Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 5:15 - ପବିତ୍ର ବାଇବଲ (CL) NT (BSI)

15 କେହି କାହାର ଅନ୍ୟାୟ ବଦଳରେ ଅନ୍ୟାୟ ନ କରୁ, ବରଂ ଜଣେ ଅନ୍ୟ ଜଣର ଓ ସମସ୍ତଙ୍କର ମଙ୍ଗଳ ସାଧନ ତୁମର ଲକ୍ଷ୍ୟ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଞ୍ଚ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟ ହୁଅ।

Gade chapit la Kopi

ଓଡିଆ ବାଇବେଲ

15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।

Gade chapit la Kopi

ପବିତ୍ର ବାଇବଲ

15 ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।

Gade chapit la Kopi




୧ ଥେସଲନୀକୀୟ 5:15
39 Referans Kwoze  

ଅନିଷ୍ଠ ବଦଳେ ଅନିଷ୍ଠ କର ନାହିଁ, ଅଭିଶାପ ବଦଳେ ଅଭିଶାପ ଦିଅ ନାହିଁ; ତା’ ପରିବର୍ତ୍ତେ ଆଶୀର୍ବାଦ କର, କାରଣ ଏଥିନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିତିଲେ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେବ।


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଈଶ୍ୱରଙ୍କ କର୍ମୀ କଳହ କରିବା ଅନୁଚିତ। ସେ ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଜଣେ ନିପୁଣ ଧୈର୍ଯ୍ୟଶୀଳ ଶିକ୍ଷକ ହେବା ଆବଶ୍ୟକ।


ତୁମେ ଈଶ୍ୱରଙ୍କ ଭକ୍ତ - ସୁତରାଂ ଏ ସମସ୍ତଠାରୁ ତୁମେ ଦୂରେଇ ରୁହ। ଧାର୍ମିକତା, ଈଶ୍ୱରପରାୟଣତା, ବିଶ୍ୱାସ, ପ୍ରେମ, ସହିଷ୍ଣୁତା ଓ ସୌଜନ୍ୟ ପ୍ରଭୃତି ସଦ୍ଗୁଣରେ ପରିପୂର୍ଣ୍ଣ ହେବାକୁ ଚେଷ୍ଟା କର।


କାହାର କୁତ୍ସା ରଟନା ନ କରି ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ଭାବରେ ଚଳିବାକୁ ଓ ସମସ୍ତଙ୍କ ପ୍ରତି ସୌଜନ୍ୟ ପ୍ରଦର୍ଶନ କରିବାକୁ ସେମାନଙ୍କୁ ଉପଦେଶ ଦିଅ।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ତେଣୁ ତୁମେ କିପରି ଆଚରଣ କରିବ, ସେ ବିଷୟରେ ସାବଧାନ ହୁଅ। ଅଜ୍ଞ ଭଳି ନ ହୋଇ ଜ୍ଞାନୀ ଭଳି ଆଚରଣ କର।


ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।


ତୁମ୍ଭମାନଙ୍କ ମଧ୍ୟରେ ଚାଲିଥିବା ମାଲିମକଦ୍ଦମା ପ୍ରମାଣିତ କରୁଛି ଯେ ତୁମ୍ଭେମାନେ ସମ୍ପୂର୍ଣ୍ଣ ପରାଜିତ। ମାଲିମକଦ୍ଦମା କରିବା ଅପେକ୍ଷା ବରଂ ଅନ୍ୟାୟ ସହ୍ୟ କରି କ୍ଷତିଗ୍ରସ୍ତ ହେବା, ତୁମ ପକ୍ଷରେ ଶ୍ରେୟଃ ନୁହେଁ କି?


ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।


ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।


ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।


କିନ୍ତୁ ମୁଁ କହୁଛି, କେହି ତୁମର ଅନିଷ୍ଟ କଲେ ତା’ର ପ୍ରତିଶୋଧ ନିଅ ନାହିଁ। ଯଦି ତୁମର ଡ଼ାହାଣ ଗାଲରେ କେହି ଚାପୁଡ଼ାଏ ମାରିଲା, ଆଉ ଗୋଟିଏ ଚାପୁଡ଼ା ମାରିବା ପାଇଁ ତୁମ ବାଁ ଗାଲଟି ମଧ୍ୟ ଦେଖାଇ ଦିଅ।


ସମସ୍ତଙ୍କୁ ସମ୍ମାନ ଦିଅ। ସର୍ବତ୍ର ଖ୍ରୀଷ୍ଟବିଶ୍ୱାସୀ ଭ୍ରାତୃବର୍ଗଙ୍କୁ ପ୍ରେମ କର। ଈଶ୍ୱରଙ୍କୁ ଭୟ କର, ସମ୍ରାଟଙ୍କୁ ସମ୍ମାନ ଦିଅ।


କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।


ତୀମଥି ତୁମ୍ଭମାନଙ୍କ ନିକଟକୁ ଆସିଲେ, ତାଙ୍କୁ ସ୍ୱାଗତ କର। କାରଣ ସେ ମଧ୍ୟ ମୋ’ ପରି ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି।


କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;


କିନ୍ତୁ ପାଉଲ ଉଚ୍ଚ ସ୍ୱରରେ କହିଲେ, “ନିଜର କୌଣସି କ୍ଷତି କର ନାହିଁ। ଆମେ ସମସ୍ତେ ଏଠାରେ ଅଛୁ!”


Swiv nou:

Piblisite


Piblisite