Biblia Todo Logo
Bib sou entènèt

- Piblisite -




୧ ତୀମଥି 1:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି,

Gade chapit la Kopi

ଓଡିଆ ବାଇବେଲ

9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି,

Gade chapit la Kopi

ପବିତ୍ର ବାଇବଲ

9 ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ,

Gade chapit la Kopi




୧ ତୀମଥି 1:9
45 Referans Kwoze  

ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।


ଧର୍ମଶାସ୍ତ୍ରରେ ଲେଖାଅଛି: “ଯଦି ଧାର୍ମିକମାନଙ୍କ ପରିତ୍ରାଣ ପାଇବା ଏତେ କଷ୍ଟକର, ତେବେ ଅଧାର୍ମିକ ଓ ପାପୀମାନଙ୍କ ଦଶା କ’ଣ ନ ହେବ?”


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।


ସେମାନେ ଈଶ୍ୱରଙ୍କ ନିକଟରେ ଘୃଣ୍ୟ; ଉଦ୍ଧତ, ଅହଂକାରୀ ଓ ଆତ୍ମବଡ଼ିମାପ୍ରିୟ; କୁକର୍ମର ବିଭିନ୍ନ ଉପାୟ ସେମାନେ ପାଞ୍ଚୁ ଥାଆନ୍ତି; ସେମାନେ ପିତା ମାତାଙ୍କର ଅବାଧ୍ୟ,


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।


ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,


ବେଶ୍ୟା ରାହାବ ତା’ର ବିଶ୍ୱାସ ହେତୁ ଇଶ୍ରାଏଲୀୟ ଗୁପ୍ତଚରମାନଙ୍କୁ ଆଶ୍ରୟ ଦେଲା ଓ ଈଶ୍ୱରଙ୍କ ବିରୁଦ୍ଦାଚାରୀ ଲୋକମାନଙ୍କ ସହିତ ନିହତ ନ ହୋଇ ରକ୍ଷା ପାଇଥିଲା।


ତା’ପରେ ସେହି ପାପାତ୍ମା ଆବିର୍ଭୂତ ହେବ; କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ସେ ତାଙ୍କ ମୁଖରେ ନିଶ୍ୱାସରେ ତାକୁ ସଂହାର କରିବେ, ପୁଣି ତାଙ୍କର ଜାଜ୍ୱଲ୍ୟମାନ ଉପସ୍ଥିତିରେ ସେ ଧ୍ୱଂସ ପାଇବ।


ଅବ୍ରାହାମ ବ୍ୟବସ୍ଥା ପାଳନ କରିଥିବା ହେତୁ ନୁହେଁ। କେବଳ ତାଙ୍କ ବିଶ୍ୱାସ ଲାଗି ଈଶ୍ୱରଙ୍କ ଦ୍ୱାରା ଧାର୍ମିକରୂପେ ଗୃହୀତ ହୋଇଥିଲେ ଓ ସେଥିପାଇଁ ସେ ଓ ତାଙ୍କ ବଂଶଧରମାନେ ପୃଥିବୀର ଅଧିକାରୀ ହେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।


“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।


ତୁମ୍ଭେମାନେ ବିଶ୍ୱାସୀ ହୋଇଥିବାରୁ ତୁମ ପାଇଁ ଏହି ପ୍ରସ୍ତର ଅତି ମୂଲ୍ୟବାନ। କି୍ତୁ ଅବିଶ୍ୱାସୀମାନଙ୍କ ନିମନ୍ତେ: “ଯେଉଁ ପ୍ରସ୍ତରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସବୁଠାରୁ ପ୍ରଧାନ ପ୍ରସ୍ତର ହେଲା।”


ଏଷୌ ପରି କେହି ଭ୍ରଷ୍ଟାଚାରୀ ବା ଅଧର୍ମାଚାରୀ ନ ହେଉ; ସେ ତ ଓଳିକର ଖାଦ୍ୟ ପାଇଁ ଜ୍ୟେଷ୍ଠାଧିକାର ବିଜୟ କରି ଦେଇଥିଲା।


ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ।


ଯଦି ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ପରିଚାଳିତ କରନ୍ତି, ତେବେ ତୁମ୍ଭେମାନେ ଆଉ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।


ଈଶ୍ୱରଙ୍କୁ ଅପମାନିତ କରୁଥିବା ମୂଲ୍ୟହୀନ କିମ୍ବଦନ୍ତୀଗୁଡ଼ିକୁ ପରିହାର କରି, ତୁମ ଧର୍ମ ଜୀବନକୁ ବଳିଷ୍ଠ କରିବାକୁ ଅଭ୍ୟାସ କର।


ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।


ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।


ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,


ମଣ୍ଡଳୀର ନେତା ରୂପେ ନିଯୁକ୍ତ ହେବା ବ୍ୟକ୍ତି ନିଷ୍କଳଙ୍କ ଚରିତ୍ର ହେବା ଆବଶ୍ୟକ। ସେ ଏକପତ୍ନୀକ ହୋଇଥିବେ ଏବଂ ତାଙ୍କ ସନ୍ତାନମାନେ ଧର୍ମବିଶ୍ୱାସୀ ହୋଇଥିବେ; ଉତ୍ସୃଙ୍ଖଳ କିମ୍ବା ଅବାଧ୍ୟ ବୋଲି ସେମାନଙ୍କର ଦୁର୍ନାମ ନ ଥିବ।


ଅନେକେ, ବିଶେଷତଃ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇହୁଦୀମାନେ ବିଦ୍ରୋହ କରି ଅସଙ୍ଗତ କଥା ଦ୍ୱାରା ଅନ୍ୟମାନଙ୍କୁ ପ୍ରତାରଣା କରୁଛନ୍ତି।


ସମସ୍ତଙ୍କର ବିଚାର କରିବାକୁ ଆସିବେ। ସେମାନଙ୍କର ସମସ୍ତ ପାପ କାର୍ଯ୍ୟ ପାଇଁ ଓ ଅଧାର୍ମିକମାନଙ୍କର ଉତ୍କଟ ଈଶ୍ୱରନିନ୍ଦା ପାଇଁ ସେମାନଙ୍କୁ ଦଣ୍ଡ ଦେବେ।”


Swiv nou:

Piblisite


Piblisite