Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 5:3 - ପବିତ୍ର ବାଇବଲ (CL) NT (BSI)

3 ‘ସମସ୍ତ ଶାନ୍ତି ଓ ନିରାପଦ’ ବୋଲି ଲୋକମାନେ କହି ନିଶ୍ଚିନ୍ତ ଥିବା ସମୟରେ ଅକସ୍ମାତ ସେମାନଙ୍କ ଉପରକୁ ବିପତ୍ତି ମାଡ଼ି ଆସିବ। ଗର୍ଭବତୀ ନାରୀର ପ୍ରସବ ବେଦନା ପରି ତାହା ଅନପେକ୍ଷିତ ଭାବରେ ହଠାତ୍ ଆସି ଉପସ୍ଥିତ ହେବ ଏବଂ କେହି ତା’ ସମ୍ମୁଖରୁ ପଳାଇ ଯାଇ ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇବେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍‍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

3 ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।

Gade chapit la Kopi




୧ ଥେସଲନୀକୀୟ 5:3
48 Referans Kwoze  

ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।


ସେହି ଲୋକମାନେ ପ୍ରଭୁଙ୍କ ସାନ୍ନିଧ୍ୟରୁ ଓ ପରାକ୍ରମର ଗୌରବରୁ ବିଚ୍ଛିନ୍ନ ହୋଇ ଚିରକାଳ ପାଇଁ ବିନଷ୍ଟ ହେବେ।


ଈଶ୍ୱର ପାପାଚାରୀ ଦୂତମାନଙ୍କୁ କ୍ଷମା ନ ଦେଇ ନରକରେ ନିକ୍ଷେପ କରିଥିଲେ। ସେଠାରେ ସେମାନେ ମହାବିଚାରଦିନ ପର୍ଯ୍ୟନ୍ତ ଅ୍ଧାକାରରେ ଶୃଙ୍ଖଳବଦ୍ଧ ହୋଇ ରହିଛନ୍ତି।


‘ହେ ବିଦ୍ରୂପକାରୀମାନେ! ତୁମ୍ଭେମାନେ ହତବୁଦ୍ଧି ହୋଇ ମର; କାରଣ ମୁଁ ଆଜି ଯେଉଁ କାର୍ଯ୍ୟ କରୁଛି, କେହି ତାହା ବୁଝାଇ କହିଲେ ସୁଦ୍ଧା ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ’।”


ଈଶ୍ୱରଙ୍କ ଯେଉଁ ପ୍ରଥମ ଜାତ ସନ୍ତାନମାନଙ୍କର ନାମ ସ୍ୱର୍ଗରେ ଲିକିତ ହୋଇଛି, ତୁମ୍ଭେମାନେ ସେହିମାନଙ୍କର ଆନନ୍ଦୋତ୍ସବକୁ ଅସିଛ। ସମଗ୍ର ମାନବ ଜାତିର ବିଚାରକ ଈଶ୍ୱରଙ୍କ ନିକଟକୁ ଏବଂ ସିଦ୍ଧିପ୍ରାପ୍ତ ଧାର୍ମିକ ମନୁଷ୍ୟମାନଙ୍କର ଆତ୍ମାମାନଙ୍କ ନିକଟକୁ ତୁମ୍ଭେମାନେ ଆସିଛ।


“ଆରେ ସର୍ପଗଣ! କାଳସର୍ପର ବଂଶଧର! ନରକ ଦଣ୍ଡରୁ ରକ୍ଷା ପାଇବା ବୋଲି କିପରି ଆଶା କରୁଛ?


ଜଣେ ଆସନ୍ନପ୍ରସବା ସ୍ତ୍ରୀ ଲୋକ ତା’ର ପ୍ରସବ ବେଦନା ଆରମଭ ହେବ ଜାଣି ବ୍ୟଥିତ ହୁଏ; କିନ୍ତୁ ଶିଶୁଟିଏ ଜନ୍ମ ହେଲେ, ସେ ତା’ର ଯନ୍ତ୍ରଣା ଭୁଲିଯାଏ। ନବଜାତ ଶିଶୁ ସନ୍ତାନ ଯୋଗୁଁ ସେ ଉଲ୍ଲସିତ ହୁଏ।


Swiv nou:

Piblisite


Piblisite