Biblia Todo Logo
Bib sou entènèt

- Piblisite -




୧ ତୀମଥି 1:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତଥାପି ଯେଉଁମାନେ ଭବିଷ୍ୟତକାଳରେ ଅନ; ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବେ, ସେମାନଙ୍କ ନିକଟରେ ଦୃଷ୍ଟାନ୍ତ ସ୍ଵରୂପ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟାପ୍ରାପ୍ତ ହେଲି।

Gade chapit la Kopi

ଓଡିଆ ବାଇବେଲ

16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥି ନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି।

Gade chapit la Kopi

ପବିତ୍ର ବାଇବଲ

16 କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ।

Gade chapit la Kopi




୧ ତୀମଥି 1:16
37 Referans Kwoze  

ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରଦର୍ଶିତ ପ୍ରେମରେ ତାଙ୍କ ଅନୁଗ୍ରହର ଅସାଧାରଣ ମହତ୍ତ୍ୱ ଯୁଗେ ଯୁଗେ ପ୍ରତିପାଦିତ କରିବା ପାଇଁ ଈଶ୍ୱର ଏହା କଲେ।


ମୁଁ ତୁମକୁ କହୁଛି, ସେ ଯେଉଁ ଗଭୀର ପ୍ରେମ ପ୍ରକାଶ କରିଛି, ତାହା ପ୍ରମାଣ କରେ ଯେ ତା’ର ବହୁତ ପାପ କ୍ଷମା ହୋଇଛି। କିନ୍ତୁ ଯାହାର ଅଳ୍ପ ପାପ କ୍ଷମା ହୋଇଛି, ସେ ଅଳ୍ପ ପ୍ରେମ ପ୍ରକାଶ କରେ।”


ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।


ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବପାକୁ ବିଳମ୍ବ କରନ୍ତି ନାର୍ହିଁ, ଯଦିଓ କେତେକ ଏହାକୁ ବିଳମ୍ବ ବୋଲି ମନେ କରନ୍ତି। ବରଂ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅତୀବ ସହନଶୀଳ। ସେ ଚାହାନ୍ତି ନାହିଁ କେହି ଜଣେ ହେଲେ ବିନଷ୍ଟ ହେଉ। ସମସ୍ତେ ନିଜ ନିଜ ପାପରୁ ଫେରନ୍ତି, ଏହି ତାଙ୍କର ଇଚ୍ଛା।


ନୋହ ଜାହାଜ ନିର୍ମାଣ କରିବା ସମୟରେ ଈଶ୍ୱର ଧୈର୍ଯ୍ୟର ସହିତ ଅପେକ୍ଷା କରୁଥିଲେ। ସେତେବେଳେ ଦେଉଁ ଲୋକମାନେ ଈଶ୍ୱରଙ୍କର ଅବୋଧ୍ୟ ହେଲେ, ଉପରୋକ୍ତ ଆତ୍ମାଗଣ ସେହିମାନଙ୍କର। ଯେଉଁ ଅଳ୍ପ କେତେ ଜଣ ସର୍ବମୋଟ ଆଠ ଜଣ ମାତ୍ର- ଜଳପ୍ଳାବନରୁ ରକ୍ଷା ପାଇଲେ,


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


କାରଣ ମୋର ମାଂସ ହେଉଛି ପ୍ରକୃତ ଖାଦ୍ୟ ଓ ମୋର ରକ୍ତ ପ୍ରକୃତ ପାନୀୟ।


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ତେଣୁ ଯେଉଁମାନେ ତାଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ଉଦ୍ଧାର କରିବାକୁ ସେ ବର୍ତ୍ତମାନ ତଥା ଚିରକାଳ ସମର୍ଥ, କାରଣ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ନିବେଦନ କରିବାକୁ ସେ ଚିରକାଳ ଜୀବିତ।


କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।


ଆସ, ଯେଉଁମାନେ ସର୍ବପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଥିଲୁ, ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।


ଈଶ୍ୱରଙ୍କ ଅପୂର୍ବ ଅନୁଗ୍ରହ ନିମନ୍ତେ ଓ ତାଙ୍କ ପ୍ରିୟ ପୁତ୍ରଙ୍କୁ ବିନା ମୂଲ୍ୟରେ ଦାନ ସ୍ୱରୂପେ ପାଇଥିବା ହେତୁ, ଆମେ ଈଶ୍ୱରଙ୍କ ଧନ୍ୟବାଦ କରୁଛୁ।


ଈଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇ ଥିପବାରୁ ଆମେ ହତୋସାହ ହେବା ନାହିଁ।


ଶାସ୍ତ୍ରର ଶିକ୍ଷାସବୁ ଆମ୍ଭମାନଙ୍କ ଉପକାର ନିମିତ୍ତ ଉଦ୍ଦିଷ୍ଟ। ଭରସାରେ ସ୍ଥିର ରହିବା ନିମନ୍ତେ ଶାସ୍ତ୍ର ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ଉତ୍ସାହ ପ୍ରଦାନ କରେ।


ଯେଉଁମାନଙ୍କୁ ମୋ’ ପିତା ମୋତେ ଦେଇଛନ୍ତି, ସେମାନେ ମୋ’ ନିକଟକୁ ଆସିବେ। ଯେ କେହି ମୋ’ ପାଖକୁ ଆସିବ, ମୁଁ କେବେ ତାକୁ ଫେରାଇ ଦେବି ନାହିଁ।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ଯୀଶୁ ତାକୁ କହିଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ଆଜି ତୁମେ ମୋ’ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ।”


ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”


ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।


Swiv nou:

Piblisite


Piblisite