Biblia Todo Logo
Bib sou entènèt

- Piblisite -




୧ ତୀମଥି 1:10 - ପବିତ୍ର ବାଇବଲ (CL) NT (BSI)

10 ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏହା ଜାଣି ଯଦି କେହି ବିହିତମତେ ବ୍ୟବସ୍ଥା ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଆମ୍ଭେମାନେ ଜାଣୁ;

Gade chapit la Kopi

ଓଡିଆ ବାଇବେଲ

10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ;

Gade chapit la Kopi

ପବିତ୍ର ବାଇବଲ

10 ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ।

Gade chapit la Kopi




୧ ତୀମଥି 1:10
34 Referans Kwoze  

ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।


ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ


କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।


ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସହିତ ସାମଞ୍ଜସ୍ୟ ନ ଥିବା ଏବଂ ଆମ ଧର୍ମଶିକ୍ଷାର ବିରୋଧ କରୁଥିବା ଅନ୍ୟ ପ୍ରକାର ମତ ପ୍ରଚାର କରନ୍ତି,


ସଦୋମ ଓ ଗମୋର ଏବଂ ତନ୍ନିକଟସ୍ଥ ନଗରୀଗୁଡ଼ିକର ଦଶାସ୍ମରଣ କର। ସେମାନେ ଉକ୍ତ ଦୁତମାନଙ୍କର ଅନୁରୂପ ଆଚରଣ କରି ଇନ୍ଦ୍ରିୟ ଲାଳସା ଓ ଅସ୍ୱାଭାବିକ କାମୁକତାରେ ଲିପ୍ତ ହେଲେ। ଅନ୍ୟମାନଙ୍କୁ ସତର୍କ କରାଇ ଦେବା ନିମେନ୍ତ ସେମାନେ ଅନନ୍ତ ନରକାଗ୍ନିରେ ଦଣ୍ଡଭୋଗ କରୁଛନ୍ତି।


ଆମ ପ୍ରଚାରିତ ଶୁଭ ବାର୍ତ୍ତାରେ ସେ ଦୃଢ଼ତା ସହିତ ବିଶ୍ୱାସ କରୁଥିବେ - ଏହି ବାର୍ତ୍ତା ପ୍ରକୃତ ଧର୍ମତତ୍ତ୍ୱ ଜ୍ଞାନ ଉପରେ ପ୍ରତିଷ୍ଠିତ ଏବଂ ସର୍ବତୋଭାବେ ନିର୍ଭରଯୋଗ୍ୟ। ଏହି ବାର୍ତ୍ତାର ସତ୍ଶିକ୍ଷାରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ଏବଂ ଏହାକୁ ବିରୋଧ କରୁଥିବା ଲୋକମାନଙ୍କ ଭ୍ରାନ୍ତି ଦୂର କରିବାକୁ ତାଙ୍କର ଦକ୍ଷତା ଥିବ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


ମୁଁ ତୁମକୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକୁ ଦୃଢ଼ତା ସହିତ ଧରି ରଖ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ପ୍ରକୃତ ପ୍ରେମ ଓ ଧର୍ମ ବିଶ୍ୱାସରେ ଅବିଚଳିତ ରୁହ।


ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।


ତାଙ୍କର ଏହି ମନ୍ତବ୍ୟ ବାସ୍ତବିକ୍ ଯଥାର୍ଥ। ଅତଏବ, ତୁମେ ସେଭଳି ଲୋକମାନଙ୍କୁ ତୀବ୍ର ଭର୍ତ୍ସନା କର। ହୁଏତ ତଦ୍ଦ୍ୱାରା ସେମାନେ ସରଳ ଧର୍ମବିଶ୍ୱାସ ପ୍ରତି ଫେରି ଆସିବେ।


ସତ୍ୟ ଉପରେ ପ୍ରତିଷ୍ଠିତ ଆମ ଧର୍ମବିଶ୍ୱାସ ଓ ତତ୍ତ୍ୱରେ ଅନୁପ୍ରାଣିତ ହୋଇ ତୁମେ ଯଦି ମଣ୍ଡଳୀର ଭାଇମାନଙ୍କୁ ଏହି ସବୁ ଶିକ୍ଷା ଦାନ କର, ତୁମେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସୁଦକ୍ଷ ସେବକ ହେବ।


Swiv nou:

Piblisite


Piblisite