Biblia Todo Logo
Bib sou entènèt

- Piblisite -




୧ ତୀମଥି 3:11 - ପବିତ୍ର ବାଇବଲ (CL) NT (BSI)

11-12 ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ।

Gade chapit la Kopi

ଓଡିଆ ବାଇବେଲ

11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ

11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।

Gade chapit la Kopi




୧ ତୀମଥି 3:11
23 Referans Kwoze  

ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।


କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ।


କିନ୍ତୁ ମଣ୍ଡଳୀର ବିଷପ ନିର୍ଦ୍ଦୋଷ ଚରିତ୍ର, ଏକପତ୍ନୀକ, ମିତାଚାରୀ, ସଂଯମୀ ଓ ଗାମ୍ଭୀର୍ଯ୍ୟଯୁକ୍ତ ହେବା ଆବଶ୍ୟକ। ସେ ଅତିଥିପରାୟଣ ହୋଇଥିବେ ଓ ଶିକ୍ଷାଦାନ କରିବାରେ ତାଙ୍କର ଦକ୍ଷତା ଥିବ।


ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।


ସେମାନେ ହେବେ ନିର୍ଦ୍ଦୟ, ହିଂସ୍ରକ ଓ ଭୟଙ୍କର; ସମସ୍ତ ଉତ୍ତମ ବିଷୟକୁ ଘୃଣା କରିବେ।


କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ସଂଯତ କରି ରଖ; ଶୁଭ ବାର୍ତ୍ତାର ପ୍ରଚାରକ ଓ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ରୂପେ ତୁମେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ରୁହ।


ଯେଉଁମାନଙ୍କ କର୍ତ୍ତମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ, ସେମାନେ କର୍ତ୍ତାମାନଙ୍କୁ “ଭାଇ” ମନେ କରି ସେମାନଙ୍କୁ ଯଥୋଚିତ ସମ୍ମାନ ଦେବାରେ ଅବହେଳା କରନ୍ତୁ ନାହିଁ। ବରଂ ଅଧିକ ନିଷ୍ଠାପର ଭାବରେ ସେମାନଙ୍କ ସେବା କରନ୍ତୁ, କାରଣ ସେମାନେ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ଏବଂ ଅଧିକ ଶ୍ରଦ୍ଧାର ପାତ୍ର। ଏହି ସମସ୍ତ ବିଷୟ ତୁମେ ଶିକ୍ଷା ଦେଇ ପ୍ରଚାର କରିବ।


ମୋର ଦାୟିତ୍ୱ ତୁଲାଇବାକୁ ମୋତେ ଶକ୍ତି ଦେଇ ଥିବାରୁ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଜଣାଉଅଛି। ପୂର୍ବେ ମୁଁ ତାଙ୍କର ନିନ୍ଦା କରୁଥିଲି, ତାଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେଉଥିଲି। ତଥାପି ସେ ମୋତେ ଯୋଗ୍ୟ ମନେ କରି ତାଙ୍କର ସେବା ପାଇଁ ନିଯୁକ୍ତ କରିଛନ୍ତି। ଅବିଶ୍ୱାସ ଓ ଅଜ୍ଞତାବଶତଃ ଯାହା ସବୁ କରିଥିଲି, କ୍ଷମା କରି ଈଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି।


ଯୀଶୁ କହିଲେ, “ମୁଁ ତୁମ ବାର ଜଣଙ୍କୁ ମନୋନୀତ କରି ନାହିଁ କି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ।”


ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ।


ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;


Swiv nou:

Piblisite


Piblisite