Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 4:15 - ପବିତ୍ର ବାଇବଲ (CL) NT (BSI)

15 ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେବୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ।

Gade chapit la Kopi

ପବିତ୍ର ବାଇବଲ

15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ୟ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସେମାନେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବେ।

Gade chapit la Kopi




୧ ଥେସଲନୀକୀୟ 4:15
19 Referans Kwoze  

ଆମେ ଜାଣୁ, ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ଜୀବତ କରି ଅଛନ୍ତି। ସେହି ଈଶ୍ୱର, ଯୀଶୁଙ୍କ ସହିତ ଆମକୁ ମଧ୍ୟ ଜୀବିତ କରିବେ ଓ ତୁମ୍ଭମାନଙ୍କ ସହିତ ଆମକୁ ତାଙ୍କ ସମୀପକୁ ନେଇ ଯିବେ।


ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।


ପିତର ଉତ୍ତର ଦେଲେ, “ନିଶ୍ଚୟ”। ପିତର ଘର ଭିତରେ ପ୍ରବେଶ କରିବାକ୍ଷଣି ଯୀଶୁ ତାଙ୍କୁ ପଚାରିଲେ, “ଶିମୋନ, ତୁମେ କ’ଣ ଭାବୁଛ? ଏ ଜଗତରେ ରାଜାମାନଙ୍କୁ କିଏ ଶୁଲ୍କ ଦିଏ-ସେମାନଙ୍କର ରାଜ୍ୟର ପ୍ରକାରମାନେ?”


ପୁଣି ଏହାର ଅର୍ଥ ହେବ ଯେ, ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟବିଶ୍ୱାସୀମାନେ ମଧ୍ୟ ବିନଷ୍ଟ ହୋଇଛନ୍ତି।


କିଛି ଲାଭ ନ ହେଲେ ମଧ୍ୟ ମୋତେ ଅବଶ୍ୟ ଦର୍ପ କରିବାକୁ ହେବ। କିନ୍ତୁ ପ୍ରଭୁ ମୋତେ ଯେଉଁ ସବୁ ଦିବ୍ୟ ଦର୍ଶନ ଓ ପ୍ରତ୍ୟାଦେଶ ଦେଇଛନ୍ତି, ସେଗୁଡ଼ିକ ବର୍ତ୍ତମାନ ମୁଁ ଉଲ୍ଲେଖ କରିବି।


ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।


ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।


ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମ୍ପର୍କରେ ଏବଂ ତାଙ୍କ ନିକଟରେ ଆମେ ସମସ୍ତେ ସମବେତ ହେବା ବିଷୟରେ ତୁମ୍ଭମାନଙ୍କୁ ମୋର ଅନୁରୋଧ,


Swiv nou:

Piblisite


Piblisite