Biblia Todo Logo
Bib sou entènèt

- Piblisite -




୧ ତୀମଥି 2:7 - ପବିତ୍ର ବାଇବଲ (CL) NT (BSI)

7 ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେଥିସକାଶେ ମୁଁ ଜଣେ ପ୍ରଚାରକ, ପ୍ରେରିତ, ପୁଣି ବିଶ୍ଵାସ ଓ ସତ୍ୟ ସମ୍ଵନ୍ଧରେ ବିଜାତିମାନଙ୍କର ଜଣେ ଶିକ୍ଷକ ସ୍ଵରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୂଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ

7 ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।

Gade chapit la Kopi




୧ ତୀମଥି 2:7
27 Referans Kwoze  

ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।


ଏହି ଶୁଭ ବାର୍ତ୍ତା ଘୋଷଣା କରି ବୁଝାଇବାକୁ ଈଶ୍ୱର ମୋତେ ଜଣେ ପ୍ରେରିତ ଶିଷ୍ୟ ଓ ଶିକ୍ଷକ ରୂପେ ନିଯୁକ୍ତ କରିଛନ୍ତି।


ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ମୁଁ ଯାହା ଲେଖୁଛି, ତାହା ସତ୍ୟ; ଈଶ୍ୱର ଜାଣନ୍ତି, ମୁଁ ମିଥ୍ୟା କହୁ ନାହିଁ!


ପୁଣି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ମୋ’ ନିକଟରେ ସେ ତାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ, ଏ ବିଷୟରେ ପରାମର୍ଶ କରିବା ନିମନ୍ତେ ମୁଁ ଅନ୍ୟ କାହା ନିକଟକୁ ଯାଇ ନ ଥିଲି।


ଅଣଇହୁଦୀମାନଙ୍କୁ ମୁଁ କହିବି, ତୁମ୍ଭମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ସ୍ୱରୂପେ କାର୍ଯ୍ୟ କରିବାକୁ ମୁଁ ଗର୍ବ ଅନୁଭବ କରୁଛି।


ଈଶ୍ୱର ପୁରାତନ ଜଗତକୁ ସଣ୍ଡ ନ ଦେଇ ଛାଡ଼ି ଦେଇ ନ ଥିଲେ; ଅଧାର୍ମିକ ଜଗତବାସୀଙ୍କ ଉପରେ ଜଳପ୍ଳାବନ ଘଟାଇଥିଲେ। ସେ କେବଳ ଧର୍ମ ପ୍ରଚାର କରୁଥିବା ନୋହ ଓ ଅନ୍ୟ ସାତ ଜଣ ଲୋକଙ୍କୁ ରକ୍ଷା କଲେ।


ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


କିନ୍ତୁ ତାଙ୍କଠାରେ ବିଶ୍ୱାସ ନ କରି ସେମାନେ କିପରି ତାଙ୍କୁ ପ୍ରାର୍ଥନା କରିବେ? ପୁଣି ତାଙ୍କ ବିଷୟରେ ସୁସମାଚାର ନ ଶୁଣି ସେମାନେ କିପରି ବିଶ୍ୱାସ କରିବେ?


ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।


ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”


ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


ଇହୁଦୀ କର୍ତ୍ତୃପକ୍ଷମାନେ ପରସ୍ପରକୁ ପଚାରିଲେ, “ସେ ଏପରି କେଉଁ ସ୍ଥାନକୁ ଯିବେ ଯେ, ଆମେ ତାଙ୍କୁ ଖୋଜି ପାଇ ପାରିବା ନାହିଁ? ଯେଉଁ ଗ୍ରୀକ୍ ସହରମାନଙ୍କରେ ଆମ ସମ୍ପ୍ରଦାୟର ଲୋକମାନେ ଅଛନ୍ତି, ସେ କ’ଣ ସେଠାକୁ ଯାଇ ଗ୍ରୀକ୍ମାନଙ୍କୁ ଶିକ୍ଷା ଦେବେ?


ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।


ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,


ମୁଁ କ’ଣ ଜଣେ ସ୍ୱାଧୀନ ବ୍ୟକ୍ତି ନୁହେଁ? ମୁଁ ପ୍ରେରିତ ଶିଷ୍ୟ ନୁହେଁ କି? ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ’ଣ ମୁଁ ଦେଖି ନାହିଁ? ତୁମ୍ଭେମାନେ, ମୁଁ ପ୍ରଭୁଙ୍କ ପାଇଁ କରିଥିବା କାର୍ଯ୍ୟର ଫଳ ସ୍ୱରୂପ ନୁହଁ କି?


Swiv nou:

Piblisite


Piblisite