତିଶ୍ରୁତି ପାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ଵରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।

Gade chapit la Kopi

ଓଡିଆ ବାଇବେଲ

8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଏହିକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ବରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ।

Gade chapit la Kopi

ପବିତ୍ର ବାଇବଲ

8 ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।

Gade chapit la Kopi




୧ ତୀମଥି 4:8
52 Referans Kwoze  

“ବରଂ ଈଶ୍ୱରଙ୍କ ରାଜ୍ୟ ବିଷୟ ଏବଂ ଈଶ୍ୱର ତୁମଠାରୁ କ’ଣ ଚାହାନ୍ତି, ଏ କଥା ତୁମ ମନରେ ପ୍ରଥମ ସ୍ଥାନ ଦିଅ। ତାହାହେଲେ ସେ ତୁମକୁ ଅନ୍ୟ ସମସ୍ତ ବିଷୟ ଯୋଗାଇ ଦେବେ।


ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ଧନୀ, କାରଣ ତା’ର ଯେତିକି ଅଛି, ସେତିକିରେ ସେ ସନ୍ତୁଷ୍ଟ।


ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ଏପରିକି ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି, ଜମି ବାଡ଼ିର ଶହେଗୁଣ ପାଇବା ସହିତ ନିର୍ଯ୍ୟାତନା ମଧ୍ୟ ଭୋଗିବ; କିନ୍ତୁ ସେ ପରକାଳରେ ଅନନ୍ତ ଜୀବନ ଲାଭ କରିବ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।


ବିଜୟୀ ବ୍ୟକ୍ତିକୁ ମୁଁ ମୋର ଈଶ୍ୱରଙ୍କ ମନ୍ଦିରରେ ସ୍ତମ୍ଭ ରୂପେ ସ୍ଥାପନ କରିବି ଏବଂ ସେ କଦାପି ସେଠାରୁ ସ୍ଥାନାନ୍ତରିତ ହେବ ନାହିଁ। ମୁଁ ତାହା ଉପରେ ମୋ’ ଈଶ୍ୱରଙ୍କ ନାମ ଲେଖିବି। ମୋ’ ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଆଗତ ଈଶ୍ୱରଙ୍କ ନଗର, ନୂତନ ଯିରୂଶାଲମର ନାମ ଓ ମୋର ନୂତନ ନାମ ମଧ୍ୟ ତା’ ଉପରେ ଲେଖିବି।


ଖାଦ୍ୟ ପଦାର୍ଥ ଦ୍ୱାରା ଈଶ୍ୱରଙ୍କ ସହିତ ଆମ ସମ୍ପର୍କରେ କିଛି ପରିବର୍ତ୍ତନ ଘଟେ ନାହିଁ। କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବା ଦ୍ୱାରା ଆମର କିଛି କ୍ଷତି ହୁଏ ନାହିଁ, କିମ୍ବା କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଦ୍ୱାରା ଆମର କିଛି ଲାଭ ହୁଏ ନାହିଁ।


ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।


ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର।


ଯେଉଁମାନେ ମୋ’ ଲାଗି ନିଜର ଘର, ଭାଇ ଭଉଣୀ, ବାପା, ମାଆ, ସନ୍ତାନସନ୍ତତି ବା ଜମିବାଡ଼ି ଛାଡ଼ିଛନ୍ତି, ସେମାନେ ତାହାର ଶହେଗୁଣ ପାଇବେ; ପୁଣି ଅନନ୍ତ ଜୀବନ ମଧ୍ୟ ଲାଭ କରିବେ।


କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ସେମାନେ ବିଚାରଶୂନ୍ୟ ହୋଇ ଅଯଥା ଯୁକ୍ତିତର୍କ ଦ୍ୱାରା ସତ୍ୟର ଅପଳାପ କରନ୍ତି। ଧର୍ମବିଶ୍ୱାସକୁ କେବଳ ଧନୀ ହେବାର ଏକ ପନ୍ଥା ବୋଲି ସେମାନେ ମନେ କରନ୍ତି।


ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।


କିନ୍ତୁ ନୂଆ କୁମ୍ପାରେ ସଦ୍ୟପ୍ରସ୍ତୁତ ଦ୍ରାକ୍ଷାରସ ଢ଼ଳା ହୁଏ।


Swiv nou:

Piblisite


Piblisite